ETV Bharat / city

ରାଜଧାନୀରେ କୋରୋନା କହର, 45 ନୂଆ ମାମଲା ଚିହ୍ନଟ

author img

By

Published : Jul 10, 2020, 5:22 PM IST

ସାରା ରାଜ୍ୟକୁ ଗ୍ରାସିବାରେ ଲାଗିଛି କୋରୋନା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ ରାଜଧାନୀରେ 45ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 35ଟି ମାମଲା କ୍ବାରେଣ୍ଟାଇନ ସେଣ୍ଟରରୁ ଓ 10 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ଜଣା ପଡିଛି ।

corona situation in bhubaneswar, corona update in bhubaneswar, bhubaneswar latest news, coronavirus news, ଭୁବନେଶ୍ବରରେ କୋରୋନା ସ୍ଥିତି, ଭୁବନେଶ୍ବରରେ କୋରୋନା ଅପଡେଟ, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌, କୋରୋନା ଭାଇରସ ନ୍ୟୁଜ୍‌
ରାଜଧାନୀରେ କୋରୋନା କହର, 45 ନୂଆ ମାମଲା ଚିହ୍ନଟ

ଭୁବନେଶ୍ବର: ସାରା ରାଜ୍ୟକୁ ଗ୍ରାସିବାରେ ଲାଗିଛି କୋରୋନା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ ରାଜଧାନୀରେ 45ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭୁବନେଶ୍ବରେ ଖେଳିବାରେ ଲାଗିଛି ଭୟର ବାତାବରଣ । ସଦ୍ୟ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ 35ଟି ମାମଲା କ୍ବାରେଣ୍ଟାଇନ ସେଣ୍ଟରରେ ଚିହ୍ନଟ ହୋଇଥିବା ବେଳେ 10 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ଜଣା ପଡିଛି ।

ସୂଚନା ମୁତାବକ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ 35 ଜଣଙ୍କ ମଧ୍ୟରେ 11 ଜଣ ସରକାରୀ ଡାକ୍ତରଖାନା କର୍ମଚାରୀ, ପଲସପଲି ଅଞ୍ଚଳରୁ 3 ଜଣ, କଳିଙ୍ଗନଗର ଅଞ୍ଚଳରୁ 2 ଜଣ, ପାତ୍ରପଡାରୁ 2 ଜଣ ଓ ବାରଙ୍ଗରୁ 4 ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ଡୁମଡୁମା ଅଞ୍ଚଳର ଏଚବି କଲୋନୀ, ଜୁଡୁମା ରଘୁନାଥପୁର ନଗର, ସାମନ୍ତରାପୁର, ଜୟଦେବ ବିହାର, ସତ୍ୟନଗର, ଘାଟିକିଆ, ସହିଦ ନଗର, ନୟାପଲ୍ଲୀ, ଗଙ୍ଗନଗର, ସୁକ ବିହାର, ଓଲ୍ଡ ଟାଉନ, ବରମୁଣ୍ଡା ଅଞ୍ଚଳରୁ 13 ଜଣ ଚିହ୍ନଟ ହୋଇଛନ୍ତି ।

ଏହା ବାଦେ ସୁକ ବିହାରରୁ 2 ଜଣ ଓ ବଡଗଡ, ପଟିଆ, ଶୈଳଶ୍ରୀ ବିହାର, ସୂର୍ଯ୍ୟ ନଗର, ଚନ୍ଦ୍ରଶେଖରପୁର, ବିଜେବି ନଗର, ପଳାଶୁଣି ଅଞ୍ଚଳର ଜିଜିପି କଲୋନା ଓ ଘାଟିକିଆରୁ 8 ଜଣଙ୍କ ସମେତ ମୋଟ 10 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ଜଣା ପଡିଛି । ସେପଟେ ଗତ 24 ଘଣ୍ଟା ମଧ୍ୟରେ 6 ଜଣ ସୁସ୍ଥ ହୋଇଥିବା ମଧ୍ୟ ଜଣା ପଡିଛି । ଏଥିସହ ଭୁବନେଶ୍ବରରେ ମୋଟ ଆକ୍ରାନ୍ତ ସଂଖ୍ୟା 602ରେ ପହଞ୍ଚିବା ସହ ସୁସ୍ଥ ସଂଖ୍ୟା 308ରେ ପହଞ୍ଚିଛି । ତେଣେ 7 ଜଣଙ୍କ ମୃତ୍ୟୁ ସହ 286 ଟି ମାମଲା ସକ୍ରିୟ ରହିଥିବା ସୂଚନା ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.