ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି କୋଭିଡ ମୃତ୍ୟୁ ସଂଖ୍ୟା । ଦିନକୁ ପ୍ରାୟ ୬୦ରୁ ଅଧିକ ଜଣଙ୍କ ମୃତ୍ୟୁ ହେଉଥିବା ରିପୋର୍ଟ କହୁଛି । ଏପଟେ ମୃତ୍ୟୁସଂଖ୍ୟାକୁ ନେଇ ଚିନ୍ତିତ ନ ହେବାକୁ ପରାମର୍ଶ ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି ।
ସୂଚନା ଦେଇ ଡିଏମଇଟି କହିଛନ୍ତି ରାଜ୍ୟରେ କୋଭିଡ଼ ମୃତ୍ୟୁସଂଖ୍ୟାର ଅଡ଼ିଟ ଚାଲିଛି । ପ୍ରତ୍ୟେକ ଦିନ ଏହି ରିପୋର୍ଟ ଆସୁଛି । କୋରନା ମୃତ୍ୟୁର ଅଡ଼ିଟ କରିବା ପରେ ତଥ୍ୟ ପ୍ରଦାନ କରାଯାଉଛି । ଯେହେତୁ ମୃତକଙ୍କ ସମ୍ପର୍କୀୟ ବିଭିନ୍ନ ପ୍ରକାର ସୁବିଧା ଓ ସୁଯୋଗ ପାଉଛନ୍ତି । ତେଣୁ ସବୁ ଦିଗକୁ ଅନୁଧ୍ୟାନ କରି ଅଡ଼ିଟ ରିପୋର୍ଟ ପ୍ରକାଶ କରାଯାଉଛି ବୋଲି କହିଛନ୍ତି ଡିଏମଇଟି ।
ଏହି ରିପୋର୍ଟ ଅନୁସାରେ ସରକାରଙ୍କ ପକ୍ଷରୁ ମିଡ଼ିଆରେ ସୂଚନା ଦିଆଯାଉଛି । ହେଲେ ଏହି ସଂଖ୍ୟା ଦେଖି ମୃତ୍ୟୁ ସଂଖ୍ୟା ଅଧିକ ହେଉଥିବା ଜନସାଧାରଣ ଆଶଙ୍କା କରୁଛନ୍ତି । ଏହି ସଂଖ୍ୟାକୁ ନେଇ ଜନସାଧାରଣ ଚିନ୍ତିତ ନହେବା ଲାଗି ପରାମର୍ଶ ଦେଇଛନ୍ତି ଡିଏମିଇଟି । ସରକାରଙ୍କ ପକ୍ଷରୁ ଚାଲିଥିବା ଅଡିଟ 10 ରୁ 15 ଦିନ ମଧ୍ୟରେ ଶେଷ ହେବ ବୋଲି ସେ କହିଛନ୍ତି ଡିଏମଇଟି ସିବିକେ ମହାନ୍ତି ।
ପ୍ରକାଶ ଥାଉ କି ଅଡିଟ ରିପୋର୍ଟ ଅନୁସାରେ ଆଜି ରାଜ୍ୟରେ ୬୯ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କୋଭିଡଜନିତ ମୃତ୍ୟୁସଂଖ୍ୟା ୫୭୦୩କୁ ବୃଦ୍ଧି ହୋଇଛି ।
ଭୁବନେଶ୍ବରରୁ ଭାବାନୀ ଶଙ୍କର ଦାସ,ଇଟିଭି ଭାରତ