ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର 27 ରେ ପ୍ରଧାନମନ୍ତ୍ରୀ ଡିଜିଟାଲ ସ୍ବାସ୍ଥ୍ୟ ମିଶନର ଦେଶବ୍ୟାପୀ ଶୁଭାରମ୍ଭ ଘୋଷଣା କରିବେ । ଏହା ଅଧୀନରେ ହିତାଧିକାରୀଙ୍କୁ ଏକ ସ୍ବତନ୍ତ୍ର ଡିଜିଟାଲ ସ୍ବାସ୍ଥ୍ୟ ପରିଚୟ ପତ୍ର ପ୍ରଦାନ କରାଯିବ ।
ଯେଉଁଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କର ସମସ୍ତ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ବିବରଣୀ ରହିବ । ଏହାକୁ ନେଇ ରାଜ୍ୟରେ ବିଜେଡି ମାରିଛି ତେରଛା ବାଣ । ଦଳୀୟ ସାଂସଦ ସୁବାସ ସିଂ କହିଛନ୍ତି ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଓଡିଶା ସରକାର ମଡେଲ ।
ସୁବାସ କହିଛନ୍ତି ଯେ, ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଓଡିଶା ସରକାର ମଡେଲ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଜରିଆରେ ସରକାର ବିପ୍ଳବ ଆଣିଛନ୍ତି । ଏବେ ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣର ସ୍ମାର୍ଟ କାର୍ଡ ବଣ୍ଟନ କରୁଛନ୍ତି । ଯାହା ଓଡିଶା କରିଛି ତାହା କେନ୍ଦ୍ର ଓ ଅନ୍ୟ ରାଜ୍ୟ ଅନୁକରଣ କରୁଛନ୍ତି ।
ସୁବାସ ଆହୁରି କହିଛନ୍ତି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଓଡିଶା ଆରମ୍ଭ କଲା । ଏହାକୁ ଦେଖି କେନ୍ଦ୍ର ସରକାର ଆୟୁଷ୍ମାନ ଭାରତ ଆରମ୍ଭ କଲେ । ରାଜ୍ୟ ସରକାର 3 ଟି ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣର ସ୍ମାର୍ଟ କାର୍ଡ ବଣ୍ଟନ କରୁଛନ୍ତି । ଏହାକୁ ଦେଖି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଡିଜିଟାଲ ସ୍ବାସ୍ଥ୍ୟ ମିଶନ ଦେଶବ୍ୟାପୀ ଶୁଭାରମ୍ଭ କରିବେ ବୋଲି ସୁବାସ କହିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ