ETV Bharat / city

ମହିଳା ବିରୋଧୀ ଅପରାଧରେ ଓଡିଶା ତୃତୀୟ: ସରକାରଙ୍କୁ ଘେରିଲେ ବିରୋଧୀ, ଜବାବ ରଖିଲା ବିଜେଡି

author img

By

Published : Aug 30, 2022, 10:49 PM IST

ମହିଳାଙ୍କ ବିରୋଧରେ ଅପରାଧ ହାରରେ ଦେଶରେ ଦ୍ଵିତୀୟ ସ୍ଥାନରେ ରହିଛି ଓଡ଼ିଶା (crime against women increasing Odisha)। ଆସାମରେ ଅପରାଧ ହାର ସର୍ବାଧିକ ୧୬୮.୩ ଓ ଦିଲ୍ଲୀରେ ୧୪୭.୬ ଥିବା ବେଳେ ଓଡିଶାର ହାର ୧୩୭.୮ ପ୍ରତିଶତ ରହିଛି । ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଅଧିକ ପଢ଼ନ୍ତୁ

ମହିଳାଙ୍କ ବିରୋଧରେ ଅପରାଧରେ ଓଡ଼ିଶା ତୃତୀୟ
ମହିଳାଙ୍କ ବିରୋଧରେ ଅପରାଧରେ ଓଡ଼ିଶା ତୃତୀୟ

ଭୁବନେଶ୍ବର: ମହିଳାଙ୍କ ବିରୋଧରେ ଅପରାଧ ହାରରେ ଦେଶରେ ଦ୍ଵିତୀୟ ସ୍ଥାନରେ ରହିଛି ଓଡ଼ିଶା(crime against women increasing Odisha) । ୨୦୧୯ରେ ୪ର୍ଥ, ୨୦୨୦ରେ ପ୍ରଥମ, ୨୦୨୧ରେ ଦ୍ଵିତୀୟ ସ୍ଥାନରେ ରହିଛି ରାଜ୍ୟ । ଏହା ସହ ମହିଳାଙ୍କୁ ଅସଦାଚରଣ ହାରରେ ଓଡ଼ିଶା ଗତ ତିନି ବର୍ଷ ଧରି ୧ ନମ୍ବର ରହିଛି । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

ମହିଳାଙ୍କ ବିରୋଧରେ ଅପରାଧରେ ଓଡ଼ିଶା ତୃତୀୟ

ଓଡ଼ିଶା‌ରେ ଗତ ତିନି ବର୍ଷ ହେଲା ମହିଳା ବିରୋଧୀ ହିଂସା ବୃଦ୍ଧିପାଉଛି । ୨୦୨୧ରେ ରାଜ୍ୟରେ ମୋଟ ୩୧ ହଜାର ୩୫୨ ମହିଳା ବିରୋଧୀ ହିଂସା ଘଟିଛି । ୨୦୨୦ରେ ଏହା ୨୫ ହଜାର ୪୮୯ ଓ ୨୦୧୯ ରେ ୨୩ ହଜାର ୧୮୩ ଥିଲା । ମହିଳା ଅପରାଧ ହାର ଦୃଷ୍ଟିରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି ।

ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ଆସାମରେ ଅପରାଧ ହାର ସର୍ବାଧିକ ୧୬୮.୩ ଓ ଦିଲ୍ଲୀରେ ୧୪୭.୬ ଥିବା ବେଳେ ଓଡିଶାର ହାର ୧୩୭.୮ ପ୍ରତିଶତ ରହିଛି । ଓଡ଼ିଶାରେ ମହିଳା ଅପରାଧ ଚାର୍ଜସିଟ୍‌ ହାର ୮୦.୧ ପ୍ରତିଶତ ରହିଛି । ମୋଟ ମାମଲା ମଧ୍ୟରୁ ୨୦୨୧ରେ ୨୩୧୩ଟିର ଫଇସଲା ହୋଇଛି । ଏହା ମୋଟ ବିଚାରାଧୀନ ମାମଲାର ୧.୪ ପ୍ରତିଶତ ରହିଛି ।

IPCର ବିଭିନ୍ନ ଧାରାରେ ୨୭ ହଜାର ୭୯୨ ଟି ଦୁଷ୍କର୍ମ, ଏସିଡ୍ ଆକ୍ରମଣ ଓ ହତ୍ୟା ଆଦି ମାମଲା ରୁଜୁ ହୋଇଥିବା ବେଳେ ଏସ୍‌ଏଲ୍‌ଏଲ୍‌ ସ୍ବତନ୍ତ୍ର ଓ ସ୍ଥାନୀୟ ଆଇନ ଅଧୀନରେ ୩ ହଜାର ୫୬୦ ମାମଲା ରୁଜୁ ହୋଇଛି । ୨୦୨୧ରେ ୫୧୭୫ ଅପହରଣ, ୧୪୫୬ ଦୁଷ୍କର୍ମ, ୨୯୩ ଯୌତୁକ ମୃତ୍ୟୁ, ୪୬୫ ଯୌତୁକ ନିର୍ଯାତନା, ୯୪୩୧ ନିର୍ଯାତନା, ୧୫୨୦ ଯୌନ ନିର୍ଯାତନା, ୩୩୫୭ ବିବସ୍ତ୍ର କରିବା ଆଦି ମାମଲା ରୁଜୁ ହୋଇଛି । ଗତ ବର୍ଷ ଓଡିଶାରେ ମହିଳାଙ୍କ ବିରୋଧରେ ୫୬୫ଟି ସାଇବର ଅପରାଧ ଓ ସୂଚନା ପ୍ରଯୁକ୍ତି ସମ୍ବନ୍ଧିତ ଅପରାଧ ମାମଲା ମଧ୍ୟ ରୁଜୁ ହୋଇଛି ।

ମହିଳା ବିରୋଧୀ ଅପରାଧୀକ ମାମଲା ବଢୁଥିବାରୁ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବିଧାନସଭା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, "ମହିଳା ବିରୋଧୀ ଅପରାଧ କରିବା ଲାଗି ପ୍ରତିଯୋଗିତା ଆରମ୍ଭ ହୋଇଛି । ଅପରାଧ ବଢ଼ୁଥିଲେ ବି ପ୍ରତିକାର କରିବା ପାଇଁ ସରକାର ପଦକ୍ଷେପ ନେଉନାହାନ୍ତି । ଅପରାଧ ନିୟନ୍ତ୍ରଣ ପାଇଁ ଆବଶ୍ୟକତା ଅନୁଯାୟୀ ପୋଲିସ ପଦବୀ ପୁରଣ ହେଉନାହିଁ । ସରକାର ଅଚିନ୍ତା ନିଦ୍ରା ଯାଇଛନ୍ତି । ଗାଁ'କୁ କାମ, ମା'ଙ୍କୁ ସମ୍ମାନ ବିଜୁ ପଟ୍ଟନାୟକ କହୁଥିଲେ । ଏହା ବିଜେଡିର ନାଟକ । ବାସ୍ତବତା କିଛି ନାହିଁ ।"

ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ସେପଟେ ଅଭିଯୋଗର ଜବାବ ରଖିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ । ସେ କହିଛନ୍ତି, "ବିଭିନ୍ନ ସମୟରେ ଯେଉଁ ରିପୋର୍ଟ ଆସୁଛି, ସରକାର କାର୍ଯ୍ୟକ୍ରମ କରୁଛନ୍ତି । ଆଗରୁ କେଶ ରେକର୍ଡ ହେଉନଥିଲା, ଏବେ ହେଉଛି । କ୍ରାଇମ ନିୟନ୍ତ୍ରଣ ଲାଗି ସରକାର ପଦକ୍ଷେପ ନେଉଛନ୍ତି । ତାହାର ସୁଫଳ ନିଶ୍ଚୟ ମିଳିବ । ଯେଉଁମାନେ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି, ତାହା ଠିକ ନୁହେଁ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.