ETV Bharat / city

ଦାରିଦ୍ର୍ୟ ଦୂରିକରଣ ଯୋଜନାରେ ଦୁର୍ନୀତି, 836 ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ - officer

ଦାରିଦ୍ର୍ୟ ଦୂରିକରଣ ଯୋଜନାରେ ଦୁର୍ନୀତି ଅଭିଯୋଗରେ ଗତ 2017ରୁ ଏପର୍ଯ୍ୟନ୍ତ 836ଜଣ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ୍‌, ଭୁବନେଶ୍ବର
author img

By

Published : Jul 16, 2019, 4:50 PM IST

Updated : Jul 16, 2019, 4:58 PM IST

ଭୁବନେଶ୍ବର: ଇନ୍ଦିରା ଆବାସ / ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ଯୋଜନା ଭଳି ଦାରିଦ୍ର୍ୟ ଦୂରିକରଣ ଯୋଜନାରେ ଦୁର୍ନୀତି ଅଭିଯୋଗରେ ଗତ 2017ରୁ ଏପର୍ଯ୍ୟନ୍ତ 836ଜଣ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ସେଥି ମଧ୍ୟରୁ 22ଜଣ ଅଧିକାରୀଙ୍କୁ ଚାକିରିରୁ ଅପସାରଣ କରାଯାଇଥିବାବେଳେ 35ଜଣଙ୍କ ବିରୋଧରେ ଚିଠା ଚାର୍ଜ ଦାଖଲ ହୋଇଛି । 79ଜଣ ଅଧିକାରୀ ଦୁର୍ନୀତି ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ।

268ଜଣ ଅଧିକାରୀଙ୍କୁ କାହିଁକି ଚାକିରିରୁ ଅପସାରଣ କରାଯିବ ନାହିଁ ସେନେଇ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବାବେଳେ 432ଜଣ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଆଜି(ମଙ୍ଗଳବାର) କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ଅତ ଅଣତାରକା ପ୍ରଶ୍ନର ଉତ୍ତରରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ବିଧାନସଭାରେ ଏହି ସୂଚନା ଦେଇଛନ୍ତି ।

ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନରେ ଯାଜପୁର ସବୁଠୁ ଆଗରେ ରହିଛି । ଯାଜପୁରରେ ସର୍ବାଧିକ 162ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ନବରଙ୍ଗପୁରରେ 89 ଓ ନୂଆପଡାରେ 81ଜଣ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଭଦ୍ରକରେ 61 ଓ ଢେଙ୍କାନାଳରେ 60ଜଣ ଅଫିସର ଦୁଇ ବର୍ଷରେ ଦୁର୍ନୀତି ଅଭିଯୋଗର ଶିକାର ହୋଇଛନ୍ତି । ସେମାନଙ୍କ ବିରୋଧରେ ସରକାରୀ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

Intro:Body:Conclusion:
Last Updated : Jul 16, 2019, 4:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.