ETV Bharat / city

'ଲୋକଙ୍କ ଭିଡ ହେଉଛି କୋରୋନା ପାଇଁ ରାଜଜୋଟକ'

author img

By

Published : Jun 11, 2020, 6:47 PM IST

ରାଜ୍ୟରେ କୋରୋନା ସଂକ୍ରମଣର ବର୍ତ୍ତମାନ ସ୍ଥିତିକୁ ନେଇ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀଙ୍କ ବିବୃତ୍ତି । ସାମାଜିକ ଦୂରତ୍ବକୁ ନେଇ ବାଗଚୀ କହିଛନ୍ତି ଯେ କୋରୋନା ସଂକ୍ରମଣ ପାଇଁ ଲୋକଙ୍କ ଭିଡ଼ ହେଉଛି ଏକ ରାଜଜୋଟକ । ଅଧିକ ପଢନ୍ତୁ...

'ଲୋକଙ୍କ ଭିଡ ହେଉଛି କୋରୋନା ପାଇଁ ରାଜଜୋଟକ'
'ଲୋକଙ୍କ ଭିଡ ହେଉଛି କୋରୋନା ପାଇଁ ରାଜଜୋଟକ'

ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣର ବର୍ତ୍ତମାନ ସ୍ଥିତି ଉପରେ ନିଜର ବିବୃତ୍ତି ରଖିଛନ୍ତି ସରକାରଙ୍କ ମୁଖ୍ୟମୁଖପାତ୍ର ସୁବ୍ରତ ବାଗଚୀ । ଲୋକେ ମାସ୍କ ପିନ୍ଧୁଥିବା ବେଳେ ସାମାଜିକ ଦୂରତାର ଚିହ୍ନବର୍ଣ୍ଣ ନଥିବା କହିଛନ୍ତି ସୁବ୍ରତ ।

'ଲୋକଙ୍କ ଭିଡ ହେଉଛି କୋରୋନା ପାଇଁ ରାଜଜୋଟକ'

ସୁବ୍ରତ ବାଗଚୀ କହିଛନ୍ତି ଯେ ଓଡିଶାରେ ମେ 26ରୁ ଜୁନ 11 ପର୍ଯ୍ୟନ୍ତ ବଢ଼ିଛି ଆକ୍ରାନ୍ତଙ୍କ ସଂଖ୍ୟା । ସୁସ୍ଥ ହୋଇଛନ୍ତି 3 ଗୁଣ ଆକ୍ରାନ୍ତ । ଦେଶରେ ଦିନକୁ ପ୍ରାୟ 10 ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ରାଜ୍ୟରେ ମେ 26 ପରଠାରୁ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ସକ୍ରିୟ ସଂକ୍ରମିତଙ୍କ ଠାରୁ ଅଧିକ ରହିଛି । କୋରୋନା ସଂକ୍ରମଣରେ ଜନସଂଖ୍ୟାର ଘନତ୍ବର ପ୍ରଭାବ ରହିଛି । ତେବେ ଏଥିପାଇଁ ଓଡିଶାରେ ସଂକ୍ରମଣ ସଂଖ୍ୟା ବଢ଼ିଛି, କିନ୍ତୁ ସେହି ହାରରେ ସୁସ୍ଥ ସଂଖ୍ୟା ମଧ୍ୟ ଅଧିକ ରହିଛି ।

ଅନ୍ୟପକ୍ଷେ ସାମାଜିକ ଦୂରତ୍ବକୁ ନେଇ ବାଗଚୀ କହିଛନ୍ତି ଯେ କୋରୋନା ସଂକ୍ରମଣ ପାଇଁ ଲୋକଙ୍କ ଭିଡ଼ ହେଉଛି ଏକ ରାଜ ଜୋଟକ । ଭିଡ଼ ଭିତରେ କେତେ ସମୟ ଭିନ୍ନ ଭିନ୍ନ ଲୋକଙ୍କ ସଂସ୍ପର୍ଶରେ ଆସୁଛୁ । ଦୋକାନ ବଜାର ରେ ଅଧିକ ଲୋକ ଭିଡ ଜମାଇବା ଦ୍ବାରା ସୁପର ସ୍ପେଡର ପରିସ୍ଥିତି ସୃଷ୍ଟି ହେଉଛି । ତେବେ ଯେଉଁ ସ୍ଥାନରେ ଅଧିକ ମାତ୍ରାରେ ଭିଡ଼ ରହୁଛି, ସେଇଠି ଆକ୍ରାନ୍ତ ହେବାର ଅଧିକ ସମ୍ଭାବନା ରହିଥିବା କହିଛନ୍ତି ବାଗଚୀ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.