ETV Bharat / city

ରାଜଧାନୀରେ ଅପରାଧୀଙ୍କ ଜୁଲୁମ, ଅପରାଧ ଛାଡିଦେବାରୁ ରାସ୍ତାରେ ହାଣିଲେ ଦୁର୍ବୁତ୍ତ ! - ଅପରାଧ ଛାଡିଦେବାରୁ ରାସ୍ତାରେ ହାଣିଲେ ଦୁର୍ବୁତ୍ତ

କ୍ରିମିନାଲଙ୍କ ଗୋଷ୍ଠୀରେ ସାମିଲ ହେବା ପରେ ସାମାଜିକ ମୁଖ୍ୟସ୍ରୋତକୁ ଫେରି ଆସିଥିବା ଯୁବକଙ୍କୁ ଆକ୍ରମଣ । ରାସ୍ତାରେ ହାଣି ଫେରାର୍ ହୋଇଗଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ

ରାଜଧାନୀରେ ଅପରାଧୀଙ୍କ ଜୁଲୁମ, ଅପରାଧ ଛାଡିଦେବାରୁ ରାସ୍ତାରେ ହାଣିଲେ ଦୁର୍ବୁତ୍ତ

author img

By

Published : Jun 4, 2022, 9:57 PM IST

ଭୁବନେଶ୍ବର: କାଳହେଲା କ୍ରିମିନାଲଙ୍କ ଗୋଷ୍ଠୀରେ ସାମିଲ ହେବା । ଅପରାଧିକ ପନ୍ଥା ଠୁ ଦୂରେଇ ବ୍ୟବସାୟ ଆରମ୍ଭ କରିବାରୁ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିବା ଜଣାପଡିଛି । ଏପରି ଏକ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ବରରେ । କ୍ରିମିନାଲ ଗ୍ୟାଙ୍ଗରେ ସାମିଲ ନ ହେବାରୁ ତାଙ୍କୁ ରାସ୍ତାରେ ଆକ୍ରମଣ କରିଛନ୍ତି କେତେକ ଦୁର୍ବୁତ୍ତ ।

ରାଜଧାନୀରେ ଅପରାଧୀଙ୍କ ଜୁଲୁମ, ଅପରାଧ ଛାଡିଦେବାରୁ ରାସ୍ତାରେ ହାଣିଲେ ଦୁର୍ବୁତ୍ତ

ଭୁବନେଶ୍ବର ବଡଗଡ ଥାନା ଓ କ୍ୟାପିଟାଲ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏହି କ୍ରିମିନାଲ ଓ୍ବାର । କିଛି ଦିନ‌ଧରି ଅପରାଧ ଛାଡି ବସ୍ତି ଲୋକଙ୍କ ସହ ମିଶି ବ୍ୟବସାୟ ଆରମ୍ଭ କରିଥିବା ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ୩ ରୁ ୪ଜଣ ଦୁର୍ବୃତ୍ତ । ଏନେଇ ଖବର ପାଇ ଉଭୟ କ୍ୟାପିଟାଲ ଥାନା ଓ ବଡଗଡ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ଆକ୍ରମଣକାରୀଙ୍କ ଆକ୍ରମଣରେ ପି ରାମାରାଓ ନାମକ ଯୁବକ ଗୁରୁତର ହୋଇଥିବା ସୂଚନା ମିଳିଛି । ତାଙ୍କ ମୁଣ୍ଡ ଓ ବେକ ସହ ପିଠି ଓ ହାତକୁ ଖଣ୍ଡାରେ ହାଣି ଲୁହଲୁହାଣ କରିଛନ୍ତି ଦୁର୍ବୃତ୍ତ ।

ଏନେଇ ସମ୍ପୃକ୍ତ ଯୁବକ ଅଭିଯୋଗ କରିଛନ୍ତି । ସେ କିଛିଦିନ ପୁର୍ବରୁ ଅପରାଧିକ ମାମଲାରେ ଗିରଫ ହୋଇଥିଲେ । ପୋଲିସ ତାଙ୍କୁ ଅପରାଧରୁ ଦୂରେଇବାକୁ କହିଥିଲା । ବସ୍ତି ବାସିନ୍ଦା ଓ କର୍ପୋରେଟରଙ୍କ ଉପସ୍ଥିତିରେ କ୍ରାଇମ ଛାଡି ବ୍ୟବସାୟ ଆରମ୍ଭ କରିଥିଲା । ପୋଲିସ ମଧ୍ୟ ସୁରକ୍ଷା ଦେବ ବୋଲି କହିଥିଲା । ଅନ୍ୟପଟେ ପୂର୍ବରୁ କାମ କରୁଥିବା ଅପରାଧ ଗ୍ୟାଙ୍ଗର ଲୋକେ ତାଙ୍କୁ ହଇରାଣ କରୁଥିଲେ । ଶେଷରେ ଆଜି(ଶନିବାର‌) ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ୩ରୁ ୪ଜଣ ଯୁବକ ଆସି ତାଙ୍କୁ ରାସ୍ତାରେ ହଇରାଣ କରିବା ସହ ମାରଣାସ୍ତ୍ରରେ ଆକ୍ରମଣ କରି ଫେରାର୍ ହୋଇ ଯାଇଛନ୍ତି ।

ଏନେଇ ରାମାରାଓ ପୋଲିସକୁ ଦାୟୀ କରିଛନ୍ତି । ସେ କହିଛନ୍ତି ବଟି ଖାଇ ପୋଲିସ ସେମାନଙ୍କୁ ସୁରକ୍ଷା ଦେଉଛି । ଅପରାଧ ଛାଡିଥିଲେ ବି ପୁଣି ଆକ୍ରମଣ କରାଯାଉଛି । ଅନ୍ୟପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ଡିସିପି । ସେ କହିଛନ୍ତି ଯେ, ଘଟଣାର କାରଣ ଏଯାଏଁ ଜଣାପଡିନି, ପୋଲିସ ତଦନ୍ତ ଜାରି‌ରଖିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.