ଲକ୍ଡାଉନ୍ ସମୟରେ ଭୋକଉପାସରେ ରହିବେନି ବୁଲା କୁକୁର ଓ ବୁଲା ପଶୁ । ସରକାର ଏନେଇ 54 ଲକ୍ଷ ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି । 5ଟି ମହାନଗର ନିଗମ ଓ 48 ପୌରସଂସ୍ଥା ପାଇଁ ଏହି ସହାୟତା ଘୋଷଣା ହୋଇଛି ।
ରାଜ୍ୟରେ 370ଟି ନମୂନା ହୋଇଛି ପରୀକ୍ଷା, 3 ପଜେଟିଭି - କୋରୋନା ଅପଡେଟ
23:11 March 30
ଭୋକରେ ରହିବେନି ବୁଲା କୁକୁର ଓ ଷଣ୍ଢ, 54 ଲକ୍ଷ ଦେଲେ ସରକାର
20:49 March 30
କୋରାପୁଟରେ କୋରୋନା କଟକଣା; ମଙ୍ଗଳାବାର ଠାରୁ ଗୋଟିଏ ଓଳି ଖୋଲିବ ବଜାର
କୋରାପୁଟ: କୋରୋନାର ମୁକାବିଲା କରିବା ପାଇଁ କୋରାପୁଟ ଜିଲ୍ଳାରେ ପ୍ରଶାସନ ଅଣ୍ଟା ଭିଡିଛି । ଗତ କିଛିଦିନ ଧରି ପରିବା ଓ ଡାଲି ଚାଉଳ ଦୋକାନକୁ ଦିନତମାମ ଖୋଲା ରଖାଯାଉଥିଲାବେଳେ ମଙ୍ଗଳାବାର ଠାରୁ କୋରାପୁଟ ଜିଲ୍ଲାରେ ବଜାର ସକାଳ 7 ଟା ଠାରୁ 11 ଟା ପର୍ଯ୍ୟନ୍ତ ଖୋଲା ରଖିବା ପାଇଁ ଅନୁମତି ଦିଆଯାଇଛି । ଏହାସହ କୋରୋନା ସଂକ୍ରମିତ ରୋଗୀଙ୍କ ପାଇଁ ଆଜି କୋରାପୁଟ ସରକାରୀ ମହିଳା ମହାବିଦ୍ୟାଳୟର ଛାତ୍ରାବାସକୁ 200 ଶଯ୍ୟା ବିଶିଷ୍ଟ ଏକ ଅସ୍ଥାୟୀ ଚିକିତ୍ସାଳୟ ଭାବେ ପ୍ରସ୍ତୁତ ରଖାଯାଇଛି ।
19:16 March 30
ସୋସିଆଲ ମିଡିଆରେ କୋରୋନାକୁ ନେଇ ଗୁଜବ; ଯୁବକ ଗିରଫ
ଢେଙ୍କାନାଳ: କୋରୋନା ସମ୍ପର୍କିତ ମିଥ୍ୟା ଖବର ସୋସିଆଲ ମିଡିଆରେ ପ୍ରଚାର କରି ଢେଙ୍କାନାଳରେ ଜଣେ ଯୁବକ ଗିରଫ । ଗିରଫ ଯୁବକ ଜଣଙ୍କ ଢେଙ୍କାନାଳ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ଓ୍ବାର୍ଡ ନଂ 14ର ଧିରେନ୍ଦ୍ର କୁମାର ପୃଷ୍ଟି ବୋଲି ଜଣାପଡିଛି । ସେ ଫେସବୁକରେ କେନ୍ଦ୍ରାପଡାର ନିଶ୍ଚିନ୍ତକୋଇଲିରୁ ଚତୁର୍ଥ କୋରୋନା ରୋଗୀ ଚିହ୍ନଟ ବୋଲି ଗୁଜବ ଖବରକୁ ଭାଇରାଲ କରିଥିବାର ଅଭିଯୋଗ ହୋଇଥିଲା ।
18:04 March 30
ଘରେ ରହିବାକୁ ପୋଲିସ ଡିଜିଙ୍କ ନିବେଦନ
ଲକ୍ଡାଉନ୍ ସମୟରେ ଘରେ ରହିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ପୋଲିସ ଡିଜି ଅଭୟ । ନିୟମ ଉଲଂଘନ କରି 1500 ଲୋକଙ୍କ ନାମରେ ମାମଲା ରୁଜୁ ହୋଇଥିବାବେଳେ 1400 ଲୋକଙ୍କୁ ଗିରଫ କରାଯାଇଥିବା ସେ କହିଛନ୍ତି ।
18:03 March 30
ଓଡିଶାରେ ଫସିଛନ୍ତି ରାଜ୍ୟ ବାହାରର 20 ହଜାର ଶ୍ରମିକ
ଓଡିଶାରେ ଫସିଛନ୍ତି ବାହାର ରାଜ୍ୟର 20 ହଜାର ଶ୍ରମିକ । 250ଟି ଶିବିରରେ ସେମାନଙ୍କର କରାଯାଇଛି ରହିବା ଖାଇବାର ବ୍ୟବସ୍ଥା । ସେହିପରି 1 ଲକ୍ଷ 25 ହଜାର 237 ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଥିବା କହିଛନ୍ତି ଶ୍ରମ ସଚିବ ଅନୁ ଗର୍ଗ ।
17:57 March 30
ରାଜ୍ୟରେ 370ଟି ନମୂନା ହୋଇଛି ପରୀକ୍ଷା, 3 ପଜେଟିଭି
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 370ଟି ନମୂନା ପରୀକ୍ଷା କରାଯାଇଛି । ଏଥିମଧ୍ୟରୁ 3 ଜଣ ପଜେଟିଭି ଅଛନ୍ତି । ପ୍ରଥମ ଓ ଦ୍ବିତୀୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ 55 ଜଣ ଆସିଥିବାବେଳେ ତୃତୀୟ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି 112 ଜଣ । ସେହିପରି 76 ଜଣ ସନ୍ଦିଗ୍ଧ ବଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ବୋଲି କହିଛନ୍ତି ମୁଖପାତ୍ର ସୁବ୍ରତ ବାଗଚୀ ।
17:02 March 30
ବନ୍ଦ ହେବ ରୁକୁଣା ରଥଯାତ୍ରା
ଚଳିତ ବର୍ଷ ବନ୍ଦ ହେବ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା । କୋରୋନାର ମୁକାବିଲା ଲାଗି ସାରାଦେଶ ଲକ୍ଡାଉନ୍ ହୋଇଥିବାରୁ ଚଳିତ ବର୍ଷ ରୁକୁଣା ରଥଯାତ୍ରାକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।
15:56 March 30
ଲକ୍ଡାଉନ୍ ସମୟରେ ପୁରୀରେ ପହଞ୍ଚିଲା ରଥକାଠ
ପୁରୀ: ଲକ୍ଡାଉନ୍ ସମୟରେ ପହଞ୍ଚିଲା ପଞ୍ଚମ ପର୍ଯ୍ୟାୟର ରଥ କାଠ । ନୟାଗଡ ବନଖଣ୍ଡରୁ ଆସିଲା 21 ଖଣ୍ଡ ଧଉରାଅସନ । ସରକାରଙ୍କ ଗାଇଡଲାଇନରେ ହେବ ରଥ ନିର୍ମାଣ କହିଲେ ସୁଦର୍ଶନ ମେକାପ ।
15:44 March 30
ଲକ୍ଡାଉନ୍ ବେଳେ ଆମ୍ବୁଲାନ୍ସରେ ଯାତ୍ରୀ ପରିବହନ, ଡ୍ରାଇଭର ଅଟକ
ରାୟଗଡା: ଲକଡାଉନ ପୋଲିସକୁ ଚକମା ଦେଖାଇବାକୁ ଆମ୍ବୁଲାନ୍ସରେ ଯାତ୍ରୀ ପରିବହନ ।ରାୟଗଡା ଟାଉନ ଥାନାରେ ଡ୍ରାଇଭର ସମେତ ୮ ଅଟକ । ତୁମୁଡିବନ୍ଧ ଅଞ୍ଚଳରୁ କୋରାପୁଟ ଯାଉଥିଲେ ଯାତ୍ରୀ ।
11:57 March 30
ଲକଡାଉନରେ ଫସିଥିବା ଯାଜପୁର ଜିଲ୍ଲାବାସୀଙ୍କ ପାଇଁ ହେଲ୍ପଲାଇନ ଜାରି କଲା ପ୍ରଶାସନ
ଲକ ଡାଉନ ପାଇଁ ରାଜ୍ୟ ବାହାରେ ଫସି ଥିବା ଯାଜପୁର ବାସିନ୍ଦାଙ୍କୁ ସାହାଯ୍ୟ କରିବ ଜିଲ୍ଲା ପ୍ରଶାସନ । ଏନେଇ ପ୍ରଶାସନ ପକ୍ଷରୁ ୫ଟି ହେଲପ୍ ଲାଇନ ନମ୍ବର ଜାରି କରିଛି ପ୍ରଶାସନ । ସେହି ନମ୍ବର ଗୁଡିକ ହେଲା ୦୬୭୨୮ ୨୨୨୦୦୧, ୮୮୯୫୨୬୬୩୪୦, ୮୯୧୭୬୮୧୩୪୩, ୭୦୬୫୭୪୨୮୦୦, ୮୮୯୫୫୧୨୧୯୦ ।
11:08 March 30
ବୃନ୍ଦାବନରେ ଫସିଥିବା 59 ଜଣ ରାଉରକେଲାରେ କ୍ବାରେଣ୍ଟାଇନ
ରାଉରକେଲା: ଲକଡାଉନ ଯୋଗୁଁ ବୃନ୍ଦାବନରେ ଫସିଥିବା ଓଡିଶାର 59 ଜଣ ଆଜି ରାଉରକେଲାରେ ପହଞ୍ଚିଛନ୍ତି । ସେମାନଙ୍କୁ ସେଲଟର ହୋମରେ କ୍ବାରେଣ୍ଟାଇନ ରଖାଯାଇଛି । ବୃନ୍ଦାବନରୁ ଉତ୍ତରପ୍ରଦେଶ ସରକାର ଏମାନଙ୍କୁ ଓଡିଶା ପଠାଇବାର ବ୍ୟବସ୍ଥା କରିଥିଲେ ।
09:27 March 30
ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏନେଇ ଓଡିଶା ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିବା ସହ ସଚେତନତା ପ୍ରତି ଗୁରୁ୍ତ୍ବ ଦେଉଛନ୍ତି।
ସାରା ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1026 ରହିଥିବା ବେଳେ ଓଡିଶାରେ ଏବେ 3 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।