ETV Bharat / city

ଆଇସୋଲେସନ୍ ନିୟମାବଳୀ ଜାରି କଲା BMC: ସଂକ୍ରମଣ ଦୂରେଇବା ପାଇଁ ବୁଲୁଛି ସଚେତନତା ଗାଡି

author img

By

Published : Jan 26, 2022, 4:35 PM IST

ରାଜ୍ଯରେ ସଂକ୍ରମଣ ବଢିବାରେ ଲାଗିଛି । ଏନେଇ ବିଏମସି ଆରମ୍ଭ କରିଛି ପୃଥକବାସ ସଚେତନତା । ଅଧିକ ପଢନ୍ତୁ

ପୃଥକବାସ ପାଇଁ ସ୍ବତନ୍ତ୍ର ନିୟାମାବଳୀ ଜାରି କଲା BMC ; ସଂକ୍ରମଣ ଦୂରେଇବା ପାଇଁ ବୁଲୁଛି ସଚେତନତା ଗାଡି

ଭୁବନେଶ୍ବର : ରାଜ୍ଯରେ ସଂକ୍ରମଣ ବଢିବାରେ ଲାଗିଛି । ଏନେଇ ବିଏମସି ଜାରି କରିଛି ପୃଥକବାସ ଗାଇଡଲାଇନ୍ । ସଫେଇ ଗାଡ଼ିରେ ଆରମ୍ଭ ହେଲା ପୃଥକବାସ ସଚେତନତା । କୋଭିଡ ପଜିଟିଭ ବ୍ୟକ୍ତିଙ୍କ ସଙ୍ଗରୋଧ ନିମନ୍ତେ ରହିବାର ସ୍ବତନ୍ତ୍ର ସଚେତନତା ଗାଡି ଆଜିଠାରୁ ବୁଲିବା ଆରମ୍ଭ କରିଛି । ଭୁବନେଶ୍ବରରେ କୋଭିଡ଼ ସଂକ୍ରମଣ ଯୁକ୍ତ ହୋଇଥିବା ପ୍ରାୟ ୧୧ ହଜାର ମଧ୍ୟରୁ ୯୦ ପ୍ରତିଶତ ଉର୍ଦ୍ଧ୍ବ ବ୍ୟକ୍ତି ଆଇସୋଲେନରେ ରହୁଛନ୍ତି । ତେଣୁ ଗୃହ ସଙ୍ଗରୋଧ ନିୟମ ମାନିବା ଅତ୍ୟନ୍ତ ଜରୁରୀ ।

ଅମାନିଆ ହେଲେ ନିଆଁ ଭଳି ସଂକ୍ରମଣ ବଢିବ ବୋଲି ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ଭୁବନେଶ୍ବରରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ହେଉଥିବା ବେଳେ ଗୃହ ସଙ୍ଗରୋଧରେ ରହୁଥିବା ବ୍ୟକ୍ତିମାନଙ୍କ ପାଇଁ ମାର୍ଗଦର୍ଶିକା ଜାରି କରିଛି ବିଏମସି । ଜଣେ ବ୍ୟକ୍ତି ରିପୋର୍ଟରୁ କୋଭିଡ଼ ପଜିଟିଭ ଥିବା ଜଣାପଡ଼ିଲେ ବିବ୍ରତ ନ ହୋଇ ସରକାରଙ୍କ ଦ୍ଵାରା ଜାରି କରାଯାଇଥିବା ଟୋଲ ଫ୍ରି ନମ୍ବର ୧୯୨୯ ଏବଂ ୧୦୪କୁ ଫୋନ୍ କରି ଆବଶ୍ୟକୀୟ ପଦକ୍ଷେପ ନେବାକୁ କୁହାଯାଇଛି ।

ଏହାବି ପଢନ୍ତୁ : ମହାମାରୀର ଅନ୍ତ ନାହିଁ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ନିୟମ ଅନୁସାରେ ପଜିଟିଭ ବ୍ୟକ୍ତି ବିଶେଷ ଯେଉଁମାନଙ୍କର ପ୍ରାୟତଃ ଲକ୍ଷଣ ନଥାଏ ବା ସ୍ଵଳ୍ପ ଲକ୍ଷଣ ଥିବା ବ୍ୟକ୍ତି ଗୃହ ପୃଥକବାସରେ ରହି ନିଜସ୍ଵ କୋଭିଡ଼ ସ୍ଥିତିକୁ ମୁକାବିଲା କରିପାରିବେ । ସଂକ୍ରମିତ ବ୍ୟକ୍ତି ରହିବା ସ୍ଥାନଟି ବାୟୁ ଚଳାଚଳ ହୋଇପାରୁ ଥିବା ଆବଶ୍ୟକ । ପୃଥକ ପାଇଖାନା ସହ କୋଭିଡ ସଂକ୍ରମିତ ଓ ତାଙ୍କର ଯତ୍ନ ନେଉଥିବା ସଦସ୍ୟ ସୁରକ୍ଷିତ ରହିବା ପାଇଁ ମାସ୍କ ପିନ୍ଧିବା ଜରୁରୀ ।

ସେପଟେ ବର୍ତ୍ତମାନ ରାଜଧାନୀରେ କୋଭିଡ଼ ସଂକ୍ରମଣ ପ୍ରାୟ ୧୧ ହଜାର ଥିବା ବେଳେ ସେଥିରୁ ୯୦ ପ୍ରତିଶତରୁ ଉର୍ଦ୍ଧ୍ବ ଗୃହ ପୃଥକ ବାସରେ ରହୁଛନ୍ତି । ତେଣୁ ସଚେତନତାକୁ ଆହୁରି ତ୍ବାରାନ୍ବିତ କରି ବିଏମସିର ତିନୋଟି ମଣ୍ତଳରେ ୧୨ ଟି ଲେଖାଏଁ ଆର୍.ଆର୍.ଟି ଟିମ୍ ରହି ସଂକ୍ରମିତ ବ୍ୟକ୍ତିଙ୍କ ସୂଚନା ଅନୁସାରେ ଯୋଗାଯୋଗ କରି ଆବଶ୍ୟକୀୟ ସହାୟତା ଯୋଗାଉଛନ୍ତି ।

ଏ ସମସ୍ତ ଟିମ ବିଏମସିର ପ୍ରତ୍ୟେକ ୱାର୍ଡରେ ବୁଲି ବୁଲି ପ୍ରଚାର ଆରମ୍ଭ କରାଯାଇଛି । ସେପଟେ ବିଶେଷଜ୍ଞଙ୍କ ମତ ନିୟମ ଖିଲାପ କଲେ ସୁନାମି ସଂକ୍ରମଣ ହେବ । ତେବେ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କର ଜ୍ଵର ଅଧିକ ହେବା, ନ ଛାଡ଼ିବା, ଅକ୍ସିଜେନ ସାଚୁରେସନ୍ ୯୩ ତଳକୁ ଖସିବା, ମାନସିକ ସ୍ଥିତି ଠିକ ନ ରହିବା ଇତ୍ୟାଦି ଦେଖାଦେଲେ ୧୦୪ କିମ୍ବା ୧୯୨୯କୁ ଫୋନ୍ କରି ପରାମର୍ଶ ନେବାକୁ କୁହାଯାଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.