ଭୁବନେଶ୍ବର: ନିୟତିର ନିଷ୍ଠୁର ନିଷ୍ପତ୍ତି । ବାପାଙ୍କ ଏକାଦଶରେ ଚାଲିଗଲେ ସାନ ପୁଅ । ଆଉ ସାନ ପୁଅର କ୍ରିୟାକର୍ମ ଆରମ୍ଭ ନ ହେଉଣୁ ଉଠିଲା ବଡ ପୁଅର କୋକେଇ । ଆଗ ପଛ ହୋଇ 12 ଦିନ ଭିତରେ ଆଖି ବୁଜିଲେ ବାପା ଓ 2 ପୁଅ । ଓଃ କି ଦାରୁଣ ଦୁଃଖ ! ଏ ଖବର ଶୁଣିଲେ ଖସିଯାଉଛି ପାଦ ତଳୁ ମାଟି.. କାନ୍ଦବୋବାଳିରେ ଫାଟିପଡୁଛି ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ଘର ଓ ପରିବେଶ । ବିଶିଷ୍ଟ ଶିଳ୍ପୀଙ୍କ ପରିବାର ଉଜାଡିଦେଲା ନରହନ୍ତା ରାକ୍ଷସରୂପୀ କୋରୋନା ।
ଗତ 9 ତାରିଖରେ ରାଜ୍ୟସଭା ସାଂସଦ ତଥା ଅନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଶିଳ୍ପୀ ପଦ୍ମଶ୍ରୀ ରଘୁନାଥ ମହାପାତ୍ର ଚାଲିଯାଇଥିଲେ ଆରପାରିକୁ । ତାଙ୍କର ଅନ୍ତ୍ୟେଷ୍ଟି କ୍ରିୟା ନ ସରୁଣୁ ଅର୍ଥାତ 19 ତାରିଖରେ ପ୍ରାଣ ହରାଇଲେ ସାନ ପୁଅ ପ୍ରଶାନ୍ତ । ଆଉ ପ୍ରଶାନ୍ତଙ୍କ ଦେହାନ୍ତର ଦିନକ ପରେ ..ଆଜି ଆସିଲା ବଡ ପୁଅ ଯେଶୋବନ୍ତଙ୍କ ମୃତ୍ୟୁର ଖବର । ଯେଉଁ ଶିଳ୍ପୀଙ୍କ ନିହଣ ମୁନର ସ୍ପର୍ଶ ପାଇ ପଥର ମୂର୍ତ୍ତି ଜୀବିତ ହୋଇପଡୁଥିଲା ଆଜି ତାଙ୍କ ପରିବାରକୁ କୋରୋନା ନିଶବ୍ଦ କରିଦେଇଛି । ଶୋକ ସନ୍ତପ୍ତ ପରିବାରରକୁ ଭଗବାନ ଧୌର୍ଯ୍ୟ ଦିଅନ୍ତୁ । ଅମର ଆତ୍ମା ପ୍ରତି ଆମର ଗଭୀର ଶ୍ରଦ୍ଧାଞ୍ଜଳୀ ।
ଏ ଦୁଃଖ ଯେପରି କାହା ଜୀବନରେ ନ ଆସୁ , ସେଥିପାଇଁ ଆପଣ ସମସ୍ତେ ମାସ୍କ ପିନ୍ଧୁନ୍ତୁ, ଘରେ ରୁହନ୍ତୁ ଆଉ ସତର୍କ ହୁଅନ୍ତୁ... ମନୋବଳ ଦୃଢ ରଖନ୍ତୁ...
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ