ETV Bharat / city

ନିୟନ୍ତ୍ରଣକୁ ଆସୁଛି ସଂକ୍ରମଣ, ରଜ ପରେ ଅନଲକ୍ ! - ନିୟନ୍ତ୍ରଣକୁ ଆସୁଛି ସଂକ୍ରମଣ

କେତେକ ଜିଲ୍ଲାରେ ସଂକ୍ରମଣ ଅଧିକ ରହିଛି । ତଥାପି ରାଜ୍ୟରେ ସଂକ୍ରମଣ ନିୟନ୍ତ୍ରଣରେ ରହିଛି। ସଂକ୍ରମଣ କମ ଥିବା ଜିଲ୍ଲାରେ କଟକଣା କୋହଳ କରାଯିବ । ରଜ ପୂର୍ବରୁ ସମୀକ୍ଷା କରି ଅନଲକ ପାଇଁ ନିଷ୍ପତ୍ତି ନିଆଯିବ । ଅଧିକ ପଢନ୍ତୁ...

ନିୟନ୍ତ୍ରଣକୁ ଆସୁଛି ସଂକ୍ରମଣ
ନିୟନ୍ତ୍ରଣକୁ ଆସୁଛି ସଂକ୍ରମଣ
author img

By

Published : Jun 11, 2021, 4:57 PM IST

ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣ ହାର ଯଥେଷ୍ଟ କମିଛି । କେତେକ ଜିଲ୍ଲାରେ ସଂକ୍ରମଣ ଅଧିକ ରହିଛି। ତଥାପି ରାଜ୍ୟରେ ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ସଂକ୍ରମଣ କମ ଥିବା ଜିଲ୍ଲାରେ କଟକଣା କୋହଳ କରାଯିବ। ରଜ ପୂର୍ବରୁ ସ୍ଥିତି ସମୀକ୍ଷା କରାଯିବ । ପରେ ଅନଲକ ନେଇ ପାଇଁ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ନିୟନ୍ତ୍ରଣକୁ ଆସୁଛି ସଂକ୍ରମଣ

ଖୋର୍ଦ୍ଧା ଜିଲ୍ଲାକୁ ଛାଡି ବାକି ଜିଲ୍ଲାରେ ଏତେ ସଂଖ୍ୟକ ସଂକ୍ରମଣ ମାମଲା ଆସୁନାହିଁ। ଯେଉଁଠି ଏବେ ପଜିଟିଭ ହାର ଅଧିକ ରହୁଛି, ସେଠି ଟେଷ୍ଟିଙ୍ଗକୁ ଜୋରଦାର କରାଯାଉଛି । ଚିହ୍ନଟ ହେଉଥିବା ଲୋକଙ୍କୁ ଆଇସଲେସନରେ ରଖାଯାଉଛି। ଏହା ସହ କଟକଣାକୁ ମଧ୍ୟ ମାନିବାକୁ କୁହାଯାଉଛି।

ରାଜ୍ୟରେ ଯଦିଓ ସଂକ୍ରମଣ ହାର କାମୁଛି ତଥାପି ଏତେ ଆଶ୍ବସ୍ତି ହେବା ଭଳି ଖବର ନାହିଁ। ରଜ ପରେ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ । 17ଟି ଜିଲ୍ଲାର କୋରୋନା ସ୍ଥିତି ରିଭ୍ୟୁ କଲାପରେ ନିଷ୍ପତ୍ତି ନିଆଯିବ ।

ଯେଉଁ ଜିଲ୍ଲାରେ ସଂକ୍ରମଣ ହାର କମୁଛି ସେଠି ଅନଲକ ପକ୍ରିୟା ଆରମ୍ଭ ହେବ। ଯେଉଁ ଜିଲ୍ଲାରେ ବଢୁଛି ସେଠି ସର୍ଭିଲାନ୍ସ ବଢ଼ାଯିବ। ବିଶେଷ କରି ଭୁବନେଶ୍ବର, କଟକ, ଖୋର୍ଦ୍ଧା, ଯାଜପୁର, କେନ୍ଦ୍ରାପଡା, ବାଲେଶ୍ବର, ମୟୂରଭଞ୍ଜ ଓ ସୁନ୍ଦରଗଡ ଭଳି ଜିଲ୍ଲାରେ ଅଧିକ ପଜେଟିଭ ହାର ରହୁଛି । ଅନ୍ୟ ଜିଲ୍ଲାରେ କମ ସଂକ୍ରମଣ ହାର ରହୁଛି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି।

ଏପଟେ ଡ଼ିଏମଇଟି ସିବିକେ ମହାନ୍ତି କହିଛନ୍ତି, ରାଜ୍ୟରେ ନିରନ୍ତର ଭାବରେ ସଂକ୍ରମଣ ହ୍ରାସ ପାଉଛି। ଅନ୍ୟ ରାଜ୍ୟରେ ବି ସମାନ ଭାବେ ଖସୁଛି। ମୃତ୍ୟୁ ସଂଖ୍ୟା ବଢିବାରେ କାରଣ ପୂର୍ବରୁ ଗୁରୁତର ରୋଗୀଙ୍କ ସଂଖ୍ୟା ଅଧିକ ରହିଥିଲା। ପଜେଟିଭ ହାର କମିବା ଭାବି ଲୋକମାନେ ସଚେତନ ନହେଲେ ବିପଦକୁ ଟାଣି ହେବା କଥା।ଲକଡାଉନ ଅଧିକ ଦିନ ହେଲେ ସବୁ ବର୍ଗର ଲୋକ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବେ । ଏଣୁ ପରିସ୍ଥିତି ଅନୁକୂଳ ହେଲେ ଅନଲକ ହେବ ବୋଲି ସେ କହିଛନ୍ତି ।

ଅନ୍ୟପଟେ ସ୍ବାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର କହିଛନ୍ତି ଯେ, ଆଗକୁ 5 ଦିନ ମଧ୍ୟରେ ସଂକ୍ରମଣ କମିଯିବ। ହେଲେ ଅନ୍ୟ କିଛି ଜିଲ୍ଲାରେ ଲକଡାଉନ 7 ଦିନ ବଢିବ ବୋଲି ଅନୁମାନ କରିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ଯେଉଁଠାରେ 5 ପ୍ରତିଶତ ସଂକ୍ରମଣ ରହୁଛି ସେଠାରେ ଅନଲକ ପକ୍ରିୟା କରାଯିବ । ତୃତୀୟ ୱେଭ ପାଇଁ ସରକାର ଅନେକ ପ୍ରସ୍ତୁତ ଆରମ୍ଭ କଲେଣି ବୋଲି କହିଛନ୍ତି ନିରୋଜ ମିଶ୍ର ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.