ଭୁବନେଶ୍ବର: ରାଜ୍ୟରେ କୋରୋନାରେ ସୁସ୍ଥ ହେଲେ 363 ଜଣ । ବର୍ତ୍ତମାନ ରାଜ୍ୟରେ କରୋନା ସୁସ୍ଥ ସଂଖ୍ୟା 3 ଲକ୍ଷ ମାଇଲଖୁଣ୍ଟ ଛୁଇଁଛି। ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା 3 ଲକ୍ଷ 20 ହଜାର 947 ପହଞ୍ଚିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ରାଜ୍ୟରେ ଶୁକ୍ରବାର ସୁସ୍ଥ ହୋଇଛନ୍ତି 25 ଟି ଜିଲ୍ଲାରେ 363 ଜଣ ଆକ୍ରାନ୍ତ । ସେମାନଙ୍କମଧ୍ୟରୁ ସୁନ୍ଦରଗଡରେ 66, ଖୋର୍ଦ୍ଧାରେ 46, ମୟୁରଭଞ୍ଜ ରେ 28, ଅନୁଗୁଳ ରେ 21, ବରଗଡ ରେ 21, ବାଲେଶ୍ୱର କଟକ ପୁରୀରେ 20, ସମ୍ବଲପୁର ରେ 17, ବଲାଂଗିରରେ 14, କଳାହାଣ୍ଡି ରେ 13, କେନ୍ଦ୍ରାପଡାରେ 11, ଜଗତସିଂହପୁରରେ 9, ଗଞ୍ଜାମ ଓ ନୂଆପାଡାରେ 7, ଝରସୁଗୁଡ଼ା କେନ୍ଦୁଝରରେ 6, ଢେଙ୍କାନଲରେ 5,କୋରାପୁଟରେ 4, ଭଦ୍ରକ ଓ ମାଲକାନଗିରି ରେ 3, ରାୟଗଡା ରେ 2, ଯାଜପୁରର, ନବରଙ୍ଗପୁର ଓ ନୟାଗଡରେ 1 ଜଣ ସୁସ୍ଥ ହୋଇଛନ୍ତି।
ଅନ୍ୟପଟେ ଷ୍ଟେଟ ପୋଲ 11 ଜଣ ସୁସ୍ଥ ହୋଇଛନ୍ତ । ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା 320947 ପହଞ୍ଚିଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ