ETV Bharat / city

କୋରୋନା କଟକଣା: ଆରଟିଓ ଅଫିସ ଆସିବାକୁ ନୂଆ ଗାଇଡଲାଇନ ଜାରି

author img

By

Published : Aug 14, 2020, 12:27 PM IST

କୋରୋନା ସଙ୍କଟ ଓ କଟକଣା ମଧ୍ୟରେ ଲୋକଙ୍କୁ ସେବା ଯୋଗାଇବାକୁ ଖୋଲା ରହିବ ଆରଟିଓ ଅଫିସ । ତେବେ କିଛି କଟକଣା ଓ ସର୍ତ୍ତାବଳୀ ସହ ଲୋକଙ୍କୁ ଏଠାକୁ ଯିବା ନେଇ ଗାଇଡଲାଇନ ଜାରି ହୋଇଛି । ଅଧିକ ପଢନ୍ତୁ..

କୋରୋନା କଟକଣା: ଆରଟିଓ ଅଫିସ ଆସିବାକୁ  ନୂଆ ଗାଇଡଲାଇନ ଜାରି
କୋରୋନା କଟକଣା: ଆରଟିଓ ଅଫିସ ଆସିବାକୁ ନୂଆ ଗାଇଡଲାଇନ ଜାରି

ଭୁବନେଶ୍ବର: କୋରୋନା କଟକଣା ମଧ୍ୟରେ ଖୋଲିବ ଆରଟିଓ କାର୍ଯ୍ୟାଳୟ । ତେବେ କୋଭିଡ ମହାମାରୀ ଯୋଗୁଁ ଆରଟିଓ ଅଫିସକୁ କିଏ ଆସିବେ ଓ କିଏ ଆସିବେ ନାହିଁ ସେ ନେଇ ନୂଆ ଏସଓପି , ନୂଆ ଗାଇଡ଼ଲାଇନ ଜାରି କଲା ପରିବହନ ବିଭାଗ।

କୋରୋନା ମହାମାରୀ ସମୟରେ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି। ଯେଉଁମାନେ ଡ୍ରାଇଭିଂ ଲାଇସେନ୍ସରେ ରିନିୱାଲ ,ଠିକଣା ପରିବର୍ତ୍ତନ,ଡୁପ୍ଲିକେଟ ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ ଅନଲାଇନରେ ଆବେଦନ କରି ନୂଆ ସ୍ଲଟ ନେଇ ଆରଟିଓ କାର୍ଯ୍ୟାଳୟକୁ ଆସିପାରିବେ। ଯଦି ଆବେଦନ କରିନଥିବେ ସେମାନେ ଆରଟିଓ ଅଫିସକୁ ଆସି ପାରିବେ ନାହିଁ। ଆରସି ବୁକ ରେ ମାଲିକାନା ପରିବର୍ତ୍ତନ ନେଇ ଆବେଦନ ମଧ୍ୟ କରିପାରିବେ। ଅନଲାଇନରେ ଆବେଦନ କରି ସ୍ଲଟ ଧରି ଆସିବେ।

କୌଣସି ଲୋକ ନୂଆ ଡିଏଲ ଆବେଦନ,ଭେଇକିଲ ଟେଷ୍ଟିଂ ପାଇଁ ଆସିପାରିବେ ନାହିଁ ବୋଲି ଏହି ନୂଆ ଗାଇଡ଼ଲାଇନ ରେ ସ୍ପଷ୍ଟ କରାଯାଇଛି । ଏଥିସହ ଆରଟିଓ ଅଫିସକୁ ଆସିବାକୁ ହେଲେ ଲୋକଙ୍କୁ ସାମାଜିକ ଦୂରତା ମାନିବା ସହ ହାତକୁ ସାନିଟାଇଜ କରିବାକୁ ହେବ । ଏଥିସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଲୋକଙ୍କୁ ସେବା ଯୋଗାଇବା ପାଇଁ ସର୍ତ୍ତମୂଳକ ଭାବେ କାର୍ଯ୍ୟାଳୟକୁ ଖୋଲିଯାଉଥିବା ନେଇ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଅଫିସର ସହ ଜଡିତ କର୍ମଚାରୀଙ୍କୁ ଏଠାକୁ ପ୍ରବେଶ ଅନୁମତି ରହିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.