ETV Bharat / city

ବଜାର ଅଞ୍ଚଳରେ କୋରୋନା ସଂକ୍ରମଣ ବିଏମସି ପାଇଁ ବଡ ଚ୍ୟାଲେଞ୍ଜ

author img

By

Published : Aug 1, 2020, 8:44 PM IST

ରାଜଧାନୀରେ ଖୋଲିଲା ମାର୍କେଟ ଅଞ୍ଚଳ । ଆଳୁ ଗାଦିରେ ଜଣେ ଆକ୍ରାନ୍ତଙ୍କ ପାଇଁ 41 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ବିଏମସି ପାଇଁ ଏହା ଚିନ୍ତାର କାରଣ ପାଲଟିଛି । ଅଧିକ ପଢନ୍ତୁ...

ବଜାର ଅଞ୍ଚଳରେ କୋରୋନା ସଂକ୍ରମଣ ବିଏମସି ପାଇଁ ଏକ ବଡ ଚ୍ୟାଲେଞ୍ଜ

ଭୁବନେଶ୍ବର: ରାଜଧାନୀରେ ଖୋଲିଲା ମାର୍କେଟ ଅଞ୍ଚଳ। କୋରୋନା ସମୟରେ ଏହି ଅଞ୍ଚଳ ହେବ ବିଏମସି ପାଇଁ ବଡ ଚ୍ୟାଲେଞ୍ଜ ହୋଇଥିବା ବେଳେ ବସ୍ତିରେ କୋରୋନା ସମ୍ପୂର୍ଣ୍ଣ ଭାବରେ ନିୟନ୍ତ୍ରଣରେ ରହିଛି। ଲୋକଙ୍କୁ ଭିଡକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି।

ଭୁବନେଶ୍ବରର ବଡ ବଡ ମାର୍କେଟ ଅଞ୍ଚଳ କହିଲେ ୟୁନିଟ 1 ମାର୍କେଟ ବିଲ୍ଡିଂଗ ୟୁନିଟ 4 ର ମାଛ ମାର୍କେଟ ଆଦି ରେ ସାଧାରଣ ଲୋକମାନେ ଭିଡ଼ ଜମାଇଥାନ୍ତି। ଆଳୁ ଗାଦିରେ ଜଣେ ଆକ୍ରାନ୍ତଙ୍କ ପାଇଁ 41 ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଭାବରେ ୟୁନିଟ 4ର ମାଛ ମାର୍କେଟରୁ 21 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ସାମାଜିକ ଦୂରତା ଓ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି କମିଶନର। ଭିଡ କୁ ନଯିବା ପାଇଁ ସାଧାରଣ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ବିଏମସି କମିଶନର । ଦୈନିକ ପରିବା କିଣିବାକୁ ନଯାଇ 4 ରୁ 5 ଦିନ ମଧ୍ୟରେ ଥରେ ଯାଆନ୍ତୁ। ବୁଲି ବୁଲି ପରିବା କିଣନ୍ତୁ ନାହିଁ। ଜୀବନ ବଞ୍ଚିବା ଜରୁରୀ ଅଟେ। ଚାଟ ଦୋକାନୀ, ଠେଲା ଦୋକାନୀ ଆଦି ମାନଙ୍କୁ ସରକାରୀ ଗାଇଡ଼ ଲାଇନରେ ଗହଳି କରି ବିକ୍ରି କରିବାର ଅନୁମତି ଦିଆଯାଇ ନାହିଁ। ଗ୍ରାହକ ମାନେ କେବଳ ସେମାନଙ୍କ ଠାରୁ ପାର୍ସଲ ନେଇପାରିବେ।

ଭୁବନେଶ୍ବରରେ 60 ଶତକଡା ବସ୍ତିରେ ଆକ୍ରାନ୍ତ ଚିନ୍ହଟ ହୋଇନାହାନ୍ତି। ରମାଦେବୀ ବସ୍ତି 250 ଘର । କିନ୍ତୁ ସେମାନେ ସମସ୍ତେ ସଚେତନ ପାଇଁ ତାଙ୍କ ବସ୍ତି ରେ କୌଣସି ପଜିଟିଭ ଆସିନାହିଁ। ଭୁବନେଶ୍ବରରେ 2861 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବସ୍ତି ଅଞ୍ଚଳରୁ 571 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଆଇସିୟୁରେ 16 ଜଣ , ଭେଣ୍ଟଲେଟରରେ 3 ଜଣ ରହିଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.