ETV Bharat / city

Bank Fraud: ୧୦୦ କୋଟିରୁ ଊର୍ଦ୍ଧ୍ବ ବ୍ୟାଙ୍କ ଠକେଇ, ପୂର୍ବତନ IASଙ୍କ ପୁଅ ଗିରଫ - ରାଜ୍ୟରେ ବଡ଼ ଧରଣର ବ୍ୟାଙ୍କ ଠକେଇ

EOW ହାତରେ ଧରାପଡ଼ିଛି ୧୦୯ କୋଟି ଠକେଇର ମାଷ୍ଟର ମାଇଣ୍ଡ ଦୀପକ କିଣ୍ଡୋ । ପତ୍ନୀଙ୍କ ସହ ମିଶି ରାଜ୍ୟରେ ୧୦୯ କୋଟି ଟଙ୍କାର କରିଛନ୍ତି ବ୍ୟାଙ୍କ ଫ୍ରଡ । ଅଧିକ ପଢନ୍ତୁ

BANK FRAUD: ୧୦୦ କୋଟି ବ୍ୟାଙ୍କ ଠକେଇ, ପୂର୍ବତନ IASଙ୍କ ପୁଅ ଗିରଫ

author img

By

Published : Mar 18, 2022, 1:54 PM IST

Updated : Mar 18, 2022, 7:54 PM IST

ଭୁବନେଶ୍ବର: EOW ହାତରେ ଧରାପଡ଼ିଛି ୧୦୯ କୋଟି ଠକେଇର ମାଷ୍ଟର ମାଇଣ୍ଡ । ପୂର୍ବତନ IAS ସ୍ବର୍ଗତ ଲିଭନେଶ କିଣ୍ଡୋଙ୍କ ପୁଅ ତଥା ଠକ ଦୀପକ କିଣ୍ଡୋକୁ ଗିରଫ କରିଛି ଇଓଡବ୍ଲୁ ଟିମ । ଗିରଫ ଇଓଡବ୍ଲୁ ହାତରେ ଲାଗିଛି ଦୀପକ କିଣ୍ଡୋର ଠକେଇ ନେଟୱର୍କ ଓ ସାରାଦେଶର ଠକେଇର ଚେର ।

Bank Fraud: ୧୦୦ କୋଟିରୁ ଊର୍ଦ୍ଧ୍ବ ବ୍ୟାଙ୍କ ଠକେଇ, ପୂର୍ବତନ IASଙ୍କ ପୁଅ ଗିରଫ

ରାଜ୍ୟରେ ୧୦୯ କୋଟି ଟଙ୍କାର ବ୍ୟାଙ୍କ ଫ୍ରଡ ହୋଇଥିବା ଦୀପକ ବିରୋଧରେ ଆସିଥିଲା ଅଭିଯୋଗ । ଫର୍ଜି ଡକ୍ୟୁମେଣ୍ଟ ଜରିଆରେ ଲୋନ ଜାଲିଆତି କରି ବ୍ୟାଙ୍କରୁ ସେ ଠକେଇ କରିଥିଲେ । ବିଭିନ୍ନ‌ ବ୍ୟାଙ୍କ ଓ ଫାଇନାନ୍ସ କମ୍ପାନୀକୁ ଚୂନ ଲଗାଇ ୧୦୯କୋଟିର ଠକେଇ କରିଥିଲେ । ସମ୍ବନ୍ଧ ଫିନସର୍ଭ ନାମକ ଠକ କମ୍ପାନୀ କରି ବିଭିନ୍ନ ବ୍ୟାଙ୍କକୁ ଠକି ଥିଲେ । ଏଥିରେ ସହଯୋଗ କରିଥିଲେ ଦୀପକ କିଣ୍ଡୋଙ୍କ ପତ୍ନୀ ଅମ୍ରିତା କିଣ୍ଡୋ । ଠକ ଦମ୍ପତି ତାଙ୍କ ବାପା ଓ ମା ପୂର୍ବତନ ଆଇଏସ ଲିଭନେଶ କିଣ୍ଡୋ ଓ ତାଙ୍କ ପତ୍ନୀ ଏମ କିଣ୍ଡୋଙ୍କ ନାଁରେ ଠକେଇ କରିଥିଲେ ।

ଏନେଇ ଅଭିଯୋଗ ଆଧାରରେ ପୂର୍ବରୁ ପତ୍ନୀକୁ ଗିରଫ କରିଥିଲା ଇଓଡବ୍ଲୁ ଟିମ । ଯିଏକି ଦିୟା ଡାଏରି ଏଗ୍ରୋ ପ୍ରା ଲିମିଟେଡର ଏମଡି ଥିଲେ । ଅଭିଯୋଗକାରୀ ଅନ୍ନପୂର୍ଣ୍ଣା ଫାଇନାନ୍ସର କର୍ତ୍ତୃପକ୍ଷଙ୍କ ଅଭିଯୋଗ ମୁତାବକ ୨୦୨୦ ମସିହାରେ ସମ୍ବନ୍ଧ ଫାଇନାନ୍ସ ପ୍ରାଇଭେଟ ଲିମିଟେଡର ଏମଡି ଦିପକ କିଣ୍ଡୋ ଯିଏକି ଖଣ୍ଡଗିରିରେ ଥିବା ଅନ୍ନପୂର୍ଣ୍ଣା ଫାଇନାନ୍ସରୁ ୫କୋଟି ଲୋନ ପାଇ ଆବେଦନ କରିଥିଲେ । ଏସଏଚଜି ଗ୍ରୁପ ଜରିଆରେ ବିଭିନ୍ନ ଗ୍ରୁପକୁ ଫାଇନାନ୍ସ ଦେବା ପାଇଁ ଦୀପକଙ୍କ ସଂସ୍ଥା ୫କୋଟିର ଲୋନ ନେଇଥିଲେ।

ହେଲେ ୫କୋଟି ନେବା ପରେ ଆଉ ଟଙ୍କା ସୁଝି ନଥିଲେ ଯାହାକୁ ନେଇ ଏନପିଏ ଜାରି ହୋଇଥିଲା । ଏନେଇ କ୍ରାଇମବ୍ରାଞ୍ଚରେ ଅଭିଯୋଗ ପରେ ତଦନ୍ତରୁ ଜଣାପଡିଥିଲା ଯେ ଏହା ଏକ ବଡ ଧରଣର ଜାଲିଆତି । କେବଳ ଦିପକ ନୁହନ୍ତି ତାଙ୍କ ପତ୍ନୀ ଅମ୍ରିତା ମଧ୍ୟ ଉଭୟ ଠକ କମ୍ପାନୀ ଖୋଲି ଏହିପରି ଡିସିବି ବ୍ୟାଙ୍କ, ଏସ ଆଇ ଡିବିଆଇ, ବୋପା ପିଟିଇ( ସିଙ୍ଗାପୁରର ଏକ ଫାଇନାନ୍ସ କମ୍ପାନୀ) ସମେତ ଅଷ୍ଟ୍ରେଲିଆ ବେସ୍ଡ ଅନେକ ବ୍ୟାଙ୍କ ଓ ଫାଇନାନ୍ସରୁ ୧୦୯କୋଟି ଠକେଇ କରିଛନ୍ତି । ଫର୍ଜି ଡକୁମେଣ୍ଟ କରି ଲୋନ ହାତେଇବା ପରେ ନସୁଝି ଏପରି ଧରାଛୁଆଁ ଦେଉନଥିଲେ।

ଦୁଇ ଠକ ଦମ୍ପତିଙ୍କ ସହ ତାଙ୍କ ବାପା ସ୍ବର୍ଗତ ଆଇଏସ ଲିଭନେଶ କିଣ୍ଡୋ ଓ ତାଙ୍କ ମା ଏମ କିଣ୍ଡୋ ନାଁରେ ଏପରି ଠକେଇ କରିଥିଲେ। ଯେହେତୁ ପୂର୍ବତନ ଆଇଏସ ଓ ତାଙ୍କ ପତ୍ନୀଙ୍କର‌ ଦେହାନ୍ତ ହୋଇଛି ଏନେଇ ଏବେ ଠକ ଦମ୍ପତିଙ୍କର ଠକେଇ କରିଥିବା ଟଙ୍କା ମନି ଟ୍ରେଲ ଖୋଜୁଛି ଇଓଡବ୍ଲୁ । ଏନେଇ ୪୬ଟି ବ୍ୟାଙ୍କରେ ଡିପୋଜିଟ ଥିବା ୧୭କୋଟି ଟଙ୍କା ଠାବ କରିଛି । ତେବେ ପୂର୍ବରୁ ପତ୍ନୀ ଗିରଫ ହୋଇଥିବା ବେଳେ ଦୀପକ କିଣ୍ଡୋଙ୍କୁ ଖୋଜୁଥିଲା ପୋଲିସ ।

ଦୀପକ ଠକେଇ କରି ଦେଶ ବାହାରକୁ ଖସିବା ପାଇଁ ଉଦ୍ୟମ ବେଳେ କ୍ରାଇମବ୍ରାଞ୍ଚର ଇଓଡବ୍ଲୁ ବା ଅର୍ଥନୈତିକ ଅପରାଧ ଶାଖା ତାଙ୍କୁ ଗିରଫ କରିଛି । ଦୀପକ କିଣ୍ଡୋ ହାବାର୍ଡ ୟୁନିଭର୍ସିଟିର ଜଣେ ପାସ ଆଉଟ ଛାତ୍ର ଥିଲେ ବୋଲି ଜଣାପଡ଼ିଛି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated : Mar 18, 2022, 7:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.