ETV Bharat / city

ଆସିଲା ମାର୍ଚ୍ଚ ମାସର କୋଭିଡ ଗାଇଡ ଲାଇନ୍ , ଯାତ୍ରା ପାଇଁ ଫିଟିଲା ବାଟ - ଆସିଲା ମାର୍ଚ୍ଚ ମାସର କୋଭିଡ ଗାଇଡ ଲାଇନ୍

ଆସିଲା ମାର୍ଚ୍ଚ ମାସର କୋଭିଡ ଗାଇଡ ଲାଇନ୍ , ଯାତ୍ରା ପାଇଁ ଫିଟିଲା ବାଟ

author img

By

Published : Feb 27, 2021, 6:13 PM IST

Updated : Feb 27, 2021, 7:39 PM IST

18:04 February 27

ଆସିଲା ମାର୍ଚ୍ଚ ମାସର କୋଭିଡ ଗାଇଡ ଲାଇନ୍ , ଯାତ୍ରା ପାଇଁ ଫିଟିଲା ବାଟ

ଭୁବନେଶ୍ବର: ଆସିଲା ମାର୍ଚ୍ଚ ମାସର କୋଭିଡ ଗାଇଡ ଲାଇନ୍ । ଯାତ୍ରା ପାଇଁ ଫିଟିଲା ବାଟ । ୨୦୦୦ ଲୋକଙ୍କୁ ନେଇ ଯାତ୍ରା କରିପାରିବେ ପାର୍ଟି ମାଲିକ । ଏନେଇ ଜିଲ୍ଲା ପ୍ରଶାସନର ଅନୁମତି ନେବାକୁ ପଡିବ । କୋଭିଡ ଗାଇଡ ଲାଇନକୁ ପାଳନ କରିବା ପାଇଁ କଡାକଡି ଭାବରେ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ସାମାଜିକ ଦୂରତା ଆଦି ମାନିବା ପାଇଁ ମଧ୍ୟ ଗୁରୁତ୍ୱ ରହିଛି ।

ଏହାସହ ସମସ୍ତ କଳାକାରଙ୍କ ଥର୍ମାଲ ସ୍କ୍ରିନ କରାଯିବ । ୬ ଫୁଟ ଦୂରତା ରଖିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ଯେଉଁମାନଙ୍କର ଥଣ୍ଡା କାଶ ଭଳି ଲକ୍ଷଣ ଥିଲେ ଯାତ୍ରାକୁ ଅନୁମତି ମିଳିବ ନାହିଁ । ଏଥିପାଇଁ ଅନଲାଇନ ଟିକେଟ କରିବା ସହ ଅଧିକ ଟିକେଟ କାଉଣ୍ଟର କରିବା ପାଇଁ ନିର୍ଦ୍ଦେଶ ରହିଛି । 

ସେହିପରି ବାହାଘର କାର୍ଯ୍ୟକ୍ରମ ପାଇଁ ୫୦୦ ଲୋକଙ୍କୁ ଅନୁମତି ଦିଆଯାଇଛି । ମାସ୍କ ଓ ସାନିଟାଇଜର ବ୍ୟବହାର କଡାକଡି ପାଳନ କରିବା ପାଇଁ କୁହାଯାଇଛି । ଏହ ସହ ଧାର୍ମିକ ଓ ରାଜନୈତିକ କାର୍ଯ୍ୟକ୍ରମ ପାଇଁ ମଧ୍ୟ ୫୦୦ ଲୋକଙ୍କୁ ଅନୁମତି । ପ୍ରାଥମିକ ବିଦ୍ୟାଳୟ ପାଇଁ ସରକାରଙ୍କ ଅନୁମତି ନେବେ । ଏଥି ପାଇଁ ବିଭାଗ ପକ୍ଷରୁ ସ୍ଵତନ୍ତ୍ର ଏସଓପି ଆସିବ । ଏହାସହ କଣ୍ଟେନମେଣ୍ଟ ଜୋନ ଆବଶ୍ୟକ ପଡିଲେ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇପାରିବେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ ଓ ତପନ ଦାସ, ଇଟିଭି ଭାରତ

Last Updated : Feb 27, 2021, 7:39 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.