ETV Bharat / city

କୋରୋନା ସତର୍କତା: ବନ୍ଦ ରହିବ ସ୍ୱତନ୍ତ୍ର ସ୍କୁଲ ଓ ଥେରାପି ସେଣ୍ଟର ହଷ୍ଟେଲ - odisha All special schools and hostels state will be closed

କୋରୋନା ସତର୍କତା ରାଜ୍ୟର ସମସ୍ତ ସ୍ବତନ୍ତ୍ର ସ୍କୁଲ ଓ ଥେରାପି ସେଣ୍ଟର ହଷ୍ଟେଲ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ । ଯାହା ଆସନ୍ତା 25 ତାରିଖ ଠାରୁ ଜୁନ 30 ଯାଏ ବନ୍ଦ ରହିବ। ଅଧିକ ପଢନ୍ତୁ...

coronavirus-all-special-schools-and-hostels-in-the-state-will-be-closed
କୋରୋନା ସତର୍କତା : ବନ୍ଦ ରହିବ ରାଜ୍ୟର ସମସ୍ତ ସ୍ୱତନ୍ତ୍ର ସ୍କୁଲ ଓ ଥେରାପି ସେଣ୍ଟର
author img

By

Published : Mar 20, 2020, 8:53 PM IST

ଭୁବନେଶ୍ବର: କୋରୋନା ସତର୍କତା ରାଜ୍ୟର ସମସ୍ତ ସ୍ବତନ୍ତ୍ର ସ୍କୁଲ ଓ ଥେରାପି ସେଣ୍ଟର ହଷ୍ଟେଲ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ । ଯାହା ଆସନ୍ତା 25 ତାରିଖ ଠାରୁ ଜୁନ 30 ଯାଏ ବନ୍ଦ ରହିବ।

କୋରୋନା ସତର୍କତା : ବନ୍ଦ ରହିବ ରାଜ୍ୟର ସମସ୍ତ ସ୍ୱତନ୍ତ୍ର ସ୍କୁଲ ଓ ଥେରାପି ସେଣ୍ଟର

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏନେଇ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଥିବା କହିଛନ୍ତି । ଏହି ବନ୍ଦ ସମୟରେ ଅନ୍ତେବାସୀ ମାନଙ୍କୁ ସେମାନଙ୍କ ଘରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଇଛି।ଏହା ସହ ଏହି ସମୟ ମଧ୍ୟରେ ସେମାନଙ୍କ ଖାଇବା ପାଇଁ ଆସୁଥିବା ସରକାରୀ ଅର୍ଥ ତାଙ୍କ ପିତାମାତାଙ୍କୁ ପ୍ରଦାନ କରାଯିବ ବୋଲି ପଣ୍ଡା କହିଛନ୍ତି।

ସେହିପରି ମଧୁବାବୁ ପେନସନ ଯୋଜନା ର ହିତାଧିକାରୀଙ୍କୁ ଏପ୍ରିଲ,ମେ,ଜୁନ ଓ ଜୁଲାଇ ମାସ ପାଇଁ ଭତ୍ତା ଗାଁ ସ୍ତରରେ ପ୍ରଦାନ କରାଯିବ ବୋଲ ସେ କହିଛନ୍ତି। ଏଥିପାଇଁ ଏକ ସ୍ବତନ୍ତ୍ର ଟିମ ଗଠନ କରି ଏହା ଦିଆଯିବ। ସୂଚନାଯୋଗ୍ୟ ପୂର୍ବରୁ ଏହା ପ୍ରତି ମାସ 15 ତାରିଖରେ ଦିଆଯାଉଥିଲା କିନ୍ତୁ କୋରୋନାର ଆତଙ୍କ କାରଣରୁ ଭିଡ଼ କମାଇବା ପାଇଁ 22 ତାରିଖ ପରେ ଗ୍ରାମ ସ୍ତରରେ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.