ଭୁବନେଶ୍ବର: ଆସନ୍ତା 11 ରେ ମହାଶିବରାତ୍ରି । କୋରୋନା ଯୋଗୁଁ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା । ଚଳିତ ବର୍ଷ ଜାଗର ଯାତ୍ରାରେ ଲିଙ୍ଗରାଜଙ୍କ ସାହାଣ ମେଲା ଦର୍ଶନ ବନ୍ଦ ରହିବ । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଏଭଳି କଟକଣା କରିବାକୁ ନିଷ୍ପତି ନିଆଯାଇଛି ।
ଶନିବାର ବସିଥିବା ସମନ୍ବୟ ବୈଠକରେ ମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ସହ ନିଯୋଗ ସମିତି ମଧ୍ୟରେ ଜାଗର ପୂଜା ନେଇ ଏଭଳି ନିଷ୍ପତି ନିଆଯାଇଛି । ତେବେ ପୂର୍ବବର୍ଷ ପରି ଚଳିତବର୍ଷ ଜାଗରଯାତ୍ରା ରୀତିନିତି ସହ ହେବ ।
ସାସ୍କୃତିକ କାର୍ଯ୍ୟକ୍ରମ ଠୁ ଆରମ୍ଭ କରି ପୂର୍ବ ବର୍ଷ ଭଳି ମନ୍ଦିର ବାହାରେ ଓ ଭିତରେ ଶ୍ରଦ୍ଧାଳୁ ଦୀପ ଜାଳିବା ପାଇଁ କୋଭିଡ କଟକଣାରେ ବ୍ୟବସ୍ଥା କରାଯିବ । ତେବେ ପ୍ରଥମଥର ପାଇଁ ମନ୍ଦିର ଭିତରକୁ ପ୍ରବେଶ ପାଇଁ ହେଉଥିବା ଲୋକଙ୍କ ଧାଡି ମନ୍ଦିର ପାଖରୁ ବିଏମସି ମାର୍କେଟ କମ୍ପ୍ଲେକ୍ସ ପର୍ଯ୍ୟନ୍ତ ଲମ୍ବିବ । ବାକି ପୋଲିସ ପ୍ରଶାସନ ଯେପରି ସୁରକ୍ଷା ଓ ପରିଚାଳନା ଦାୟିତ୍ବ ନେବେ ।
୩୦ ପ୍ଲାଟୁନ ପୋଲିସ ଫୋର୍ସ ସହ ଜଣେ ଡିସିପି ଓ ୪ଜଣ ଆଡିସିନାଲ ଡିସିପିଙ୍କ ନେତୃତ୍ବରେ ଏସିପି ଓ ଆଇଆଇସି ମାନେ ସୁରକ୍ଷା ଦାୟିତ୍ବ ତଦାରଖ କରିବେ । ନିତି ନିର୍ଦ୍ଧାରିତ ଅନୁସାରେ ମହାଦ୍ବୀପ ଉଠିବ । ମହାଦ୍ବୀପ ପରେ ସାହାଣମେଲା ଦର୍ଶନ ସାଧାରଣ ଲୋକଙ୍କ ପାଇଁ ବନ୍ଦ ରହିବ । ପାର୍କି ବ୍ୟବସ୍ଥା ଉପରେ ଫୋକସ ଦିଆଯାଇଛି । ଜାଗର ଦିନ ରାସ୍ତା ସିଲ ହେବ । ଏଥିସହ ସେବାୟତ ମାନଙ୍କ ଜାଗର ଯାତ୍ରା ପୂର୍ବରୁ ଆଣ୍ଟିଜେନ ଟେଷ୍ଟ ହେବ । ମନ୍ଦିର ଭିତରକୁ ପ୍ରବେଶ ସମୟରେ ମାସ୍କ ସହ ଥର୍ମାଲ ସ୍କ୍ରିନି ବାଧ୍ୟତାମୂଳକ ହେବ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ