ETV Bharat / city

ଦୁର୍ନୀତି ବିରୋଧରେ ନବୀନଙ୍କ କଠୋର ଆଭିମୁଖ୍ୟ, ମାସକରେ 37 ଅଫିସର ବିଦା

ପୁଣି ଦୁର୍ନୀତିର ଗନ୍ଧ ବାରିଲେ ମୁଖ୍ୟମନ୍ତ୍ରୀ । ମାସକ ମଧ୍ୟରେ ବରଖାସ୍ତ କଲଣି 37 ଅଧିକାରୀଙ୍କ ଚାକିରୀ । ପୂର୍ବରୁ 21 ଜଣଙ୍କୁ ନିଲମ୍ବନ କରିଥିବା ବେଳେ ଆଜି 16 ଜଣ ଅଧିକାରୀଙ୍କୁ କରିଛନ୍ତି ବହିଷ୍କୃତ । କିନ୍ତୁ ନବୀନ କେବଳ ତଳିଆ ଅଫିସରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ ।

author img

By

Published : Sep 13, 2019, 6:34 PM IST

ଡ଼ିଜାଇନ୍ ଫଟୋ

ଭୁବନେଶ୍ବର: ଦୁର୍ନୀତି ବିରୋଧରେ ନବୀନଙ୍କ କଡ଼ା ଆଭିମୁଖ୍ୟ । ଯିଏ ବି ହେଉ, ଦୁର୍ନୀତିର ଦାଗ ଲାଗିଲେ କଡ଼ା ନିଷ୍ପତ୍ତି ନେଉଛନ୍ତି ମୁଖ୍ୟମନ୍ତ୍ରୀ । ମାସକ ମଧ୍ୟରେ ଗଲାଣି 37 ଜଣଙ୍କ ଚାକିରୀ । ତେବେ ଆଜି ମଧ୍ୟ 16 ଜଣଙ୍କୁ ବହିଷ୍କାର କରିଛନ୍ତି ମୁଖ୍ୟମନ୍ତ୍ରୀ ।

corruption alligation
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏମାନଙ୍କ ମଧ୍ୟରେ ରହିଛନ୍ତି 5 ପ୍ରଧାନ ଶିକ୍ଷକ, 4 ଇଂଜିନୟର, 2 ଆରଆଇ, ଜଣେ ଅମିନ, ଜଣେ ପଞ୍ଚାୟତ ଅଧିକାରୀ ଓ 2 ଜଣ କିରାଣୀ । ଦୁର୍ନୀତି ନିବାରଣ ବିଭାଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଆଜିକୁ ମିଶାଇ ମାସକ ମଧ୍ୟରେ 37 ଜଣଙ୍କୁ ଚାକିରୀରୁ ବହିଷ୍କାର କରଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି 6 ଜଣଙ୍କ ପେନସନ ବନ୍ଦ କରାଯାଇଛି । ତେବେ ବଡ କଥା ହେଉଛି ତଳିଆ କର୍ମଚାରୀଙ୍କ ବିରୋଧରେ ନବୀନ କଠୋର ହେଉଥିବା ବେଳେ ବଡବଡ଼ିଆଙ୍କୁ ହାତ ମାରୁ ନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ । ଭିଜିଲାନ୍ସ ଓ କ୍ରାଇମବ୍ରାଞ୍ଚ ହାତରେ ଅନେକ ଅଫିସର ଧରାପଡିଥିବା ବେଳେ ସେମାନଙ୍କ ପ୍ରତି ନରମ ମନୋଭାବ କାହିଁକି ପୋଷଣ କରାଯାଇଛି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଦୁର୍ନୀତି ବିରୋଧରେ ନବୀନଙ୍କ କଡ଼ା ଆଭିମୁଖ୍ୟ। ଯିଏ ବି ହେଉ ତାଙ୍କ ବିରୋଧରେ କଠୋର ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମାସକ ମଧ୍ୟରେ 37 ଜଣଙ୍କ ଚାକିରୀ ଗଲାଣି। ଦୁର୍ନୀତି ଅଭିଯୋଗରେ ସେମାନଙ୍କୁ ବହିଷ୍କର କରାଯାଇଛି। ଆଜି 16 ଜଣଙ୍କୁ ବହିଷ୍କର କରିଛନ୍ତି ମୁଖ୍ୟମନ୍ତ୍ରୀ। ଏମାନଙ୍କ ମଧ୍ୟରେ 5 ପ୍ରଧାନ ଶିକ୍ଷକ, 4 ଇଂଜିନୟର, 2 ଆରଆଇ, ଜଣେ ଅମିନ, ପଂଚାୟତ ଅଧିକାରୀ, 2 ଜଣ କିରାଣୀ ରହିଛନ୍ତି। ଏମାନେ ଦୁର୍ନୀତି ନିବାରଣ ବିଭାଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏମାନଙ୍କୁ ମିଶାଇ ମାସକ ମଧ୍ୟରେ 37 ଜଣଙ୍କୁ ବହିଷ୍କାର କରାଯାଇଛି। ସେହିପରି6 ଜଣଙ୍କ ପେନସନ ବନ୍ଦ କରାଯାଇଛି। ତେବେ ବଡ କଥା ହେଉଛି ତଳିଆ କର୍ମଚାରୀ ଙ୍କ ବିରୋଧରେ ନବୀନ କଠୋର ହେଉଥିବା ବେଳେ ବଡବଡ଼ିଆଙ୍କୁ ହାତ ମାରୁ ନାହାଁନ୍ତି। ଭିଜିଲାନ୍ସ ଓ କ୍ରାଇମବ୍ରାଞ୍ଚ ହାତରେ ଅନେକ ଅଫିସର ଧରାପଡିଥିବା ବେଳେ ସେମାନଙ୍କ ପ୍ରତି ନରମ ମନୋଭାବ କାହିଁକି ପୋଷଣ କରାଯାଇଛି ବୋଲି ବିରୋଧୀ ବାରମ୍ବାର କହି ଆସୁଛନ୍ତି।Body:ହହConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.