ETV Bharat / city

ରାଜ୍ୟରେ ଚାଲିଛି ରିସର୍ଚ୍ଚ: କାଶ ଶବ୍ଦରୁ ଜାଣିହେବ କୋରୋନା ହୋଇଛି କି ନାହିଁ - କାଶ ଶଦ୍ଦ ଦେବ କୋରୋନା ସଂକ୍ରମଣ ସୂଚନା

ସାଧାରଣ ଥଣ୍ଡା କାଶ ଓ କୋରୋନା କାଶର ଶବ୍ଦ ଭିତରେ ଫରକ ଥିବା ନେଇ ଗବେଷଣା ଜାରି ରହିଛି । ଖୁବ ଶୀଘ୍ର ଏକ ଆପ୍ ପ୍ରସ୍ତୁତ କରାଯିବ ଯେଉଁଥିରେ ଲୋକ ନିଜ କାଶର ଶବ୍ଦ ରେକର୍ଡ କରି ପଠାଇପାରିବେ ବୋଲି ସୂଚନା ଦେଇଛନ୍ତି ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆରଏମଆରସି)ର ନିର୍ଦ୍ଦେଶିକା ଡଃ ସଂଘମିତ୍ରା ପତି ନିର୍ଦେଶିକା ସଂଘମିତ୍ରା ପତି ।

କାଶ ଶବ୍ଦରୁ ଜାଣିହେବ କୋରୋନା
କାଶ ଶବ୍ଦରୁ ଜାଣିହେବ କୋରୋନା
author img

By

Published : Jul 23, 2020, 5:25 PM IST

ଭୁବନେଶ୍ବର: କାଶକୁ ନେଇ ଚାଲିଛି ଗବେଷଣା । ସାଧାରଣ ଥଣ୍ଡା କାଶ ଓ କୋରୋନା କାଶର ଶବ୍ଦ ଭିତରେ ଫରକ ଥିବା ନେଇ ଗବେଷଣା ଜାରି ରହିଛି । ଖୁବ ଶୀଘ୍ର ଏକ ଆପ୍ ପ୍ରସ୍ତୁତ କରାଯିବ ଯେଉଁଥିରେ ଲୋକ ନିଜ କାଶର ଶବ୍ଦ ରେକର୍ଡ କରି ପଠାଇପାରିବେ ବୋଲି ସୂଚନା ଦେଇଛନ୍ତି ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆରଏମଆରସି)ର ନିର୍ଦ୍ଦେଶିକା ଡଃ ସଂଘମିତ୍ରା ପତି ନିର୍ଦେଶିକା ସଂଘମିତ୍ରା ପତି । ବିଭିନ୍ନ କାଶର ଶବ୍ଦକୁ ନେଇ ଗବେଷଣା କରାଯାଉଛି।

କାଶ ଶବ୍ଦରୁ ଜାଣିହେବ କୋରୋନା, ରିସର୍ଚ୍ଚ ଚାଲିଛି ରାଜ୍ୟରେ

ସାଧାରଣ କାଶ ଓ କରୋନା କାଶ ଭିତରେ କଣ ଫରକ ରହୁଛି ସେ ନେଇ ଗବେଷଣା ଚାଲିଛି। ନିପି ଓ ଆରଏମଆରସିର ସହଭାଗିତାରେ ଏହି ରିସର୍ଚ୍ଚ କରାଯାଉଛି। ସମ୍ପୃକ୍ତ ରୋଗୀ ନିଜେ ନିପି ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏକ ଆପ୍ ମାଧ୍ୟମରେ କାଶର ଅଡିଓକୁ ରେକର୍ଡ କରିବେ। ଏହି ରେକର୍ଡର ପରୀକ୍ଷା କରାଯିବ।କାଶର ଶବ୍ଦରୁ ଜଣାପଡିବ କୋରୋନା ପଜିଟିଭ୍ କି ନୁହେଁ ବୋଲି ସେ କହିଛନ୍ତି । ଏଥିପାଇଁ ରାଜ୍ୟ ସରକାର ମଧ୍ୟ ଅନୁମତି ପ୍ରଦାନ କରିଛନ୍ତି । ଅନେକ ସ୍ଥାନରେ ଏ ଗବେଷଣା ଆରମ୍ଭ ହୋଇଛି ।

ଏହାସହ ଟେଷ୍ଟ, ଟ୍ରେସ୍, ଟ୍ରିଟମେଣ୍ଟ ପାଇଁ ରାଜ୍ୟରେ ଅଧିକ ପଜିଟିଭ୍ ବାହାରୁଛି। ପଜିଟିଭ୍ ଅଧିକ ଚିହ୍ନଟ ହେଉଥିବାରୁ ସ୍ଥାନୀୟ ସଂକ୍ରମଣ ଅଧିକ ବାହାରୁଛି। ଭୁବନେଶ୍ୱରରେ ଦ୍ବିତୀୟ ପର୍ଯ୍ୟାୟ ସେରୋଲର୍ଜିକାଲ ସର୍ଭେ ରିପୋର୍ଟ ଅସିବା ପରେ ଗୋଷ୍ଠୀ ସଂକ୍ରମଣ ସ୍ପଷ୍ଟ ହେବ ବୋଲିି ସେ କହିଛନ୍ତି ପୁରୀରେ କମ୍ୟୁନିଟି ସର୍ଭେ କରିଥିଲୁ।

ପଜିଟିଭ୍ ସଂଖ୍ୟା କମ ଥିବାରୁ ବହୁତ ନଗନ୍ୟ ଆଣ୍ଟିବଡ଼ି ବାହାରିଛି। ଗଞ୍ଜାମରେ ଅଗଷ୍ଟ ପ୍ରଥମ ସପ୍ତାହରୁ ସେରୋଲର୍ଜିକାଲ ସର୍ଭେ ଆରମ୍ଭ ହେବ ବୋଲି ସୂୂୂଚନା ଦେଇଛନ୍ତି ସଙ୍ଘମିତ୍ରା ପତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.