ETV Bharat / city

ଦରଦାମ ବୃଦ୍ଧି ତାତି, ରାଜଧାନୀରେ ପ୍ରତିବାଦ କଲା CPIM - ଦରଦାମ ବୃଦ୍ଧି ନେଇ ପ୍ରତିବାଦ

ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଗୁଡିକର ଦର ବଢିବାରେ ଲାଗିଛି । ଦର ବୃଦ୍ଧି ପ୍ରତ୍ୟାହାର ଦାବିରେ ଆଜି ସିପିଆଇଏମ ସାରା ରାଜ୍ୟରେ ପ୍ରତିବାଦ କରିଛି । ଅଧିକ ପଢନ୍ତୁ...

ଦରଦାମ ବୃଦ୍ଧି ନେଇ ସିପିଆଇଏମର ପ୍ରତିବାଦ
ଦରଦାମ ବୃଦ୍ଧି ନେଇ ସିପିଆଇଏମର ପ୍ରତିବାଦ
author img

By

Published : Nov 3, 2021, 1:05 PM IST

ଭୁବନେଶ୍ବର: ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଗୁଡିକର ଦର ବଢିବାରେ ଲାଗିଛି । ଦର ବୃଦ୍ଧି ପ୍ରତ୍ୟାହାର ଦାବିରେ ଆଜି ସିପିଆଇଏମ ସାରା ରାଜ୍ୟରେ ପ୍ରତିବାଦ କରିଛି । ଦରଦାମ୍ ବୃଦ୍ଧିକୁ ନେଇ ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟାଳୟ ଓ ଭୁବନେଶ୍ୱରରେ ଆନ୍ଦୋଳନ ଜାରି ରହିଛି । ଦରଦାମ୍ ବୃଦ୍ଧି ଯୋଗୁଁ ଲୋକମାନେ ହଇରାଣ ହେଉଛନ୍ତି । ବିଜେପି ମନ୍ତ୍ରୀମାନେ ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ରିୟ ଶୁଳ୍କ ବୃଦ୍ଧି ଯଥାର୍ଥ୍ୟ ବୋଲି କହିଛନ୍ତି ।

ଦରଦାମ ବୃଦ୍ଧି ନେଇ ସିପିଆଇଏମର ପ୍ରତିବାଦ

କୋରୋନା ଟିକା ମାଗଣାରେ ଯୋଗାଇବା ଏବଂ ଜନକଲ୍ୟାଣ ମୂଳକ କାର୍ଯ୍ୟ ପାଇଁ ଏହା ଖର୍ଚ୍ଚ ହେଉଛି ବୋଲି କହିବା ଦୁର୍ଭାଗ୍ଯଜନକ । ଗତ ବଜେଟରେ ଟିକା ପାଇଁ ବରାଦ ହୋଇଥିବା 35000 କୋଟି ଟଙ୍କା କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ସିପିଆଇଏମ ନେତା। ବିଜେପି ସରକାର ଧନୀକ ସପକ୍ଷବାଦୀ ଆର୍ଥିକ ନୀତି ଯୋଗୁଁ ଦେଶର ଅର୍ଥନୀତି ଦେବାଳିଆ ହୋଇଛି । ଫଳରେ ରାଜକୋଷରେ ଅର୍ଥ ନାହିଁ ବୋଲି କହିଛି ସିପିଆଇଏମ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.