ETV Bharat / city

ଦଳ ଭିତ୍ତିରେ ମିଳୁଛି କୋଭିଡ ଟିକା ଟୋକନ, ବିଜେପିର ଅଭିଯୋଗ

author img

By

Published : May 17, 2021, 10:59 PM IST

ଦଳ ଭିତ୍ତିରେ କୋଭିଡ ଟିକା ଟୋକନ୍ ମିଳିବା ନେଇ ଅଭିଯୋଗ ଆଣିଛି ବିଜେପି । ଅଧିକ ପଢନ୍ତୁ...

ଦଳୀୟ ଭିତ୍ତିରେ ମିଳୁଛି କୋଭିଡ ଟିକା ଟୋକନ, ବିଜେପିର ଅଭିଯୋଗ

ଭୁବନେଶ୍ବର: ଦଳ ଭିତ୍ତିରେ ମିଳୁଛି କୋଭିଡ ଟିକା ଟୋକନ। ରାଜଧାନୀର 3 ବିଧାୟକ ନେଉଛନ୍ତି କୋଟାରେ ଟୋକନ । ଟୋକାନରେ ପ୍ରିୟାପ୍ରୀତି ଦେଖାଯାଉଛି । ଯାହାର ପ୍ରମାଣ ମଧ୍ୟ ରହିଛି । ପୂର୍ବ କମିଶନରଙ୍କୁ ଏ ବିଷୟରେ ଅବଗତ କରାଯାଇଥିଲା ଏବେ ନୂତନ କମିଶନରଙ୍କୁ ମଧ୍ୟ ଏନେଇ ଅବଗତ କଲା ଭୁବନେଶ୍ୱର ଜିଲ୍ଲା ବିଜେପି ।

ଏସବୁକୁ ତୁରନ୍ତ ବନ୍ଦ କରିବା ପାଇଁ ଦାବି କରିଛି ବିଜେପି । କୋଭିଡ୍ ହସ୍ପିଟାଲରେ ହେଲ୍ପ ଡେସ୍କ ବସାଇବା । 3 ବିଧାନସଭା ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ଉପଯୁକ୍ତ ସେବା ଯୋଗାଇବା । ଏଭଳି ଅଭିଯୋଗ କରିଛି ଭୁବନେଶ୍ୱର ଜିଲ୍ଲା ବିଜେପି । 4ଟି ପ୍ରସଙ୍ଗରେ ବିଏମସି କମିଶନରଙ୍କୁ ଭେଟି ବିରୋଧ ସହିତ ଦାବି ଜଣାଇଛି ବିଜେପି । ପ୍ରତିଦିନ 1000ରୁ ଉର୍ଦ୍ଧ୍ବ ପଜିଟିଭ ଆକ୍ରାନ୍ତଙ୍କ ସଂଖ୍ୟା ରହୁଛି ।

ପୂର୍ବ ବର୍ଷ ଭଳି ଚଳିତ ଥର ପଜିଟିଭ ଆକ୍ରାନ୍ତ ଅଞ୍ଚଳରେ ସାନିଟାଇଜ ହେଉନଥିବା ଜଣାଇଛି ଜିଲ୍ଲା ବିଜେପି । ଆମ୍ବୁଲାନ୍ସ ସିଷ୍ଟମକୁ ସୁଧାରିବାକୁ ପ୍ରଶ୍ନ ଉଠାଉଛି । ଆମ୍ବୁଲାନ୍ସକୁ କଲ କଲେ 4ରୁ 5 ଘଣ୍ଟା ବିଳମ୍ବରେ ପହଞ୍ଚୁଛି ଆମ୍ବୁଲାନ୍ସ । ତେଣୁ ଦଳମତ ନିର୍ବିଶେଷରେ ଟୋକନ ବ୍ୟବସ୍ଥାକୁ ନିୟମିତ କରାଯାଉ ବୋଲି ଦାବି କରିଛି ବିଜେପି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.