ETV Bharat / city

Odisha Assembly; ରାଜ୍ୟରେ ବଢିଛି ଅପରାଧିକ ମାମଲା, ୧୧ ହଜାରରୁ ଅଧିକ ପୋଲିସ ପଦ ଖାଲି

ରାଜ୍ୟରେ ବଢିବାରେ ଲାଗିଛି ଅପରାଧିକ ମାମଲା । ଆଜି ବିଧାନସଭାରେ ସରକାର ଦେଇଥିବା ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି । ଅଧିକ ପଢନ୍ତୁ...

Odishaassembly
Odishaassembly
author img

By

Published : Sep 6, 2021, 2:21 PM IST

Updated : Sep 6, 2021, 4:52 PM IST

ଭୁବନେଶ୍ବର: ରାଜ୍ୟରେ ବଢିବାରେ ଲାଗିଛି ଅପରାଧିକ ମାମଲା । ଆଜି ବିଧାନସଭାରେ ସରକାର ଦେଇଥିବା ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି । ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଦେଇଥିବା ତଥ୍ୟ ଅନୁସାରେ 2019 ରେ 1 ଲକ୍ଷ 21 ହଜାର 525 ହଜାର ମାମଲା ପଞ୍ଜିକୃତ ହୋଇଥିବା ବେଳେ 2020 ରେ 1 ଲକ୍ଷ 34 ହଜାର 243 ମାମଲା ପଞ୍ଜିକୃତ ହୋଇଛି । ବିଧାୟକ ଗଣେଷ ରାମ ଖୁଣ୍ଟିଆଙ୍କ ପ୍ରଶ୍ନରେ ଗୃହ ରାଷ୍ଟ୍ରମନ୍ତ୍ରୀ ଏହି ଉତ୍ତର ଗୃହରେ ରଖିଛନ୍ତି ।

ଏହାସହ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ବର ସହରାଞ୍ଚଳରେ ୨୦୧୯ ରେ ୮ ହଜାର ୨୨୯ ମାମଲା ରୁଜୁ ହୋଇଥିବା ବେଳେ ୨୦୨୦ ରେ ୭ ହଜାର ୬୭୪ ମାମଲା ପଞ୍ଜିକୃତ ହୋଇଛି ।

ଅନ୍ୟପଟେ ରାଜ୍ୟ ପୋଲିସ ବିଭାଗରେ ମୋଟ ଅନୁମୋଦିତ ପଦବୀ ୬୭ ହଜାର ୭୬୧ ଥିବାବେଳେ ବର୍ତ୍ତମାନ ୫୬ ହଜାର ୩୦୫ ପଦବୀ ପୂରଣ ହୋଇଛି । ୧୧ ହଜାର ୪୫୬ ଟି ପଦବୀ ଖାଲି ପଡିଛି । ରାଜ୍ୟ ପୋଲିସରେ ୧୦ ଟି ଏଡିଜିପି ପଦବୀ ଥିବାବେଳେ ବର୍ତ୍ତମାନ ୧୧ ଜଣ ଅଛନ୍ତି । ଆଇଜିପି ପଦବୀ ୧୫ ଥିବାବେଳେ ବର୍ତ୍ତମାନ ୧୨ ଜଣ କାର୍ଯ୍ୟରତ ଅଛନ୍ତି ଓ ୩ ଟି ପୋଷ୍ଟ ଖାଲି ଅଛି । ଡିଆଇଜି ୨୦ ଟି ପଦବୀ ମଞ୍ଜୁର ପ୍ରାପ୍ତ ଥିବାବେଳେ ବର୍ତ୍ତମାନ ୭ ଜଣ କାର୍ଯ୍ୟରତ ଅଛନ୍ତି ଓ ୧୩ ଟି ପଦବୀ ଖାଲି ପଡିଛି । ଏହା ବାଦ ୬୩ ଏସପି ପଦବୀ ମଞ୍ଜୁରୀ ପ୍ରାପ୍ତ ଥିବାବେଳେ ୪୮ ଟି ପଦବୀ ବର୍ତ୍ତମାନ ପୂରଣ ହୋଇଛି ଓ ୧୫ ଟି ଖାଲି ରହିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟଙ୍କ ସହ ରୁଦ୍ର ନାରାୟଣ ଦାସ, ଇଟିଭି ଭାରତ

Last Updated : Sep 6, 2021, 4:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.