କଟକ: ଅପରାଧୀମାନଙ୍କୁ ସଜ୍ଜା ଦେବାରେ ପବ୍ଲିକ ପ୍ରୋସିକ୍ୟୁଟରଙ୍କ ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ ରହିଥାଏ । ତେଣୁ ସେମାନଙ୍କ ସମସ୍ୟାର ସାମାଧାନ ଆବଶ୍ୟକ ବୋଲି କ୍ରାଇମବ୍ରାଞ୍ଚ ପୋଲିସର ଅତିରିକ୍ତ ଏଡିଜି କହିଛନ୍ତି ।
ବିଶେଷକରି ଫିଲ୍ଡରେ ପବ୍ଲିକ ପ୍ରୋସିକ୍ୟୁଟରମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି । ସେମାନଙ୍କ ପ୍ରତ୍ୟକଟି ସମସ୍ୟାର ସମାଧାନ ପାଇଁ କ୍ରାଇମବ୍ରାଞ୍ଚ ପୋଲିସ ପକ୍ଷରୁ ବ୍ୟବସ୍ଥା କରାଯିବ । ଅପରାଧୀମାନଙ୍କୁ ସଜ୍ଜା ଦେବାରେ ପ୍ରମୁଖ ଭୂମିକ ନିର୍ବାହ କରିଥିବା 23 ଜଣ ପବ୍ଲିକ ପ୍ରୋସିକ୍ୟୁଟରଙ୍କୁ ଶନିବାର ପ୍ରସଂଶା ପତ୍ର ପ୍ରଦାନ କରିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । ଏହାଦ୍ବାରା ସେମାନଙ୍କ ମନବଳ ଦୃଢ଼ ହେବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ