ETV Bharat / city

ଟ୍ବିନ୍ ସିଟି ପାଇଁ କୋରୋନା ରଣନୀତି, ସ୍ଥିତି ନିୟନ୍ତ୍ରଣ ପାଇଁ ନୂଆ ପଦ୍ଧତି - ଦ୍ବୈତ ନଗରୀ

କଟକ-ଭୁବନେଶ୍ବରରେ କୋରୋନା ସ୍ଥିତି ନିୟନ୍ତ୍ରଣକୁ ଆଣିବା ନେଇ ପୋଲିସ ଡିଜିପିଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ । ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ନେଇ ଡିଜିପି ଆପଣାଇଛନ୍ତି ନୂତନ ପଦ୍ଧତି । ଅଧିକ ପଢନ୍ତୁ..

ଦ୍ବୈତ ନଗରରୀ ପାଇଁ କୋରୋନା ଋଣନୀତି, ସ୍ଥିତି ନିୟନ୍ତ୍ରଣ ପାଇଁ ନୂଆ ପଦ୍ଧତି

author img

By

Published : Sep 17, 2020, 5:06 PM IST

Updated : Sep 17, 2020, 5:12 PM IST

ଭୁବନେଶ୍ବର: କଟକ-ଭୁବନେଶ୍ବରରେ କୋରୋନା ସ୍ଥିତି ନିୟନ୍ତ୍ରଣକୁ ଆଣିବା ନେଇ ପୋଲିସ ଡିଜିପିଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ । ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ନେଇ ଡିଜିପି ଆପଣାଇଛନ୍ତି ନୂତନ ପଦ୍ଧତି । କୋଭିଡ ଯାଞ୍ଚ ପାଇଁ ଭୁବନେଶ୍ବରକୁ ୩ଟି ଜୋନରେ ବିଭକ୍ତ କରାଯିବ । ପ୍ରତି ଜୋନ୍‌ ଦାୟିତ୍ବରେ ରହିବେ ଜଣେ ଲେଖାଏଁ DCP । ଯାଞ୍ଚ ପାଇଁ ଅଧିକ ୫୦ ଅଫିସର ଏବଂ ୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ ବୋଲି ସୂଚନା ଦେଇଛନ୍ତି ଡ଼ିଜିପି ଅଭୟ ।

ଟ୍ବିନ୍ ସିଟି ପାଇଁ କୋରୋନା ରଣନୀତି, ସ୍ଥିତି ନିୟନ୍ତ୍ରଣ ପାଇଁ ନୂଆ ପଦ୍ଧତି

ସେହିପରି କୋଭିଡ ଏନ୍‌ଫୋର୍ସମେଣ୍ଟ ଟିମ୍‌କୁ ଅଧିକ କ୍ରିୟାଶୀଳ କରାଯିବ । ଟ୍ବିନ୍‌ ସିଟିର ପୋଲିସଙ୍କୁ ଅଧିକ PPE କିଟ୍ ଦିଆଯିବ । କୋରୋନା ଆକ୍ରାନ୍ତ ପୋଲିସକୁ ଯୋଗାଯିବ ଉନ୍ନତ ଚିକିତ୍ସା । ସାପ୍ତାହିକ ଛୁଟିରେ କଟକ-ଭୁବନେଶ୍ବରରେ ଅଧିକ ପୋଲିସ ମୁତୟନ ହେବେ ।

ଅନ୍ୟପଟେ ଦ୍ବୈତ ନଗରୀର ଜନଗହଳି ପୂର୍ଣ୍ଣ ବଜାର ଅଞ୍ଚଳରେ ଏବଂ ସାପ୍ତାହିକ ଛୁଟି ଓ ରବିବାର ଦିନ ଅଧିକ ପୋଲିସ ମୁତୟନ ହେବେ। ଅଧିକ ୫୦ ପୋଲିସ ଅଧିକାରୀ ଓ ୫ ପ୍ଲାଟୁନ ଫୋର୍ସ ମଧ୍ୟ ନିୟୋଜିତ ହେବେ। ଉଭୟ ସହରରେ କୋଭିଡ ପରିଚାଳନାରେ ତ୍ରୁଟି ପରିଲକ୍ଷିତ କରି ସମୀକ୍ଷା ବୈଠକରେ ଅସନ୍ତୁଷ୍ଟ ଥିଲେ ମୁଖ୍ୟମନ୍ତ୍ରୀ । ଏନେଇ ଡିଜିପିଙ୍କୁ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ ନବୀନ ।

ଆଜି ଡିଜିପି ଅଭୟଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୨ ଡିସିପି, ପୋଲିସ କମିଶନର, ଆଇନ ଶୃଙ୍ଖଳାର IG ଉପସ୍ଥିତ ରହିଥିଲେ । ଆଗକୁ କିପରି ଉଭୟ ସହରରେ କଡା ଚେକିଂ, କଠୋର ପଦକ୍ଷେପ ଗ୍ରହଣ କରାଯିବ ସେନେଇ ବୈଠକରେ ହୋଇଛି ଆଲୋଚନା । ଏନେଇ ଟ୍ବିଟର ଜରିଆରେ ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି ଡିଜିପି ଅଭୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 17, 2020, 5:12 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.