ଭୁବନେଶ୍ବର: ରାଜଧାନୀରେ ଅପରାଧକୁ ହ୍ରାସ କରିବା ନିମନ୍ତେ ସରାଇ ଆକ୍ଟକୁ କାର୍ଯ୍ୟକାରୀ କରିବାକୁ କମିସନେରେଟ୍ ପୋଲିସର ପ୍ରସ୍ତୁତି। ରାଜଧାନୀରେ ଥିବା ବିଭିନ୍ନ ହୋଟେଲ ଏବଂ ଲଜକୁ ଆସୁଥିବା ଅତିଥି ମାନଙ୍କର ତଥ୍ୟ ସଂଗ୍ରହକୁ ଦିଆଯାଉଛି ଗୁରୁତ୍ଵ।
ଅତିଥି ଆପ୍ ଏବଂ ଦ ସେଫ୍ଟି ମାଧ୍ୟମରେ ଏସବୁ ତଥ୍ୟ ରଖାଯିବ। ତେବେ ଏହା ଦ୍ଵାରା କୌଣସି ବ୍ୟକ୍ତିଙ୍କ ଗୋପନୀୟତା ବାହରକୁ ଅଣାଯିବ ନାହିଁ।
ଆଗରୁ ମଧ୍ୟ ହୋଟେଲ କର୍ତ୍ତୃପକ୍ଷ ତଥ୍ୟ ଦେଉଥିଲେ ସୁଦ୍ଧା ଏବେ ଆପ ମାଧ୍ୟମରେ ଦେବେ। ଏବେ କାର୍ଯ୍ୟକ୍ରମ ଚାଲିଛି ଏବଂ ଏହା କିପରି କାର୍ଯ୍ୟକାରୀ କରିବ ଏବଂ କେବେ ଲଞ୍ଚ କରାଯିବ ତାହା ପୋଲିସ ପକ୍ଷରୁ ସୂଚନା ଦିଆଯିବ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ