ETV Bharat / city

ରାଜଧାନୀର ଏହି ହସ୍ପିଟାଲରେ କୋଭିସିଲ୍ଡ ଟୀକା ଉପଲବ୍ଧ - ଭୁବନେଶ୍ବରରେ କୋଭିସିଲ୍ଡ ଟୀକା ଉପଲବ୍ଧ

ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଉପଲବ୍ଧ ହେଲା କୋରୋନାର ରାମବାଣ କୋଭସିଲ୍ଡ ଟୀକା । ଘରୋଇ ହସ୍ପିଟାଲ ଟୀକାକରଣ ପାଇଁ ସରକାରଙ୍କର ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଧାରିତ ନିୟମ ପାଳନ କରାଯାଉଛି । ଅଧିକ ପଢ଼ନ୍ତୁ...

ରାଜଧାନୀର ଏହି ହସ୍ପିଟାଲରେ କୋଭିସିଲ୍ଡ ଟୀକା ଉପଲବ୍ଧ

author img

By

Published : Jun 28, 2021, 8:00 PM IST

ଭୁବନେଶ୍ବର: ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଉପଲବ୍ଧ ହେଲା କୋରୋନାର ରାମବାଣ କୋଭସିଲ୍ଡ ଟୀକା । ଭୁବନେଶ୍ବରରସ୍ଥିତ ସମ୍ ହସ୍ପିଟାଲରେ ଗତ ଜୁନ୍ ୧୭ ତାରିଖରୁ କୋଭସିଲ୍ଡ ଟୀକା ଟୀକାକରଣ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ଘରୋଇ ହସ୍ପିଟାଲ ଟୀକାକରଣ ପାଇଁ ସରକାରଙ୍କର ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଧାରିତ ନିୟମ ପାଳନ କରାଯାଉଛି । ଏହାକୁ ନେଇ ଘରୋଇ ହସ୍ପିଟାଲ ର ସୁପରିଟେଣ୍ଟେଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ସୂଚନା ଦେଇଛନ୍ତି ।

କୋଭିସିଲ୍ଡ ଟୀକାର ପ୍ରତ୍ୟେକ ଡୋଜର ମୂଲ୍ୟ ୭୮୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଏହି ମୂଲ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଧାରଣ କରାଯାଉଛି । କୌଣସି ବ୍ୟକ୍ତି ବିଶେଷଙ୍କ ଠାରୁ ଏହି ନିର୍ଦ୍ଧାରିତ ମୂଲ୍ୟରୁ ଅଧିକ ଟଙ୍କା ନେଉ ନାହିଁ ଏହି ଘରୋଇ ହସ୍ପିଟାଲ । ମହାମାରୀ କୋରୋନା ବିରୋଧରେ ଲଢ଼େଇ ପାଇଁ ଟୀକାକରଣ ନିତାନ୍ତ ଆବଶ୍ୟକ । ଏହାକୁ ନେଇ ସମ୍ ହସ୍ପିଟାଲ ସବୁବେଳେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସିଛି ।

ଭାରତର ଯେଉଁ କେତୋଟି ସ୍ଥାନରେ କୋରୋନା ଟୀକା ଟ୍ରାଏଲ କରାଯାଇଥିଲା ସେଥିମଧ୍ୟରୁ ଅନ୍ୟତମ ଥିଲା ସମ୍ ହସ୍ପିଟାଲ । ସେହିପରି ଜାନୁଆରୀ ୧୬ ତାରିଖରେ ପ୍ରଧାନମନ୍ତ୍ରୀ ଦେଶବ୍ୟାପି ଟୀକାକରଣର ଶୁଭାରମ୍ଭ କରିଥିଲେ । ଏହାପରେ ସମ୍ ହସ୍ପିଟାଲରେ ମଧ୍ୟ ଟୀକାକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ଜାନୁଆରୀରୁ ମେ' ମାସ ମଧ୍ୟରେ ପ୍ରାୟ 20 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ କୋଭାସ୍କିନ ଟୀକା ପ୍ରଦାନ କରାଯାଇଛି । ବର୍ତ୍ତମାନ କୋଭିସିଲ୍ଡ ଏହି ଘରୋଇ ହସ୍ପିଟାଲରେ ଉପଲବ୍ଧ ରହିଛି । ସେରମ ଇନଷ୍ଟିଚ୍ୟୁଟ୍ ଦ୍ବାରା ପ୍ରସ୍ତୁତ କୋଭିସିଲ୍ଡ ଟୀକା ନେବା ପାଇଁ ଜନସାଧାରଣ କୋୱିନ ଆପ ମାଧ୍ୟମରେ ପଞ୍ଜୀକରଣ କରିବେ । ଏହାପରେ ହସ୍ପିଟାଲକୁ ଆସି କୋଭିଡ ଟୀକା ନେଇପାରିବେ।

ଭୁବନଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.