ETV Bharat / city

ଜୀବନ ରକ୍ଷା ପାଇଁ ପୂର୍ବଭଳି କୋରୋନା କଟକଣା ମାନିବାକୁ ପଡିବ: ସିଏମସି କମିଶନର - CMC Comissioner

କଟକବାସୀଙ୍କୁ କୋଭିଡ ଗାଇଡଲାଇନ ମାନିବାକୁ ଅନୁରୋଧ କଲେ ସିଏମସି କମିଶନର ଅନନ୍ୟା ଦାସ ।କୋରୋନାରେ ଅନେକ ଲୋକ ଜୀବନ ଜୀବିକା ହରାଇଛନ୍ତି କିନ୍ତୁ ବର୍ତମାନ ଲୋକେ ନିୟମକୁ ମାନୁନଥିବା ଦେଖିବାକୁ ମିଳୁଛି। ତେଣୁ ଜୀବନ ବଞ୍ଚାଇବା ପାଇଁ ହେଲେ କୋରୋନା କଟକଣାକୁ ମନିବାକୁ ପଡିବ । ଅଧିକ ପଢନ୍ତୁ...

ଜୀବନ ରକ୍ଷା ପାଇଁ ପୂର୍ବଭଳି କୋରୋନା କଟକଣା ମାନିବାକୁ ପଡିବ: ସିଏମସି କମିଶନର

author img

By

Published : Aug 23, 2020, 8:00 PM IST

ଭୁବନେଶ୍ବର: ଜୀବନ ରକ୍ଷା ପାଇଁ ପୂର୍ବଭଳି କଟକଣା ମାନିବାକୁ ପଡିବ ବୋଲି କଟକବାସୀଙ୍କୁ ଅନୁରୋଧ କଲେ ସିଏମସି କମିଶନର। କୋରୋନାରେ ଅନେକ ଲୋକ ଜୀବନ ଜୀବିକା ହରାଇଛନ୍ତି । ବର୍ତମାନ ଅନେକ ଏହି ନିୟମକୁ ମାନୁନଥିବା ଦେଖିବାକୁ ମିଳିଛି। ଯଥା ସମ୍ଭବ ବାହାରକୁ କମ ବାହାରିବା ବୋଲି ଅନୁରୋଧ କରିଛନ୍ତି କଟକ ମହାନଗର ନିଗମର କମିଶନର ଅନନ୍ୟା ଦାସ।

ଜୀବନ ରକ୍ଷା ପାଇଁ ପୂର୍ବଭଳି କୋରୋନା କଟକଣା ମାନିବାକୁ ପଡିବ: ସିଏମସି କମିଶନର

କୋରୋନା ପାଇଁ କଟକ ସହରକୁ ଅନେକ ସମୟ ଧରି ବନ୍ଦ ରହିଥିବା ବେଳେ କଟକ ଏକ ମେଡିକାଲ ହବ ଓ ବେପାର ବାଣିଜ୍ୟର ଏକ ପେଣ୍ଠସ୍ଥଳୀ। ତେବେ ଏହାକୁ ଅନେକ ମାତ୍ରାରେ ଖୋଲା କରାଯାଇଛି। ତେବେ ଏହାକୁ ଅନେକ ସମୟରେ ଲୋକମାନେ ମାନୁନଥିବା ବେଳେ ଯଥା ସମ୍ଭବ ବାହାରକୁ କମ ବାହାରିବା ନେଇ ଅନୁରୋଧ କରିଛନ୍ତି ସିଏମସି କମିଶନର। କଟକ ସହରରେ ମୋଟ ଆକ୍ରାନ୍ତ ସଂଖ୍ୟା 3104। ସୁସ୍ଥ 1860, ମୃତ 17 ଜଣ ଓ 1227 ଜଣ ସକ୍ରିୟ ଅଛନ୍ତି। ସକ୍ରିୟଙ୍କ ମଧ୍ୟରୁ 30 ପ୍ରତିଶତ ହୋମ ଆଇସଲେସନର ରହିଛନ୍ତି ଏବଂ 64 ପ୍ରତିଶତ କୋଭିଡ କେୟାର ସେଣ୍ଟର ଓ 6 ପ୍ରତିଶତ ହସ୍ପିଟାଲରେ ରହିଛନ୍ତି। ସଦଗୁରୁ କୋଭିଡ ହସ୍ପିଟାଲକୁ ନେଇ ଅନେକ ଆଶା କରାଯାଉଛି। 15 ଅଗଷ୍ଟ ରୁ 21 ଅଗଷ୍ଟ ମଧ୍ୟରେ ସରକାରୀ ତଥ୍ୟ ଅନୁଯାୟୀ 0 ରୁ 20 ବୟସ ମଧ୍ୟରେ 114 ଆକ୍ରାନ୍ତ ହୋଇଥିବା ବେଳେ 21 ରୁ 40 ବୟସ ମଧ୍ୟରେ 442 ଜଣ ଅଧିକ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଭାବରେ 41 ରୁ 60 ବୟସ ମଧ୍ୟରେ 293 ଆକ୍ରାନ୍ତ ହୋଇଥିବା ବେଳେ 60 ବୟସରୁ ଉର୍ଦ୍ଦ୍ବ104 ଜଣ ଆକ୍ରାନ୍ତ ହୋଇଛନ୍ତି।

କଟକ ସହରରେ ଅଧିକ ମାତ୍ରାରେ ଯୁବପିଢି ମାନେ କୋରୋନା ଆକ୍ରାନ୍ତର ଶିକାର ହେଉଛନ୍ତି। ଯାହା ଫଳରେ ଏହାର ପ୍ରଭାବ ଘରେ ରହୁଥିବା ବୟସ୍କ ଲୋକଙ୍କ ଉପରେ ପଡିବା ସମ୍ଭାବନା ରହିଛି। କଟକ ସହରରେ 10 ଟେଷ୍ଟ ସେଣ୍ଟର ରହିଛି। ସେଥିମଧ୍ୟରୁ ସିଡିଏ, ଚଉଳିଆଗଞ୍ଜ, ବାମ୍ଫକୁଦ, ଓଡ଼ିଆବଜାର, ନୟାବଜାର, ବ୍ରଜରମ୍ଭ, ଜଗତପୁର, ସିଆରଆରଆଇ ବିଦ୍ୟାଧରପୁର, ଷଣ୍ଢପୁର, ଥୋରିଆ ସାହି ବାଳିକା ବିଦ୍ୟାଳୟ ଅଞ୍ଚଳରେ ଟେଷ୍ଟ କରାଯାଉଛି। ସେହିପରି ଏସସିବି ମେଡିକାଲ ଓ ସିଟି ହସ୍ପିଟାଲରେ ଟେଷ୍ଟ କରାଯାଉଛି।

ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.