ଭୁବନେଶ୍ବର: ରାଜ୍ୟରେ ଆଜି (ବୁଧବାର) 10 ଟି କେନ୍ଦ୍ରରେ ଟୀକାକରଣ ବନ୍ଦ ରହିଥିବା ବେଳେ ଟିକା ନ ଆସିଲେ ଆସନ୍ତାକାଲିଠାରୁ ଅନେକ ସ୍ଥାନରେ ଟୀକାକରଣ ବାଧାପ୍ରାପ୍ତ ହେବ । ତେବେ ଏ ସମ୍ପର୍କରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
ଗତକାଲି(ବୁଧବାର) 556 କେନ୍ଦ୍ରରେ 71471 ଜଣଙ୍କୁ ଟିକା ଦିଆଯାଇଛି । ଏଯାଏଁ 46 ଲକ୍ଷ 56 ହଜାର 450 ଡୋଜ ଟିକା ଦିଆଯାଇଛି । ସବୁ ସ୍ଥାନରେ ଟୀକାକରଣ ଚାଲିଛି । ଗୁରୁବାର ପ୍ରାୟ ଏକ ହଜାର ଟିକା କେନ୍ଦ୍ରରେ ଟୀକାକରଣ ଚାଲିଛି । ଟିକା ଅଭାବରୁ ବୁଧବାର 10ଟି ଟିକାକେନ୍ଦ୍ରରେ ଟୀକାକରଣ ବନ୍ଦ ରହିଛି । ଗୁରୁବାର ସୁଦ୍ଧା ରାଜ୍ୟରେ 2 ଲକ୍ଷ କୋଭାସ୍କିନ ଓ କୋଭିସିଲଡ଼ ଅଛି । ଏହା ଆଗାମୀ ଦେଢ଼ ଦିନ ଯାଏଁ ଟୀକକରଣରେ ବ୍ୟବହୃତ ହେବ ।
ତେବେ ଗତ 12 ତାରିଖରେ 2 ଲକ୍ଷ 71 ହଜାର ଟିକା ରାଜ୍ୟକୁ ଆସିଥିଲା । କିନ୍ତୁ ବର୍ତ୍ତମାନ ରାଜ୍ୟରେ ଟିକାର ଅଭାବ ଦେଖାଦେଇଛି । ତେବେ ଆଗାମୀ ଦିନରେ ଟିକା ଆସିବା ନେଇ କେନ୍ଦ୍ର ସରକାରଙ୍କୁ କୁହାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଚିଠି ଆସିନାହିଁ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ