ETV Bharat / city

ଭୁବନେଶ୍ବରରେ ଜୋରଦାର ହେଉଛି କୋଭିଡ ଏନଫୋର୍ସମେଣ୍ଟ - କୋରୋନା କଟକଣା

କୋଭିଡ ନିୟନ୍ତ୍ରଣ ନେଇ ଅସନ୍ତୋଷ ପ୍ରଦର୍ଶନ ପରେ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ରାଜଧାନୀର ଜନଗହଳି ଅଞ୍ଚଳରେ ପୋଲିସର ସ୍ବତନ୍ତ୍ର ଟିମ ଚଢାଉ କରି ଫାଇନ ଆଦାୟ କରୁଛି ଏହାକୁ କଡାକଡି ଭାବରେ ପାଳନ କରିବା ପାଇଁ ଲୋକଙ୍କୁ ସଚେତନ କରୁଛନ୍ତି ।

ଭୁବନେଶ୍ବରରେ ଜୋରଦାର ହେଉଛି କୋଭିଡ ଏନ୍ଫୋର୍ସମେଣ୍ଟ

author img

By

Published : Sep 18, 2020, 10:57 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରରେ କୋଭିଡ ନିୟନ୍ତ୍ରଣ ନେଇ ଅସନ୍ତୋଷ ପ୍ରଦର୍ଶନ ପରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ସ୍ବତନ୍ତ୍ର ଉଚ୍ଛେଦ ଟିମ ପ୍ରସ୍ତୁତ କରାଯିବା ପରେ ରାଜଧାନୀରେ ଯାଞ୍ଚ ଜୋରଦାର କରାଯାଉଛି ।

ଭୁବନେଶ୍ବରରେ ଜୋରଦାର ହେଉଛି କୋଭିଡ ଏନ୍ଫୋର୍ସମେଣ୍ଟ

ରାଜଧାନୀରେ ଉଭୟ ବିଏମସି ଓ ସ୍ଥାନୀୟ କ୍ୟାପିଟାଲ ଥାନା ପକ୍ଷରୁ ବାପୁଜି ନଗର ମାର୍କେଟ ଅଞ୍ଚଳରେ ଟିମ ପକ୍ଷରୁ ଚଢ଼ାଉ କରାଯାଇଛି । ଯେଉଁଠି ଲୋକମାନେ କୋଭିଡ ଗାଇଡ଼ ଲାଇନ ନ ମାନି ଏକତ୍ରିତ ହୋଇଛନ୍ତି ବା ମାସ୍କ ଓ ସାମାଜିକ ଦୂରତା ନ ମାନିଛନ୍ତି ସେମାନଙ୍କ ଠାରୁ ଫାଇନ ଆଦାୟ କାରାଯାଉଛି ।

ସେହିପରି ଯେଉଁ ଦୋକାନୀ ମାନେ ନିୟମିତ ଭାବେ ଏହାର ଉଲ୍ଲଙ୍ଘନ କରୁଥିବା ଟିମର ନଜରରେ ପଡୁଛି । ସେମାନେ ତାଙ୍କ ଠାରୁ ଅଧିକ ଫାଇନ ଆଦାୟ କରିବା ସହ ଦୋକାନ ବନ୍ଦ କରି ଦେଉଛନ୍ତି । କଡାକଡି ଭାବରେ ଲୋକଙ୍କୁ ପାଳନ କରିବା ପାଇଁ ପୋଲିସ ପକ୍ଷରୁ ସଚେତନ ମଧ୍ୟ କରାଯାଉଛି ।

ମାର୍କେଟ ବ୍ୟତୀତ ଅନ୍ୟ ଜନଗହଳି ସ୍ଥାନ ମାନଙ୍କରେ ଗାଡିରେ ଟିମ ବୁଲିବା ସହିତ ଫାଇନ ଆଦାୟକୁ ଜୋରଦାର କରିଛନ୍ତି । ଏହାକୁ ଆଗାମୀ ଦିନରେ ଆହୁରି କଡାକଡି ପାଳନ କରାଯିବ ବୋଲି କ୍ୟାପିଟାଲ ଥାନା ଅଧିକାରୀ ଗିରିଜା ଚକ୍ରବର୍ତ୍ତୀ ପ୍ରକାଶ କରିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.