ETV Bharat / city

'ନିୟନ୍ତ୍ରଣରେ ଅଛି ରାଜ୍ୟର କୋରୋନା ସ୍ଥିତି, କ୍ବାରେଣ୍ଟାଇନରେ ରହିବେ ପଶ୍ଚିମବଙ୍ଗ ଫେରନ୍ତା'

ରାଜ୍ୟରେ କୋରୋନା ସ୍ଥିତି ନିୟନ୍ତରରେ ରହିଛି । ଏବେ ରାଜ୍ୟରେ ସଂକ୍ରମିତଙ୍କ ପାଇଁ ଶଯ୍ୟା ପ୍ରସ୍ତୁତ ରହିଛି । ଆବଶ୍ୟକତା ଅନୁସାରେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ । ଅଧିକ ପଢ଼ନ୍ତୁ...

author img

By

Published : Apr 23, 2021, 2:38 PM IST

Updated : Apr 23, 2021, 3:22 PM IST

'ନିୟନ୍ତ୍ରଣରେ ଅଛି ରାଜ୍ୟର କୋରୋନା ସ୍ଥିତି, ପଶ୍ଚିମବଙ୍ଗ ଫେରନ୍ତା ରହିବେ କ୍ବାରେଣ୍ଟିନରେ'

ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ପଶ୍ଚିମବଙ୍ଗରୁ ଯେଉଁମାନେ ଫେରୁଛନ୍ତି ସେମାନେ ସଂଗରୋଧରେ ରହିବେ। ବର୍ତ୍ତମାନ କୋରୋନା ସଂକ୍ରମଣ ସହ ମୁକାବିଲା କରିବାକୁ 11ହଜାରରୁ ଅଧିକ ଶଯ୍ୟା ପ୍ରସ୍ତୁତ ରହିଛି । 2 ହଜାର 7ଶହ ଶଯ୍ୟାରେ କୋରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ରାଜ୍ୟରେ ଅକ୍ସିଜେନର ଅଭାବ ନାହିଁ ବୋଲି କହିଛନ୍ତି ଜନସ୍ବସ୍ଥ୍ୟ ନିର୍ଦ୍ଦେଶକ । ଓଡ଼ିଶା ଏବେ ବାହାର ରାଜ୍ୟକୁ ଅକ୍ସିଜେନ ଯୋଗାଇ ଦେଉଛି। କୋରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟରେ ଆଵଶ୍ୟକତା ଅନୁଯାୟୀ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ। ରାଜ୍ୟକୁ ପ୍ରବାସୀମାନେ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି। ସେମାନଙ୍କ ପାଇଁ ରାଜ୍ୟରେ ଘର ଚିହ୍ନଟ ହୋଇ ରହିଛି ।

ନିଜ ନିଜ ଜିଲ୍ଲାରେ ଅସ୍ଥାୟୀ ହସ୍ପିଟାଲ କରିବା ପାଇଁ ରାଜ୍ୟର ସମସ୍ତ ଜିଲ୍ଲାପାଳ ଙ୍କୁ ନିର୍ଦେଶ ଦିଆଯାଇଛି । ସଂକ୍ରମିତଙ୍କ ସଂଖ୍ୟା ତୁଳନାରେ ରାଜ୍ୟରେ ବର୍ତ୍ତମାନ ଆଇସିୟୁ ବେଡ ସଂଖ୍ୟା ଅଧିକ ରହିଛି। ବର୍ତ୍ତମାନ ରାଜ୍ୟରେ 40 ହଜାର ଟେଷ୍ଟ କରାଯାଉଥିବା ବେଳେ ଆଗକୁ 50 ହଜାର ଟେଷ୍ଟ କରାଯିବ। ଏନେଇ ରାଜ୍ୟା ପ୍ରଶାସନ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇ ରହିଛି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ରାଜ୍ୟରେ କୋରୋନା ସଂକ୍ରମଣ ବର୍ତ୍ତମାନ ହୁହୁ ହୋଇ ବଢ଼ିବାରେ ଲାଗିଛି। ଦୈନିକ ରେକର୍ଡ ସଂଖ୍ୟକ ପଜିଟିଭ ଚିହ୍ନଟ ହେଉଛନ୍ତି । ରାଜ୍ୟରେ ଆଜି(ଶୁକ୍ରବାର) 6215 ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟିନ ସେଣ୍ଟରରୁ 3604ଜଣ ଚିହ୍ନଟ ହୋଇଥିବାବେଳେ 2611ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । 8ଜଣଙ୍କ ଜୀବନ ନେଇଛି କିଲର କୋରୋନା ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Apr 23, 2021, 3:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.