ETV Bharat / city

ଓଡିଶାକୁ ଶୀଘ୍ର ଆସିବ ତୃତୀୟ ଲହର, ଫେବୃୟାରୀରେ ନେବ ପିକ୍

author img

By

Published : Dec 28, 2021, 12:25 PM IST

Updated : Dec 28, 2021, 12:56 PM IST

ଓଡିଶାରେ ତୃତୀୟ ଲହର ନେଇ ସତର୍କ କରାଇଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଓଡିଶାରେ ଖୁବଶୀଘ୍ର ତୃତୀୟ ଲହର ଆସିବ । ଫେବୃୟାରୀ ଲହର ପିକ୍ ଛୁଇଁବ । ଅଧିକ ପଢନ୍ତୁ

ଓଡିଶାକୁ ଶୀଘ୍ର ଆସିବ ତୃତୀୟ ଲହର, ଫେବୃୟାରୀରେ ପିକ୍: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ଓଡିଶାରେ ତୃତୀୟ ଲହର ନେଇ ସତର୍କ କରାଇଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଦେଶର ବିଭିନ୍ନ ରାଜ୍ୟ ତୁଳନାରେ ଓଡିଶାରେ କୋରୋନାର ପ୍ରଥମ ଓ ଦ୍ବିତୀୟ ଲହର ୨ ମାସ ବିଳମ୍ବରେ ଆସିଥିଲା । ଆଇସିଏମଆର(ICMR) ଆକଳନ ଅନୁଯାୟୀ, ଯଦି ତୃତୀୟ ଲହର ଆସେ, ତେବେ ଏହା ଖୁବଶୀଘ୍ର ଓଡିଶା ଆସିବ । ଫେବୃୟାରୀ ମାସ ବେଳକୁ ଏହା ପିକ୍ ହେବ(covid-19 third wave may peak in february) ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଦେଶରେ ଦିନକୁ ଦିନ ଓମିକ୍ରନ ମାମଲା ବଢିଚାଲିଛି । ଓଡିଶାରେ ମଧ୍ୟ ସଂଖ୍ୟା ୪ରୁ ୮କୁ ବୃଦ୍ଧି ପାଇଛି । ତେଣୁ ଆଶଙ୍କ କରାଯାଉଛି କି, ଓଡିଶାରେ ଖୁବଶୀଘ୍ର ତୃତୀୟ ଲହର ଆସିବ ଏବଂ ଫେବୃୟାରୀରେ ପିକ୍ ଛୁଇଁବ । ତୃତୀୟ ଲହରର ମୁକାବିଲା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଉଛି । ସର୍ଭିଲାନ୍ସ, ଟେଷ୍ଟିଂ, ଟ୍ରିଟମେଣ୍ଟ ଓ ଟୀକାକରଣ ଉପରେ ସ୍ବାସ୍ଥ୍ୟ ବିଭାଗ ଗୁରୁତ୍ବ ଦେଉଛି ।

ସରକାରଙ୍କ ନିର୍ଦ୍ଦେଶାନୁଯାୟୀ ଭିତ୍ତିଭୂମି ପ୍ରସ୍ତୁତ ରହିଛି । ପେଡିଆଟ୍ରିକ ବିଭାଗ, ଅକ୍ସିଜେନ ଓ ମେଡିସିନ ସମ୍ପୂର୍ଣ୍ଣ ଭାବେ ମହଜୁଦ ଅଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମୁତାବକ ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Dec 28, 2021, 12:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.