ETV Bharat / city

ଆଜି ଆସିବ September Guideline, କୋହଳ ହୋଇପାରେ ସପ୍ତାହନ୍ତ ସଟଡାଉନ - ସେପ୍ଟେମ୍ବର ମାସରେ ନୂଆ ଗାଇଡଲାଇନ

ଆଜି ଆସିବ ସେପ୍ଟେମ୍ବର ମାସର ନୂଆ ଗାଇଡଲାଇନ, ରାଜ୍ୟକୁ ସେପ୍ଟେମ୍ବର ଶେଷ ସୁଦ୍ଧା ସଂକ୍ରମଣ ବଢିବା ନେଇ ଆକଳନ କରାଯାଉଥିବାବେଳେ ନଜର ରହିଛି ନୂଆ ଗାଇଡଲାଇନ ଉପରେ। ରହିଥିବା ସପ୍ତାହନ୍ତ ସଟଡାଉନ କୋହଳ ହୋଇପାରେ କିନ୍ତୁ ଏକକାଳୀନ ସଙ୍ଗବଦ୍ଧ ଉପରେ ରହିପାରେ କଟକଣା ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ଅଧିକ ପଢନ୍ତୁ...

COVID19 septmber guildeline decleared to be tomarrow
କାଲି ଆସିବ ସେପ୍ଟେମ୍ବର ଗାଇଡଲାଇନ, ନରହିପାରେ ସପ୍ତାହନ୍ତ ସଟଡାଉନ
author img

By

Published : Aug 30, 2021, 9:04 PM IST

Updated : Aug 31, 2021, 11:43 AM IST

ଭୁବନେଶ୍ବର: ଆଜି (ମଙ୍ଗଳବାର) ଆସିବ ସେପ୍ଟେମ୍ବର ମାସର ନୂଆ ଗାଇଡଲାଇନ । ରାଜ୍ୟକୁ ସେପ୍ଟେମ୍ବର ଶେଷ ସୁଦ୍ଧା ସଂକ୍ରମଣ ବଢିବା ନେଇ ଆକଳନ କରାଯାଉଥିବାବେଳେ ନଜର ରହିଛି ନୂଆ ଗାଇଡଲାଇନ ଉପରେ । ରହିଥିବା ସପ୍ତାହନ୍ତ ସଟଡାଉନ କୋହଳ ହୋଇପାରେ କିନ୍ତୁ ଏକକାଳୀନ ସଙ୍ଗବଦ୍ଧ ଉପରେ ରହିପାରେ କଟକଣା ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ଅନ୍ୟପଟେ ରାଜ୍ୟରେ କେସ ଲୋଡ଼ କମି ଆସିଲାଣି । ଯାହା ରାଜ୍ୟରେ 1 ପ୍ରତିଶତ ଟିପିଆର ରହିଛି । ବିଶେଷଜ୍ଞ ମତରେ ସେପ୍ଟେମ୍ବର ଶେଷ ଓ ଅକ୍ଟୋବର ଆରମ୍ଭରେ ଆସିପାରେ ତୃତୀୟ ଲହର । ସେନେଇ ରାଜ୍ୟ ସରକାର ପ୍ରସ୍ତୁତ ହେଲେଣି ।

କାଲି ଆସିବ ସେପ୍ଟେମ୍ବର ଗାଇଡଲାଇନ, ନରହିପାରେ ସପ୍ତାହନ୍ତ ସଟଡାଉନ

ଏପଟେ କିନ୍ତୁ ସେପ୍ଟେମ୍ବର ମାସର ନୂଆ ଗାଇଡଲାଇନ ଆଜି ଆସିବ । ଯାହା କିଛି ମାତ୍ରାରେ କୋହଳ କରାଯିବା ନେଇ ଅନୁମାନ କରୁଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରଜ ମିଶ୍ର । ଯେପରି କି ସପ୍ତାହନ୍ତ ସଟଡାଉନ କୋହଳ କରିବା ସହ ରାତି କର୍ଫ୍ୟୁ ଜାରି ରହିବା ଆବଶ୍ୟକ । କାରଣ ରାତିରେ ଅନେକ ସ୍ଥାନରେ ଲୋକମାନେ ଏକଜୁଟ ହୋଇଥାନ୍ତି। ପୂଜା ପାଇଁ ରାଜ୍ୟ ସରକାର ଗତବର୍ଷ ଯେଉଁଭଳି ଭାବରେ ପାର୍ବଣ ପାଇଁ ଗାଇଡ଼ ଲାଇନ ଜାରି କରିଥିଲେ ଚଳିତ ବର୍ଷ ମଧ୍ୟ ସେହିଭଳି ଗାଇଡ ଲାଇନ ଜାରି କରିବା ଆବଶ୍ୟକ। ପୂଜା ମଣ୍ଡପକୁ ଲୋକଙ୍କୁ ସମ୍ପୂର୍ଣ୍ଣ ଭାବରେ ନିଷେଧ କରାଯାଉ। ଯେଉଁଭଳି ଭାବରେ ରଥଯାତ୍ରା ସମୟରେ ସମସ୍ତେ ଟିଭି ଓ ଅନ୍ୟାନ୍ୟ ମାଧ୍ୟମରେ ପୂଜାପାଠ ଦେଖୁଥିଲେ, ସେହିଭଳି ଗାଇଡଲାଇନ କରାଯାଉ। ଅନ୍ୟପଟେ ରାଜ୍ୟରେ ଏବେ ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି ।

ଆଗକୁ ମଧ୍ୟ ଆହୁରି କମିବ। ଆମ ଶରୀରରେ ଧୀରେ ଧୀରେ ଆଣ୍ଟିବଡି ସୃଷ୍ଟି ହେଉଛି । ଆରଏମଆରସି ଯେଉଁ 12ଟି ଜିଲ୍ଲାରେ ସେରୋ ସର୍ଭେ କରୁଛି ତାହାର ରିପୋର୍ଟ ସେପ୍ଟେମ୍ବର 15 ତାରିଖ ମଧ୍ୟରେ ଆସିବ। ରାଜ୍ୟରେ ପାଖାପାଖି 75 ପ୍ରତିଶତ ଆଣ୍ଟିବଡି ଡେଭଲପ ହୋଇଯାଇଥିବ । 85 ରୁ 90 ପ୍ରତିଶତ ହୋଇଗଲେ ଆମେ ଏକ ଭଲ ଇମ୍ୟୁନିଟିକୁ ଯିବା । ଆଗାମୀ ଦୁଇରୁ ତିନିମାସ ମଧ୍ୟ ଇମ୍ୟୁନିଟି ଡେଭଲପ ହୋଇଯାଇଥିବା ନେଇ କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରଜ ମିଶ୍ର।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Aug 31, 2021, 11:43 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.