ETV Bharat / city

ରାଜ୍ୟରୁ ପୁଣି 5 ଜୀବନ ନେଲା ମହାମାରୀ: ମୃତ୍ୟୁ ସଂଖ୍ୟା 159

author img

By

Published : Jul 29, 2020, 12:31 PM IST

ଦ୍ରୁତଗତିରେ ବଢୁଛି ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଆଜି ଗୋଟିଏ ଦିନରେ 1068 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି 5 ଜୀବନ ନେଇଛି ମହାମାରୀ କୋରୋନା । ଅଧିକ ଖବର ପଢନ୍ତୁ...

ରାଜ୍ୟରୁ ପୁଣି 5 ଜୀବନ ନେଲା ମହାମାରୀ; ମୃତ୍ୟୁ ସଂଖ୍ୟା 159

ଭୁବନେଶ୍ବର: ଦ୍ରୁତଗତିରେ ବଢୁଛି ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଆଜି ଗୋଟିଏ ଦିନରେ 1068 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ 662 ଓ ସ୍ଥାନୀୟ ଅଞ୍ଚଳରୁ 406 ଜଣ ଆକ୍ରାନ୍ତ ରହିଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 29 ହଜାର 175ରେ ପହଞ୍ଚିଛି । ସେପଟେ ଆଜି ବି ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗିନି । ଆକ୍ରାନ୍ତଙ୍କ ମଧ୍ୟରୁ 5 ଜୀବନ ନେଇଛି ମହାମାରୀ କୋରୋନା ।

ସେଥିମଧ୍ୟରୁ ପୁରୀ, ମାଲକାନଗିରି, ଗଞ୍ଜାମ, ବାଲେଶ୍ବର ଓ କନ୍ଧମାଳରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ପୁରୀରୁ 55 ବର୍ଷୀୟ ମହିଳା, ମାଲକାନଗିରିରୁ 62 ବର୍ଷୀୟ ମହିଳା, ଗଞ୍ଜାମରୁ 60 ବର୍ଷୀୟ ମହିଳା, ବାଲେଶ୍ବର 46 ବର୍ଷୀୟ ପୁରୁଷ ଓ କନ୍ଧମାଳରୁ 50 ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି ।

ସେପଟେ ସମସ୍ତ କୋରୋନା ମୃତକଙ୍କ ମଧ୍ୟରୁ କେବଳ ପୁରୀର ମୃତ ମହିଳା ଆକ୍ରାନ୍ତଙ୍କୁ ଛାଡିଦେଲେ ଅନ୍ୟମାନଙ୍କ କ୍ଷେତ୍ରରେ ଅନ୍ୟାନ୍ୟ ରୋଗ ମଧ୍ୟ ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.