ETV Bharat / city

କୋଭିଡ ଟିକାରୁ ଜିଏସଟି ଛାଡ଼ ପ୍ରସଙ୍ଗ: କଂଗ୍ରେସର ସମର୍ଥନ, ବିଜେପିର ବିରୋଧ

କୋରୋନା ଟିକା ଉପରୁ ଜିଏସଟି ଛାଡ଼ କରିବା ଲାଗି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାକୁ କଂଗ୍ରେସ ସମର୍ଥନ କରିଥିବାବେଳେ ବିଜେପି ଚିରାଚରିତ ଭାବେ ବିରୋଧ କରିଛି । ଅଧିକ ପଢନ୍ତୁ...

author img

By

Published : May 7, 2021, 9:53 PM IST

COVID19 Vaccine GST politics Congress support BJP oppose
କୋଭିଡ ଟିକାରୁ ଜିଏସଟି ଛାଡ଼ କରିବା ପ୍ରସଙ୍ଗ; କଂଗ୍ରେସର ସମର୍ଥନ, ବିଜେପିର ବିରୋଧ

ଭୁବନେଶ୍ବର: କୋରୋନା ଟିକା ଉପରୁ ଜିଏସଟି ଛାଡ଼ କରିବା ଲାଗି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାକୁ କଂଗ୍ରେସ ସମର୍ଥନ କରିଥିବାବେଳେ ବିଜେପି ଚିରାଚରିତ ଭାବେ ବିରୋଧ କରିଛି ।ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନରେ ଆଗକୁ ଆସିଛନ୍ତି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ।

କୋଭିଡ ଟିକାରୁ ଜିଏସଟି ଛାଡ଼ କରିବା ପ୍ରସଙ୍ଗକୁ ନେଇ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ତାଙ୍କ ପ୍ରତିକ୍ରିୟା କହିଛନ୍ତି, ଚିଠି ଲେଖି ମୁଖ୍ୟମନ୍ତ୍ରୀ ନିଜର ବଳିଷ୍ଠ ନେତୃତ୍ବର ପରିଚୟ ଦେଇଛନ୍ତି । କେବଳ ଓଡ଼ିଶା ନୁହେଁ, ଏହା ଦ୍ବାରା ଦେଶର ସବୁ ରାଜ୍ୟ ଉପକୃତ ହେବେ । ରାଜ୍ୟ ଉପରୁ ଆର୍ଥିକ ବୋଝ କମିବ । ସବୁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କୁ ସମର୍ଥନ କରିବାକୁ ଅମର ଆହ୍ବାନ କରିଛନ୍ତି । ସେହିପରି ପେଟ୍ରୋଲ, ଡିଜେଲ ଓ ମଦ ଉପରେ କେନ୍ଦ୍ର ସରକାର ଆଦାୟ କରୁଥିବା ସେସ୍ ଓ ଅନ୍ୟାନ୍ୟ ଅତିରିକ୍ତ କର ରାଜ୍ୟ ସହ ବାଣ୍ଟିବା ଉଚିତ ବୋଲି ଅମର କହିଛନ୍ତି । କୋରୋନା ମୁକାବିଲା କ୍ଷେତ୍ରରେ ରାଜ୍ୟକୁ ଅଧିକ ସଶକ୍ତ କରିବ ବୋଲି ଅମର କହିଛନ୍ତି । ଏ ବାବଦରେ ପ୍ରାୟ 6,500 କୋଟି ଟଙ୍କା ଓଡ଼ିଶାର ଭାଗ ମିଳିଲେ ସ୍ବାସ୍ଥ୍ୟ ଭିତ୍ତିଭୂମି ଓ କୋଭିଡ ମୁକାବିଲା ଆହୁରି ସହଜ ହୁଅନ୍ତା ବୋଲି ଅମର କହିଛନ୍ତି ।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ସମାଲୋଚନା କରିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ । ଏ ଚିଠି ଲେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ ସନ୍ଦେଶ ଦେବାକୁ ଚାହୁଁଛନ୍ତି ବୋଲି ପ୍ରଦୀପ ପ୍ରଶ୍ନ କରିଛନ୍ତି । ଚିଠି ଲେଖି ହୁଏତ ଗୋଟେ ରାଜନୈତିକ ଭିତ୍ତିଭୂମୀ ପ୍ରସ୍ତୁତ କରିବା ଲାଗି ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି ବୋଲି ପ୍ରଦୀପ ଅଭିଯୋଗ କରିଛନ୍ତି । ଦେଶର ଅନେକ କୋଭିଡ ଯୋଦ୍ଧା ଓ ବରିଷ୍ଠ ନାଗରିକଙ୍କୁ କେନ୍ଦ୍ର ସରକାର ଟିକା ଦେଇସାରିଛନ୍ତି । ଏବେ 18ରୁ 45 ବର୍ଗର ଲୋକଙ୍କ ଟିକାକରଣ ଆରମ୍ଭ ହୋଇଛି । ନିଜ ପାଳି ଆସିଲା ବେଳକୁ ପାଳୟନପନ୍ଥୀ ଭୂମିକା ନିଭାଉଛନ୍ତି ଓଡିଶା ସରକାର ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଦାବିକୁ ସ୍ବାଗତ କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ଜିଏସଟି କମାଇବା ନିହାତି ଦରକାର ବୋଲି ସୁର ଦାବି କରିଛନ୍ତି । କେନ୍ଦ୍ର ସରକାର ଓଡ଼ିଶାକୁ ଆବଶ୍ୟକୀୟ ଟିକା ଦିଅନ୍ତୁ ବୋଲି ମଧ୍ୟ ସୁର ଦାବି କରିଛନ୍ତି । ଗତକାଲି କୋଭିଡ ଟିକା କ୍ରୟ ଉପରେ GST ଛାଡ଼ ପାଇଁ ଚିଠି ଲେଖିଛନ୍ତି ନବୀନ। ୧୮ ରୁ ୪୫ ବର୍ଷ ବୟସ୍କ ପାଇଁ ଟିକା କ୍ରୟରେ GST ଛାଡ ପାଇଁ ସେ ଅନୁରୋଧ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.