ETV Bharat / city

ମାନୁ ନାହାଁନ୍ତି କଟକଣା: ଗାଡି ଟେକିନେଲା ପୋଲିସ - ଗାଡି ଟେକିନେଲା ପୋଲିସ

ଲକଡାଉନ କଟକଣା ମାନୁନଥିବା ଅମାନିଆ ଗାଡି ଚାଳକଙ୍କ ଗାଡି ଉଠାଇ ନେଇଛି ପୋଲିସ । ଅଧିକ ପଢନ୍ତୁ ...

covid-19-lockdown-vehicles-seized-by-police-in-bhubaneswar
ମାନୁ ନାହାଁନ୍ତି କଟକଣା:ଗାଡି ଟେକିନେଲା ପୋଲିସ
author img

By

Published : Apr 17, 2020, 10:22 PM IST

ଭୁବନେଶ୍ବର: ଲକଡାଉନ ସତ୍ତ୍ବେ ଅମାନିଆ ହେଉଛନ୍ତି ଗାଡି ଚାଳକ । ଏଭଳି କିଛି ଅମାନିଆ ଗାଡି ଚାଳକଙ୍କ ଗାଡିକୁ ଉଠାଇ ନେଇଛି ପୋଲିସ । ଭୁବନେଶ୍ବର ୟୁନିଟ-4 ଓ ୟୁନିଟ-8 ମାଛ ମାର୍କେଟ ସମେତ ଦୋକାନ ବଜାରକୁ ବିନା ଅନୁମତିରେ ବାଇକ ଆଣି ଆସୁଥିବା ଲୋକଙ୍କ ଗାଡି ଉଠାଇ ନିଆଯାଇଛି ।

ମାନୁ ନାହାଁନ୍ତି କଟକଣା: ଗାଡି ଟେକିନେଲା ପୋଲିସ

ତେବେ କୋରୋନା ମୁକାବିଲା ପାଇଁ ଲୋକମାନେ ଘରେ ରହିବାକୁ ବାରମ୍ବାର ପ୍ରଶାସନ ପକ୍ଷରୁ ନିବେଦନ କରାଯାଉଛି । ନିଜର ଅତ୍ୟାବଶ୍ୟକ ସାମଗ୍ରୀ ନିକଟସ୍ଥ ଦୋକାନରୁ ଆଣିବାକୁ ଚାଲି ଚାଲି ଯାଇ କିମ୍ବା ସାଇକେଲରେ ଯାଇ ଆଣିବାକୁ ମଧ୍ୟ କୁହାଯାଉଛି ।

କିନ୍ତୁ ପ୍ରଶାସନର ଏହି ନିୟମକୁ ଜନସାଧାରଣ ମାନେ ମାନୁ ନଥିବା ବାରମ୍ବାର ଦେଖିବାକୁ ମିଳୁଛି ।

ପୂର୍ବରୁ ମଧ୍ୟ ଏଥିପାଇଁ ପ୍ରଶାସନ କଡା ପଦକ୍ଷେପ ଗ୍ରହଣ ସ୍ବରୂପ ସେମାନଙ୍କ ଗାଡି ଜବତ କରିବା ସହ ଆଇନ ନମାନି ବାହାରକୁ ଆସୁଥିବା ଲୋକଙ୍କ ଉପରେ ଲାଠି ଚାର୍ଜ କରୁଥିବା ଦେଖିବାକୁ ମିଳିଥିଲା । ତେବେ ଶୁକ୍ରବାର ପୁଣି ପ୍ରଶାସନ ପକ୍ଷରୁ ଏଭଳି ଲୋକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ବିନା ଅନୁମତିରେ ବଜାରକୁ ଗାଡି ନେଇ ଆସୁଥିବା ଗାଡି ଚାଳକଙ୍କ ଗାଡି ଜବତ କରାଯାଇଛି । ପୋଲିସ ପାଖାପାଖି 20ରୁ ଉର୍ଦ୍ଧ୍ବ ଗାଡି ନେବା ସହ ଚାଳକଙ୍କୁ ସରକାରଙ୍କ ନିୟମ ମାନିବା ପାଇଁ କହିଛନ୍ତି । ଯେଉଁମାନେ ଫାଇନ ଦେଇଛନ୍ତି ସେମାନଙ୍କ ଗାଡ଼ିକୁ ସେମାନଙ୍କୁ ଫେରାଇ ଦିଆଯାଇଥିବା ଦେଖିବାକୁ ମିଳିଛି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.