ଭୁବନେଶ୍ବର: ବିଗତ କିଛି ଦିନ ହେବ ରାଜ୍ୟରେ ଲଗାତାର ଖସୁଛି କୋରୋନା ଗ୍ରାଫ। ଯାହା ରାଜ୍ୟବାସୀଙ୍କ ପାଇଁ ଏକ ଖୁସି ଖବର। ତେବେ ମଙ୍ଗଳବାର ଦିନକରେ 987 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ କ୍ବାରେଣ୍ଟାଇନରୁ 572 ଓ ସ୍ଥାନୀୟ ଅଞ୍ଚଳରୁ 415 ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3,03,780 ରେ ପହଞ୍ଚିଛି । ତେବେ ସୁନ୍ଦରଗଡ଼ରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ 107 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରେ 85, ଅନୁଗୋଳ 86, ବାଲେଶ୍ବରରେ 25, ବରଗଡରେ 31, ଭଦ୍ରକରେ 4, ବଲାଙ୍ଗୀରରେ 43, ବୌଦ୍ଧରେ 7, ଢେଙ୍କାନାଳରେ 22, ଗଞ୍ଜାମରେ 9, ଦେଓଗଡରେ 2, ଜଗତସିଂହପୁରରେ 45, ଯାଜପୁରରେ 27, ଝରସୁଗୁଡ଼ାରେ 34, କଳାହାଣ୍ଡିରେ 23, କନ୍ଧମାଳରେ 8, କେନ୍ଦ୍ରାପଡାରେ 60, କେନ୍ଦୁଝରରେ 30, କୋରାପୁଟରେ 7 ଚିହ୍ନ ହୋଇଛନ୍ତି । ସେହିପରି ମାଲକାନଗିରିରେ 4 , ମୟୂରଭଞ୍ଜରେ 84, ନବରଙ୍ଗପୁରରେ 22, ନୟାଗଡରେ 11 , ନୂଆପଡାରେ 41, ପୁରୀରେ 29, ରାୟଗଡାରେ 11, ସମ୍ବଲପୁରରେ 17, ସୋନପୁରରେ 9, ସୁନ୍ଦରଗଡରେ 107, ଖୋର୍ଦ୍ଧାରେ 86 ଏବଂ ଷ୍ଟେଟ ପୁଲରୁ 19 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଏପର୍ଯ୍ୟନ୍ତ ରାଜ୍ୟରେ 303780 ପଜିଟିଭ ଚିହ୍ନଟ ହୋଇଥିବାବେଳେ, ସୁସ୍ଥ ହେଇଛନ୍ତି 289689 ଜଣ ଓ ସକ୍ରିୟ ମାମଲା ରହିଛି 12584 । ତେବେ ରାଜ୍ୟରେ ଏବେ ସୁଦ୍ଧା ମୋଟ 5027959 ଟେଷ୍ଟ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ