ETV Bharat / city

କୋରୋନା ସଂକ୍ରମଣ, ରାଜ୍ୟ ସରକାରଙ୍କୁ ଘାରିଲା ଶିଶୁ ସୁରକ୍ଷା ଚିନ୍ତା - odisha govt started child health care

ଦେଶର ବିଭିନ୍ନ ରାଜ୍ୟରେ ଶିଶୁ କୋଭିଡ ସଂକ୍ରମିତ ହେବା ପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢିଲା ।ଅଧିକ ପଢନ୍ତୁ...

ଶିଶୁଙ୍କୁ ବଢୁଛି କୋରୋନା ସଂକ୍ରମଣ,ରାଜ୍ୟ ସରକାରଙ୍କୁ ଘାରିଲା ଚିନ୍ତା

author img

By

Published : May 9, 2021, 5:00 PM IST

ଭୁବନେଶ୍ବର: ଦେଶର ବିଭିନ୍ନ ରାଜ୍ୟରେ ଶିଶୁମାନେ କୋଭିଡ ସଂକ୍ରମିତ ହେବା ସଂଖ୍ୟା ବଢିବାରେ ଲାଗିଛି । ଯାହା ଓଡ଼ିଶା ସରକାରଙ୍କ ଚିନ୍ତା ମଧ୍ୟ ବଢେଇ ଦେଇଛି । ଅନ୍ୟ ରାଜ୍ୟରେ ଶିଶୁଙ୍କଠାରେ କୋରୋନା ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ରାଜ୍ୟର ସମସ୍ତ ଶିଶୁଯତ୍ନ କେନ୍ଦ୍ରରେ କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ରିୟା । ସ୍ବତନ୍ତ୍ର ନୋଡାଲ ଅଧିକାରୀଙ୍କୁ ଏ ନେଇ ନିଯୁକ୍ତି ଦିଆଯାଇଛି । ସବୁ ଶିଶୁଯତ୍ନ କେନ୍ଦ୍ରରେ ସଙ୍ଗରୋଧ ବ୍ୟବସ୍ଥା କରିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ସବୁ କେନ୍ଦ୍ରରେ ଅକ୍ସିମିଟର ଓ ପିପିଇ କିଟ୍‌ ରଖାଯିବ। ରାଜ୍ୟର ସବୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଏନେଇ ଚିଠି ଲେଖାଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.