ETV Bharat / city

ସିଏଏ ଓ ଏନଆରସିକୁ ବିରୋଧ କରି ବାମପନ୍ଥୀ ଦଳର ବିକ୍ଷୋଭ - ଜାତୀୟ ନାଗରିକ ପାଞ୍ଜିକରଣ

ଭୁବନେଶ୍ବରରେ ସିପିଆଇ, ସିପିଆଇ (ଏମ), ସିପିଆଇଏମଏଲ, ଅଲ ଇଣ୍ଡିଆ ଫରୱାର୍ଡ କ୍ଲବ ସମେତ ବିଭିନ୍ନ ବାମପନ୍ଥୀ ଛାତ୍ର ସଂଗଠନ ଏକତ୍ରିତ ହୋଇ ସିଏଏ ଓ ଏନଆରସିକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

cpi-cpm-and-different-left-origanisation-agitation-in-bbsr-for-caa-and-nrc
ଫଟୋ ସୌଜନ୍ୟ : ପ୍ରତିନିଧି,ଭୁବନେଶ୍ବର
author img

By

Published : Dec 19, 2019, 7:04 PM IST

ଭୁବନେଶ୍ବର: ଦେଶରେ ନାଗରିକତା ସଂଶୋଧନ ଆଇନ (ସିଏଏ) 2019 ଲାଗୁ ଓ ଜାତୀୟ ନାଗରିକ ପଞ୍ଜିକରଣ (ଏନଆରସି) ପ୍ରଚଳନକୁ ନେଇ ବାମପନ୍ଥୀ ଦଳ ଏକତ୍ରିତ ହୋଇଛନ୍ତି । ଯାହାକୁ ବିରୋଧ କରି ରାଜଧାନୀରେ ଏକତ୍ରିତ ହୋଇଛନ୍ତି ବାମପନ୍ଥୀ ଦଳ ।

ସିଏଏ ଓ ଏନଆରସିକୁ ବିରୋଧ କରି ବାମପନ୍ଥୀ ଦଳର ବିକ୍ଷୋଭ

ଦେଶର ନାଗରିକଙ୍କୁ ସରକାର ଧର୍ମ ଭିତ୍ତିରେ ଭାଗ ଭାଗ କରିବା ପାଇଁ ଷଡଯନ୍ତ୍ର କରୁଥିବା ଅଭିଯୋଗ କରିଛନ୍ତି ସିପିଆଇ, ସିପିଆଇ (ଏମ), ସିପିଆଇ (ଏମଏଲ), ଅଲ ଇଣ୍ଡିଆ ଫରୱାର୍ଡ କ୍ଲବ ସମେତ ବିଭିନ୍ନ ବାମପନ୍ଥୀ ଛାତ୍ର ସଂଗଠନ । ସରକାର ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ସେମାନେ ଦାବି କରିବା ସହ ଏପରି ସମ୍ବିଧାନ ବିରୋଧୀ କାର୍ଯ୍ୟରୁ କ୍ଷାନ୍ତ ରହିବାକୁ ଦାବି କରାଯାଇଛି । ନଚେତ ପରବର୍ତ୍ତୀ ଅବସ୍ଥାରେ ସମାଜରେ ଯେଉଁ ଆନ୍ଦୋଳନ ମୁଣ୍ଡ ଟେକିବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ବାମପନ୍ଥୀ ଦଳମାନେ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି।

ଏହି ଅବସରରେ ଆୟୋଜିତ ସଭାରେ ବରିଷ୍ଠ ନେତାମାନେ ସରକାରଙ୍କ ଏଭଳି ନୀତିକୁ ତୀବ୍ର ସମାଲୋଚନା କରିବା ସହ ଦେଶରେ ଶାନ୍ତି ସ୍ଥାପନ ପାଇଁ ସରକାର ଏହାର ପୁନର୍ବିଚାର କରିବା ସହ ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Intro:ଦେଶରେ ନାଗରିକତା ନାଗରିକତା ସଂଶୋଧନ ଆଇନ 2019 ଲାଗୁ କରିବା ଓ ନାଗରିକ ପାଞ୍ଜିକା ପ୍ରଚଳନ କୁ ନେଇ ବାମପନ୍ଥୀ ଦଳ ମାନେ ଏକତ୍ରିତ ହୋଇଛନ୍ତି।ଯାହାକୁ ବିରୋଧ କରିବା ପାଇଁ ସେମାନେ ଆଜି ରାଜଧାନୀରେ ଏକତ୍ରିତ ବିଶାଳ ବିକ୍ଷୋଭ ସମାବେଶ ଆୟୋଜନ କରିଛନ୍ତି।ଏହା ସହ ସରକାର ଦେଶର ନାଗରିକମାନଙ୍କ ମଧ୍ୟରେ ଧର୍ମ ଭିତ୍ତିରେ ଭାଗ ଭାଗ କରିବା ପାଇଁ ଷଡଯନ୍ତ୍ର କରୁଥିବା ଅଭିଯୋଗ କରିଛନ୍ତି।ତେଣୁ ସରକାର ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ସେମାନେ ଦାବି କରିବା ସହ ଏପରି ସମ୍ବିଧାନ ବିରୋଧୀ କାର୍ଯ୍ୟରୁ କ୍ଷାନ୍ତ ରହିବାକୁ ଦାବି କରାଯାଇଛି।ନଚେତ ପରବର୍ତ୍ତୀ ଅବସ୍ଥାରେ ସମାଜରେ ଯେଉଁ ଆନ୍ଦୋଳନ ମୁଣ୍ଡ ଟେକିବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ବାମପନ୍ଥୀ ଦଳମାନେ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି।

Body:ସାରା ଦେଶରେ ଆୟୋଜିତ ହେଉଥିବା ବାମପନ୍ଥୀ ଦଲମାନଙ୍କ ଏହି ସମାବେଶ ଅବସରରେ ଭୁବନେଶ୍ୱର ରେ ସି ପି ଆଇ,ସି ପି ଆଇ (ଏମ),ସି ପି ଆଇ ଏମ ଏଲ,ଅଲ ଇଣ୍ଡିଆ ଫରୱାର୍ଡ କ୍ଲବ ସମେତ ବିଭିନ୍ନ ବାମପନ୍ଥୀ ଛାତ୍ର ସଂଗଠନ ମାନେ ମଧ୍ୟ ଯୋଗ ଦେଇଥିଲେ।ଏହି ଅବସରରେ ଆୟୋଜିୟ ସଭାରେ ବରିଷ୍ଠ ନେତାମାନେ ସରକାରଙ୍କ ଏଭଳି ନୀତିକୁ ତୀବ୍ର ସମାଲୋଚନା କରିବା ସହ ଦେଶରେ ଶାନ୍ତି ସ୍ଥାପନ ପାଇଁ ସରକାର ଏହାର ପୁନର୍ବିଚାର କରିବା ସହ ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି।
ବାଇଟ-ଜୟନ୍ତ ଦାସ,
ବାଇଟ-ରାମକୃଷ୍ଣ ପଣ୍ଡା
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.