ETV Bharat / city

ବୃହତ ଉଠାଜଳସେଚନ ପ୍ରକଳ୍ପରେ ଫସଲ ବିବିଧିକରଣ ପ୍ରକଳ୍ପ ଉଦଘାଟିତ - ଜଳ ସମ୍ପଦ

ରାଜ୍ୟର କୃଷକମାନଙ୍କ ଆୟ ବୃଦ୍ଧି ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ପ୍ରଗତିଶୀଳ ନେତୃତ୍ବ ଓ ମାଗଦର୍ଶନରେ ଫସଲର ବିବିଧିକରଣକୁ ପ୍ରୋତ୍ସାହିତ କରାଯାଉଛି । ପରିବର୍ତ୍ତିତ ଜଳବାୟୁକୁ ଦୃଷ୍ଟିରେ ରଖି ଉଚ୍ଚ ଓ ମଧ୍ୟମ ଜମିରେ ଅଣଧାନ ଚାଷ, ତନ୍ତୁଜାତୀୟ ଫସଲ ଏବଂ ଅର୍ଥକାରୀ ଫସଲକୁ ରାଜ୍ୟ ସରକାର ଗୁରୁତ୍ବ ଦେଇଛନ୍ତି । ଅଧିକ ପଢନ୍ତୁ...

ବୃହତ୍ତ ଉଠାଜଳସେଚନ ପ୍ରକଳ୍ପରେ ଫସଲ ବିବିଧିକରଣ ପ୍ରକଳ୍ପ ଉଦଘାଟିତ

author img

By

Published : Aug 3, 2021, 10:07 AM IST

ଭୁବନେଶ୍ବର: ରାଜ୍ୟର କୃଷକମାନଙ୍କ ଆୟ ବୃଦ୍ଧି ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ପ୍ରଗତିଶୀଳ ନେତୃତ୍ବ ଓ ମାଗଦର୍ଶନରେ ଫସଲର ବିବିଧିକରଣକୁ ପ୍ରୋତ୍ସାହିତ କରାଯାଉଛି । ପରିବର୍ତ୍ତିତ ଜଳବାୟୁକୁ ଦୃଷ୍ଟିରେ ରଖି ଉଚ୍ଚ ଓ ମଧ୍ୟମ ଜମିରେ ଅଣଧାନ ଚାଷ, ତନ୍ତୁଜାତୀୟ ଫସଲ ଏବଂ ଅର୍ଥକାରୀ ଫସଲକୁ ରାଜ୍ୟ ସରକାର ଗୁରୁତ୍ବ ଦେଇଛନ୍ତି । ବୃହତ୍‌ ଉଠା ଜଳସେଚନ ପ୍ରକଳ୍ପରେ ଫସଲ ବିବିଧିକରଣ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇ କୃଷକମାନଙ୍କ ଆୟ ଦ୍ବିଗୁଣିତ ଓ ବହୁଗୁଣିତ କରିବା ନିମନ୍ତେ ପଦକ୍ଷେପ ନିଆଯାଉଥିବା ସୂଚନା ଦେଇଛନ୍ତି କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ କୁମାର ସାହୁ ।

ବୃହତ୍ତ ଉଠାଜଳସେଚନ ପ୍ରକଳ୍ପରେ ଫସଲ ବିବିଧିକରଣ ପ୍ରକଳ୍ପ ଉଦଘାଟିତ

କୃଷି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ଯୋଜନା ଅନ୍ତର୍ଗତ ବୃହତ ଉଠାଜଳସେଚନ ପ୍ରକଳ୍ପରେ ଫସଲ ବିବିଧିକରଣ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଛନ୍ତି ମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ଟି ଜିଲ୍ଲାରେ ଏହା ପାଇଲଟ ପ୍ରକଳ୍ପ ଭାବେ କାର୍ଯ୍ୟ ଆରମ୍ଭ ହେବ । କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲା ଅନ୍ତର୍ଗତ ୭ଟି ବ୍ଲକ୍‌ର ୨୭ଟି ଗ୍ରାମପଞ୍ଚାୟତର ୧୦୧ଟି ଗ୍ରାମରେ ପାଇଲଟ୍‌ ପ୍ରକଳ୍ପ ଭାବରେ କାର୍ଯ୍ୟକାରୀ ହେବ । ୧୮ଟି ବୃହତ ଉଠାଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ୧୨୨୦୭ ହେକ୍ଟର ଜମିରୁ ୩୩୪୩ ହେକ୍ଟର ଡାଲିଜାତୀୟ ଫସଲ, ୩୭୪୫ ହେକ୍ଟର କପା ଫସଲ, ୯୨୮ ହେକ୍ଟର ତୈଳବୀଜ, ୨୪୫୧ ହେକ୍ଟର ମକା, ୧୩୨୨ ହେକ୍ଟର ମାଣ୍ଡିଆ ଏବଂ ୪୧୮ ହେକ୍ଟର ପନିପରିବା ଚାଷ କରିବା ପାଇଁ ଯୋଜନା କରାଯାଇଛି । ଏଥିପାଇଁ ୧୬.୭୩ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ।

ମନ୍ତ୍ରୀ କହିଛନ୍ତି ଯେ, ସାଂପ୍ରତିକ ପରିସ୍ଥିତିରେ ବୃଷ୍ଟିପୁଷ୍ଟ ଉଚ୍ଚ ଓ ମଧ୍ୟମ ଅଞ୍ଚଳରେ ମେଗା ଉଠାଜଳସେଚନ ପ୍ରକଳ୍ପ ମାଧ୍ୟମରେ ଧାନ ଚାଷ କରିବା ଲାଭଜନକ ହେବନାହିଁ । ସରକାରଙ୍କ ସମୟୋଚିତ ପଦକ୍ଷେପ ଯୋଗୁଁ ରାଜ୍ୟ ଚାଉଳ ଉତ୍ପାଦନରେ ବଳକା ରାଜ୍ୟରେ ପରିଣତ ହୋଇଛି । ଧାନଚାଷ ନିମନ୍ତେ ଅଧିକ ଜଳର ଆବଶ୍ୟକତା ପଡ଼ୁଥିବାରୁ କମ୍‌ ପାଣି ଆବଶ୍ୟକ କରୁଥିବା ଅଣଧାନ ଫସଲ ଉପରେ ଗୁରୁତ୍ବ ଦେବା ଜରୁରୀ । ୨୦୨୧-୨୨ ଖରିଫ ଋତୁରୁ ଏହା କାର୍ଯ୍ୟକାରୀ କରାଯାଉଛି । ଖରିଫ ଋତୁରେ ଉଚ୍ଚ ଓ ମଧ୍ୟମ ଜମିରେ ଅଣଧାନ ଫସଲ ଡାଲି, ତୈଳବୀଜ, ପନିପରିବା, ତନ୍ତୁଜାତୀୟ ଫସଲ ଚାଷ କରିବା ସହିତ ଅଧିକ ଜୈବଅଂଶ ଓ ସ୍ବଳ୍ପ ରାସାୟନିକ ସାମଗ୍ରୀ ଆବଶ୍ୟକ କରୁଥିବା ଫସଲ ଚାଷ କରି ମାଟିର ସ୍ବାସ୍ଥ୍ୟରେ ଉନ୍ନତି ଆଣିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ କହିଛନ୍ତି ।

ଏହି ଯୋଜନାରେ ଫସଲର ବିବିଧିକରଣ କରି ଅଣଧାନ ଚାଷ କରୁଥିବା ସମସ୍ତ ଚାଷୀଙ୍କୁ ୩ ବର୍ଷ ପାଇଁ ଡିବିଟି ମାଧ୍ୟମରେ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ଉକ୍ତ କାର୍ଯ୍ୟକ୍ରମରେ ପ୍ରାୟ ୧୬୦୦୦ ଚାଷୀ ଉପକୃତ ହେବେ । ଜୈବିକ କୃଷି ସାମଗ୍ରୀ ଉତ୍ପାଦନ, ଅମଳ ପରବର୍ତ୍ତୀ କାର୍ଯ୍ୟ, ପ୍ରାଥମିକ ପ୍ରକ୍ରିୟାକରଣ, ମୂଲ୍ୟଯୁକ୍ତ ଦ୍ରବ୍ୟ ପ୍ରସ୍ତୁତ ଏବଂ ବିପଣନ କାର୍ଯ୍ୟ ପାଇଁ ୩୬ଟି ଗୋଷ୍ଠୀଭିତ୍ତିକ ସଂଗଠନକୁ ପ୍ରୋତ୍ସାହିତ କରାଯିବ । ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ମାଧ୍ୟମରେ କୃଷକମାନଙ୍କୁ ତାଲିମ ପ୍ରଦାନ କରାଯିବ । ଏହି ଯୋଜନାରେ ଅଣଧାନ ଫସଲ ଚାଷ, ମୃତ୍ତିକା ସଂରକ୍ଷଣ, ପୁଷ୍ଟି ବିବିଧିକରଣ ଓ ଜଳ ବିନିଯୋଗ ଦକ୍ଷତା ବୃଦ୍ଧି ଆଦିର ଉପକାରିତା ସମ୍ବନ୍ଧରେ ବ୍ୟାପକ ଜନସଚେତନତାର ବ୍ୟବସ୍ଥା କରାଯାଇଛି । କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀସଂପଦ ସହିତ ସମନ୍ବିତ ଚାଷ କରିବା, ଆୟ ବୃଦ୍ଧି ନିମନ୍ତେ ଗୋଷ୍ଠୀଭିତ୍ତିକ ସଂଗଠନ କୃଷକ ଉତ୍ପାଦନ ସଂଘ / ମହିଳା ସ୍ବୟଂ ସହାୟକ ଗୋଷ୍ଠୀ / ପାଣିପଞ୍ଚାୟତ ଓ କୃଷି ଉଦ୍ୟୋଗ ଦ୍ବାରା ଅମଳ ପରବର୍ତ୍ତୀ କାର୍ଯ୍ୟ, ପ୍ରାଥମିକ ପ୍ରକ୍ରିୟାକରଣ, ମୂଲ୍ୟଯୁକ୍ତ ଦ୍ରବ୍ୟ ପ୍ରସ୍ତୁତି, ବିପଣନ ଆଦିକୁ ପ୍ରୋତ୍ସାହିତ କରାଯିବ ।

ଓଡ଼ିଶାରେ ଅଧିକ ବୃଷ୍ଟିପାତ ହେଉଥିବା ଦୃଷ୍ଟିରୁ ବୃଷ୍ଟିଜଳକୁ ସଂରକ୍ଷଣ କରି ଚାଷ କାର୍ଯ୍ୟରେ ସୁବିନିଯୋଗ କରିବାର ଆବଶ୍ୟକତା ରହିଛି । ତେଣୁ, କେବଳ ଧାନ ଚାଷ ନକରି ଅଣଧାନ ଚାଷ କରି ଉପଲବ୍ଧ ଜଳର ଉଚିତ ବିନିଯୋଗ ଉପରେ ଗୁରୁତ୍ବ ଦିଆଯାଇଛି ବୋଲି କୃଷି ଉତ୍ପାଦନ କମିଶନର ରାଜକୁମାର ଶର୍ମା କହିଛନ୍ତି । ପ୍ରତି ଜଳବିନ୍ଦୁକୁ ଉଚିତ ବ୍ୟବହାର କରି ଅଧିକରୁ ଅଧିକ ଶସ୍ୟ ଉତ୍ପାଦନ ଆମର ଲକ୍ଷ୍ୟ ହେବା ଉଚିତ ବୋଲି ଜଳସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି । କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ସୁରେଶ କୁମାର ବଶିଷ୍ଠ କହିଲେ ଯେ ଏହି ପ୍ରକଳ୍ପ ଦ୍ବାରା ଚାଷୀମାନେ ଲାଭାନ୍ବିତ ହେବା ସହିତ ଏହା ସେମାନଙ୍କ ଆୟ ବୃଦ୍ଧିରେ ସହାୟକ ହୋଇପାରିବ । କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଆର୍‌. ରଘୁପ୍ରସାଦ କହିଲେ ଯେ ସମନ୍ବିତ କୃଷି କାର୍ଯ୍ୟକ୍ରମରେ ମତ୍ସ୍ୟଚାଷ ଓ ପ୍ରାଣୀପାଳନ ମାଧ୍ୟମରେ ଚାଷୀମାନଙ୍କର ଆୟ ବୃଦ୍ଧି କରିହେବ ।

ଭୁବନେଶ୍ବର ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.