ETV Bharat / city

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତିକାରୀଙ୍କୁ ଦଣ୍ଡ ମିଳୁ କହିଲେ ସୁର

author img

By

Published : Mar 17, 2022, 10:27 PM IST

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗରେ କେତେ ସତ୍ୟତା ରହିଛି ତାହାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ଅଧିକ ପଢ଼ନ୍ତୁ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତିକାରୀଙ୍କୁ ଦଣ୍ଡ ମିଳୁ କହିଲେ ସୁର
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତିକାରୀଙ୍କୁ ଦଣ୍ଡ ମିଳୁ କହିଲେ ସୁର

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଏକ ତଦନ୍ତକାରୀ ଟିମ୍‌ ତଦନ୍ତ ରିପୋର୍ଟ ଦେବାପରେ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଅଗ୍ରାହ୍ୟ କରିଛି କେନ୍ଦ୍ର । ଏହାକୁ ନେଇ ରାଜନୈତିକ ଦୃଶ୍ୟପଟରେ ରାଜନୀତି ଆରମ୍ଭ ହୋଇଛି ।

ବିରୋଧୀ ବିଜେପି ଏବଂ କଂଗ୍ରେସ ଶାସକ ଦଳ ଉପରକୁ କାଦୁଅ ଫିଙ୍ଗିଛନ୍ତି । ତେବେ ଏହି ଅଭିଯୋଗରେ କେତେ ସତ୍ୟତା ରହିଛି ତାହାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ଯଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ହୋଇଛି ତେବେ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି କଂଗ୍ରେସ । ଦୁର୍ନୀତି ଲୋକ ଲୋଚନକୁ ଆଣଯାଉ ବୋଲି କହିଛନ୍ତି କଂଗ୍ରେସ ।

ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗର ତଦନ୍ତ କରିଥିଲା କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟ । ମନ୍ତ୍ରାଳୟ ପକ୍ଷରୁ ଏକ ଟିମ୍ ଓଡ଼ିଶା ଆସି କରିଥିବା ତଦନ୍ତ ରିପୋର୍ଟ ଆଧାରରେ ରାଜ୍ୟ ସରକାର 2021 ଜୁଲାଇ 20ରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିଥିଲେ । ରିପୋର୍ଟ ସନ୍ତୋଷଜନକ ନ ହେବାରୁ ଆଗ୍ରାହ୍ୟ କରିଦେଇଥିଲେ କେନ୍ଦ୍ର ସରକାର ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.