ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଦିଆଯିବ କୋଭିସିଲ୍ଡ ପ୍ରିକସନ ଡୋଜ । ଭୁବନେଶ୍ବରର ଦୁଇଟି UPHC ରେ ଦିଆଯିବ ଏହି ଟିକା । ଯେଉଁମାନେ ପ୍ରିକସନ ଡୋଜ ନେବେ ସେମାନେ କୋଭିସିଲ୍ଡର ଦ୍ବିତୀୟ ଡୋଜ ସାର୍ଟିଫିକେଟ ଦେଖାଇବା ଆବଶ୍ୟକ।
![Precaution Dose: ରାଜଧାନୀର ୨ଟି କେନ୍ଦ୍ରରେ ଦିଆଯିବ ଟିକା](https://etvbharatimages.akamaized.net/etvbharat/prod-images/od-bbsr-03-vaccine-covisild-7206049_15022022143620_1502f_1644915980_71.jpg)
ଭୁବନେଶ୍ବରରେ ରହୁଥିବା ଯୋଗ୍ୟ ନାଗରିକ ଯେଉଁମାନେ କୋଭିସିଲ୍ଡର ଉଭୟ ଡୋଜକୁ ଅନ୍ୟତ୍ର ନେଇଛନ୍ତି, ସେମାନେ ବର୍ତ୍ତମାନ ଭୁବନେଶ୍ବରରେ ପ୍ରିକସନ ଡୋଜ ନେଇପାରିବେ। ହିତାଧିକାରୀ କୋ-ୱିନ ପୋର୍ଟାଲରେ ସ୍ଲଟ୍ ବୁକ୍ କରିପାରିବେ କିମ୍ବା ସାବଧାନତା ପାଇବା ପାଇଁ ସିଧାସଳଖ କେନ୍ଦ୍ରକୁ ଯାଇ ରେଜିଷ୍ଟ୍ରେସନ କରାଇ ଟିକା ନେଇପାରିବେ। ତେବେ ଆଗଧାଡ଼ିର ସ୍ବାସ୍ଥ୍ୟକର୍ମୀ, ଫ୍ରଣ୍ଟ ଲାଇନ ୱାର୍କର ଏବଂ ବରିଷ୍ଠ ନାଗରିକ ପ୍ରିକସନ ଡୋଜ ନେବା ପାଇଁ ଭୁବନେଶ୍ବରର ୟୁନିଟ 9 UPHC ଏବଂ ଚନ୍ଦ୍ରଶେଖରପୁର UPHCରେ ଟିକା ନେଇପାରିବେ ।
ସକାଳ 10 ଟାରୁ ମଧ୍ୟାହ୍ନ 1 ଟା ଏବଂ ଅପରାହ୍ନ 3 ଟା ରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ଟିକା କେନ୍ଦ୍ରରେ ଟିକା ଦିଆଯିବ । ଯେଉଁମାନେ 9 ମାସ ପୂର୍ବରୁ କୋଭିସିଲ୍ଡ ଟିକା ନେଇଛନ୍ତି ସେମାନେ ଏହି ସୁଯୋଗ ନେଇପାରିବେ । ତେବେ ପ୍ରିକସନ ଡୋଜ ନେବା ପୂର୍ବରୁ ସେହି ଟିକାର ଦ୍ବିତୀୟ ଡୋଜର ସାର୍ଟିଫିକେଟ ଦେଖାଇବା ଆବଶ୍ୟକ । ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଛି । ପୂର୍ବରୁ ଭୁବନେଶ୍ବରରେ କୋଭାକ୍ସିନ ଟିକା ଦିଆଯାଉଥିବା ବେଳେ ଘରୋଇ ହସ୍ପିଟାଲରେ କୋଭିସିଲ୍ଡ ଟିକା ଦିଆଯାଉଥିଲା ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ