ଭୁବନେଶ୍ବର: ସୋମବାର ଠୁ ଆରମ୍ଭ ହେବ ଶୀତକାଳୀନ ଅଧିବେଶନ (Odisha Assembly Winter Session) । ଏନେଇ ଆଜିଠୁ ଆରମ୍ଭ ହେଲା କୋଭିଡ ଟେଷ୍ଟ (Covid Test) । ଅଧିବେଶନ ଆରମ୍ଭ ପୂର୍ବରୁ ବିଧାନସଭା ପରିସରରେ କୋଭିଡ ଟେଷ୍ଟ ଆରମ୍ଭ ହୋଇଯାଇଛି ।
ସଦସ୍ୟ ମାନଙ୍କ ସହ ସମସ୍ତ କର୍ମଚାରୀ ଓ ସୁରକ୍ଷାକର୍ମୀଙ୍କ ହେବ କୋଭିଡ ଟେଷ୍ଟ। ବିଧାୟକ, ମନ୍ତ୍ରୀ,କର୍ମଚାରୀ ,ସାମ୍ବାଦିକ ସମସ୍ତଙ୍କ କୋଭିଡ ଟେଷ୍ଟ କରାଯିବ। RTPCR ଟେଷ୍ଟ ସହ ଆଣ୍ଟିବଡି ଟେଷ୍ଟ (Antibody Test) ମଧ୍ୟ କରାଯାଉଛି।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ