ETV Bharat / city

ସ୍ମାର୍ଟସିଟିରେ 63 ପ୍ରତିଶତ ଆରୋଗ୍ୟ ହାର

author img

By

Published : Aug 8, 2020, 7:20 PM IST

ସ୍ମାର୍ଟସିଟିରେ କୋଭିଡ ପରୀକ୍ଷା ଓ ଚିକିତ୍ସାକୁ ଅଧିକ ଗୁରୁତ୍ବ । ଭୂତାଣୁ ସହ ଲଢେଇ କରୁଛି ସ୍ମାର୍ଟସିଟି । ସଂକ୍ରମଣ ରୋକିବାକୁ ପ୍ରସ୍ତୁତି ଜାରି ରହିଛି ।

covid pressmeet in bhubaneswar
ସ୍ମାର୍ଟସିଟିରେ 63 ପ୍ରତିଶତ ଆରୋଗ୍ୟତା ହାର

ଭୁବନେଶ୍ବର: ସ୍ମାର୍ଟସିଟିରେ କୋଭିଡ ପରୀକ୍ଷା ଓ ଚିକିତ୍ସାକୁ ଅଧିକ ଗୁରୁତ୍ବ । ଭୂତାଣୁ ସହ ଲଢେଇ କରୁଛି ସ୍ମାର୍ଟସିଟି । ସଂକ୍ରମଣ ରୋକିବାକୁ ପ୍ରସ୍ତୁତି ଜାରି ରହିଛି । ସହରରେ ୱାର୍ଡରୁ ୱାର୍ଡ ବୁଲି ତଦାରଖ କରୁଛନ୍ତି ସଚେତକ ଟିମ୍ । ଭୁବନେଶ୍ବରରେ 63 ଶତକଡା ସୁସ୍ଥ ହାର ରହିଛି ।

ଭୁବନେଶ୍ବରରେ ମୋଟ 3763 ଜଣ ଆକ୍ରାନ୍ତ ରହିଥିବାବେଳେ ସୁସ୍ଥ 2360 ଜଣ ହୋଇଛନ୍ତି । ଏହାସହ 18ଜଣଙ୍କ ମୃତ୍ୟୁ ହୋଇଛି । ସକ୍ରିୟ ମାମଲାରେ 60 ବର୍ଷରୁ ଅଧିକ 113 ଜଣ ରହିଛନ୍ତି । କୋଭିଡ ମୁକାବିଲାରେ ମୁଖ୍ୟ ଟେଷ୍ଟ ଓ କଣ୍ଟ୍ରାକ୍ଟ ଟ୍ରେସିଂକୁ ପ୍ରାଧାନ୍ୟ । ଭୁବନେଶ୍ବରରେ ଗୋଟିଏ ଦିନରେ 1400-1800 ଟେଷ୍ଟ କରାଯାଉଛି । ଅନେକ ସ୍ଥାନରେ ଟେଷ୍ଟ ପାଇଁ ସାଧାରଣ ଜନତା ଆଗକୁ ଆସୁନାହାଁନ୍ତି । ତେଣୁ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।

ସ୍ମାର୍ଟସିଟିରେ 63 ପ୍ରତିଶତ ଆରୋଗ୍ୟତା ହାର

ସେମାନଙ୍କୁ ପରୀକ୍ଷା ପାଇଁ ଆଗକୁ ଆସିବାକୁ ଅନୁରୋଧ କରାଯାଇଛି । ଭୁବନେଶ୍ବରରେ କୋଭିଡ ମେଡିକାଲରେ 3461 ବେଡ୍ ରହିଛି । ଆଇସିୟୁ ବେଡ୍ 218 ଓ ଭେଣ୍ଟିଲେଟର 115 ବେଡ୍ ରହିଛି । ହୋମ ଆଇସୋଲେସନରେ 515 ଜଣଙ୍କୁ ଆଜି ପର୍ଯ୍ୟନ୍ତ ବିଏମସି ପରମିଶନ ଦେଇଛି । ଭବାନୀ ମଲରେ ହୋମ ଆଇସୋଲେସନର ବ୍ୟବସ୍ଥା କରାଯାଇଛି ।

ଭୁବନେଶ୍ବରରେ ମୁଖ୍ୟତଃ 3ଟି ହସ୍ପିଟାଲ ରହିଛି । ସମ ହସ୍ପିଟାଲ, କିମ୍ସ ହସ୍ପିଟାଲ ଓ ଆଦିତ୍ୟ ଅଶ୍ବିନୀ ହସ୍ପିଟାଲ କୋଭିଡ ହସ୍ପିଟାଲ ଭାବେ କାର୍ଯ୍ୟ କରୁଛି । କୋଭିଡ୍ ହେଲଥ ସେଣ୍ଟର ପଟିଆରେ ରହିଛି । କୋଭିଡ କେୟାର ସେଣ୍ଟରର 3ଟି ସ୍ଥାନରେ ରହିଛି ହାଇଟେକ ହସ୍ପିଟାଲ, ଜୟଦେବବିହାର, ଡୁମଡୁମା ଅଞ୍ଚଳ । ଏହି ସବୁ ସ୍ଥାନରେ 600 ବେଡ୍ ରହିଛି । କୋଭିଡ କେୟାର ହୋମରେ 2ଟି ସ୍ଥାନରେ ରହିଛି । ଯାତ୍ରୀ ନିବାସ ଓ ଟ୍ରାଇଡେଣ୍ଟ କଲେଜରେ 920ଟି ବେଡ଼ ରହିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.