ETV Bharat / city

ଭାରତର ପ୍ରାଣକେନ୍ଦ୍ର ଗ୍ରାମାଞ୍ଚଳ, ଗାଁ ରହିଲେ ଦେଶ ରହିବ - odisha news

ଭାରତର ପ୍ରାଣକେନ୍ଦ୍ର ଗାଁ। ଗାଁ ରହିଲେ ଦେଶ ରହିବ। କୋଭିଡ ବିଷୟରେ ଗାଁ ଲୋକମାନଙ୍କୁ ଅବଗତ କରାଯାଉଛି। ପ୍ରତି ଗ୍ରାମ ପଞ୍ଚାୟତରେ ସଚେତନ ପାଇଁ ବୈଠକ କରାଯାଉଛି ବୋଲି ମୁଖପାତ୍ର ସୁବ୍ରତ୍‌ ବାଗଚୀ କହିଛନ୍ତି ।

corona update by govt of odisha
ଭାରତର ପ୍ରାଣକେନ୍ଦ୍ର ଗ୍ରାମ, ଗାଁ ରହିଲେ ଦେଶ ରହିବ
author img

By

Published : Apr 11, 2020, 6:40 PM IST

Updated : Apr 11, 2020, 9:06 PM IST

ଭୁବନେଶ୍ବର: ଭାରତର ପ୍ରାଣ କେନ୍ଦ୍ର ଗାଁ। ଗାଁ ରହିଲେ ଦେଶ ରହିବ। କୋଭିଡ ବିଷୟରେ ଗାଁ ଲୋକମାନଙ୍କୁ ଅବଗତ କରାଯାଉଛି। ପ୍ରତି ଗ୍ରାମ ପଞ୍ଚାୟତରେ ସଚେତନ ପାଇଁ ବୈଠକ କରାଯାଉଛି ବୋଲି ଆଜି କୋରୋନାକୁ ନେଇ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସରକାରଙ୍କ ମୁଖପାତ୍ର ସୁବ୍ରତ୍‌ ବାଗଚୀ ।

ଭାରତର ପ୍ରାଣକେନ୍ଦ୍ର ଗ୍ରାମ, ଗାଁ ରହିଲେ ଦେଶ ରହିବ

ରାଜ୍ୟର 6798 ଗ୍ରାମପଞ୍ଚାୟତ କର୍ମକର୍ତା ହିଁ ଭାଗ୍ୟବିଧାତା। ଅସାଧାରଣ ସମୟରେ ସେମାନେ ପ୍ରକୃତ ରକ୍ଷକ। ଗାଁ ରହିଲେ ଦେଶ ରହିବ ବୋଲି ସେ କହିଛନ୍ତି । ଏହାସହ କୋଭିଡ 19 ମୁକାବିଲା ପାଇଁ କଟକ ଏସସିବିରେ 416 ଜଣ, ଏମକେସିଜି ବ୍ରହ୍ମପୁରରେ 72 ଜଣ ତଥା 1600 ଆୟୁଷ ନିର୍ଦ୍ଦେଶାଳୟର ସ୍ବାସ୍ଥ୍ୟାଧିକାରୀ ଓ କର୍ମଚାରୀଙ୍କୁ ତାଲିମ ଦିଆଯାଇଛି। ଦାନ୍ତ ଚିକିତ୍ସାଳୟର ଶେଷ ବର୍ଷର ଛାତ୍ରଛାତ୍ରୀଙ୍କୁ ମିଶାଇ 906 ଜଣଙ୍କୁ ତାଲିମ ଦିଆଯାଇଛି। ସେହିପରି 1 ଲକ୍ଷ 17 ହଜାର 279 ଜଣ ଆଶା କର୍ମୀ ଓ ଅଙ୍ଗନବାଡି କର୍ମୀଙ୍କୁ ମୌଳିକ ତାଲିମ ଦିଆଯାଇଛି ବୋଲି ସେ ଦର୍ଶାଇଛନ୍ତି ।

ଅନ୍ୟପଟେ ପଞ୍ଜିକୃତ ଶ୍ରମିକଙ୍କୁ 500 ଟଙ୍କା ଲେଖାଏଁ ଦିଆଯାଇଛି। ଏଥିରେ କୌଣସି ଦଲାଲ ଓ ମଧ୍ୟସ୍ଥି ଶୋଷଣ କରୁଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ସେହିପରି ସବୁଦିନ ପରି କୋରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ସେ । ବିଶ୍ବରେ 17 ଲକ୍ଷ 870 ଜଣ ସଂକ୍ରମିତ ହୋଇଥିବାବେଳେ 1 ଲକ୍ଷ 2779 ଜଣଙ୍କର ମୃତ୍ୟୁ ହୋଇଛି ବୋଲି ସେ ଜଣାଇଛନ୍ତି ।

ଅନ୍ୟପକ୍ଷରେ ଦେଶରେ 7 ହଜାର 447 ଜଣ ଆକ୍ରାନ୍ତ ହୋଇଥିବାବେଳେ 239 ଜଣଙ୍କର ମୃତ୍ୟୁ ହୋଇଛି । 643 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ସେ ଦର୍ଶାଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Apr 11, 2020, 9:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.