ଭୁବନେଶ୍ବର:କୋଭିଡ କେୟାର ହୋମ ପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ଅସ୍ଥାୟୀ ଭାବେ ୭୦୦୦ ପ୍ରଶିକ୍ଷିତ ସ୍ବାସ୍ଥ୍ୟ କର୍ମୀଙ୍କୁ ଦିଆଯିବ ନିଯୁକ୍ତି । ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି ସ୍ବାସ୍ଥ୍ୟ ବିଭାଗ ।
ରାଜ୍ୟର ୬୭୯୮ ଗ୍ରାମପଞ୍ଚାୟତରେ ଥିବା କୋଭିଡ ଗୃହରେ ଏହି ସ୍ବାସ୍ଥ୍ୟ କର୍ମୀ ନିଯୁକ୍ତ ହେବେ । ଏଏନମ, ଷ୍ଟାଫ ନର୍ସ, ଫାର୍ମାସିଷ୍ଟ ନିଯୁକ୍ତ ହେବେ । ଦୈନିକ ପାରିଶ୍ରମିକ ବାବଦରେ ANMଙ୍କ କ୍ଷେତ୍ରରେ ୮୫୦ ଟଙ୍କା, ଷ୍ଟାଫ ନର୍ସ ଓ ଫାର୍ମାସିଷ୍ଟଙ୍କ ପାଇଁ ୧୦୦୦ ଟଙ୍କା ପ୍ରଦାନ କରାଯିବ । ତିନି ମାସ କିମ୍ବା କୋଭିଡ କେୟାର ହୋମ କାର୍ଯ୍ୟକାରୀ ହେବା ପର୍ଯ୍ୟନ୍ତ ସେଠାରେ କାମ କରିବେ । ତେବେ ନିଯୁକ୍ତ ହୋଇଥିବା ସ୍ବାସ୍ଥ୍ୟ କର୍ମୀଙ୍କୁ ଯେ କୌଣସି ସମୟରେ ବିନା କୌଣସି କାରଣ ଦର୍ଶାଇ ଛଟେଇ କରାଯାଇପାରିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି । ସିଡିଏମ ଓ ପିଏଚଓ ସାକ୍ଷାତକାର ମାଧ୍ୟମରେ ଉପଯୁକ୍ତ ପ୍ରାର୍ଥୀ ଚୟନ କରିବେ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ