ETV Bharat / city

ରାଜ୍ୟରେ ବଢିବ ଟେଷ୍ଟିଂ ସଂଖ୍ୟା

ରାଜ୍ୟରେ ଟେଷ୍ଟିଂ ବୃଦ୍ଧି କରାଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର । ଏନେଇ ବିଭାଗକୁ ଦିଆଯାଇଛି ନିର୍ଦ୍ଦେଶ । ଅଧିକ ପଢନ୍ତୁ...

author img

By

Published : Mar 17, 2021, 3:45 PM IST

covid testing will increase in state
ରାଜ୍ୟରେ ବଢିବ ଟେଷ୍ଟିଂ ସଂଖ୍ୟା

ଭୁବନେଶ୍ବର : ଦେଶରେ ବିଭିନ୍ନ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏନେଇ ଆଗୁଆ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଟେଷ୍ଟିଂ ବୃଦ୍ଧି କରାଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର । ଏନେଇ ବିଭାଗକୁ ଦିଆଯାଇଛି ଟାର୍ଗେଟ । ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କୁ ଟାର୍ଗେଟ କରି ଟେଷ୍ଟିଂ କରିବାକୁ ନିଷ୍ପତ୍ତି ନେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ବିଶେଷ କରି ଯେଉଁ ରାଜ୍ୟରେ ଏବେ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ସେହି ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ଅଧିକ ନଜର ରଖାଯାଇଛି । ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇ ଟେଷ୍ଟିଂ ହେବ ।

ରାଜ୍ୟରେ ବଢିବ ଟେଷ୍ଟିଂ ସଂଖ୍ୟା

6 ବରିଷ୍ଠ ଡାକ୍ତରଙ୍କୁ ଏ ନେଇ ଦାୟିତ୍ବ ଦିଆଯାଇଛି । ସେମାନେ ଟେଷ୍ଟିଂ କାର୍ଯ୍ୟର ତଦାରଖ କରିବେ । ସ୍ବତନ୍ତ୍ର ସଚିବ ଅଜିତ ମହାନ୍ତିଙ୍କୁ ମନିଟର କରିବାକୁ ଦାୟିତ୍ବ ଦିଆଯାଇଛି । ଜନସ୍ଵାସ୍ଥ୍ୟ ବିଭାଗ ବାହାର ରାଜ୍ୟର ଲୋକଙ୍କୁ ମନିଟରିଂ କରୁଛି । ସେମାନଙ୍କୁ ନଜରରେ ରଖାଯାଇ ପଦକ୍ଷେପ ନିଆଯାଉଛି । କେତେ ଲୋକ ବାହାରୁ ଆସୁଛନ୍ତି । ତାକୁ ଦେଖି ଆଗାମୀ ଦିନରେ ନିଷ୍ପତ୍ତି ନିଆଯିବ । 12 ଜିଲ୍ଲାରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ଶୁନ ରହିଛି । ଅଳ୍ପ ଜିଲ୍ଲାରେ ପ୍ରତ୍ୟେକ ଦିନ ଦୁଇ ଅଙ୍କ କୋରୋନା ରୋଗୀ ଚିହ୍ନଟ ଦେଉଛନ୍ତି । ସଂଖ୍ୟା ବଢିଲେ କଣ୍ଟାକ୍ଟ୍ର ଟ୍ରେସିଂ ମଧ୍ୟ ବଢ଼ିବ । ଦୈନିକ 25 ହଜାର ଟେଷ୍ଟିଂ ଏବେ ହେଉଛି । ସଂକ୍ରମଣ କମିଲେ ବି ଟେଷ୍ଟିଂ ପ୍ରକ୍ରିୟା ଜାରି ରହିବ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.