ETV Bharat / city

ରାଜ୍ୟରେ ଖସୁଛି ସଂକ୍ରମଣ, ଆଉ 434 ନୂଆ ଆକ୍ରାନ୍ତ ଚିହ୍ନଟ - ତଳମୁହାଁ କୋରୋନା ଗ୍ରାଫ୍

ରାଜ୍ୟରେ ତଳମୁହାଁ କୋରୋନା ଗ୍ରାଫ୍ । ଗତ 24 ଘଣ୍ଟା ମଧ୍ୟରେ 434 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

corona update: 434 new cases reported in odisha
ରାଜ୍ୟରେ କମୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ 434 ଚିହ୍ନଟ
author img

By

Published : Dec 3, 2020, 12:00 PM IST

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ହ୍ରାସ ପାଉଛି କୋରୋନା ସଂକ୍ରମଣ ସଂଖ୍ୟା । ଗତ 24 ଘଣ୍ଟା ମଧ୍ୟରେ 30ଟି ଜିଲ୍ଲାରୁ ମୋଟ 434 ଆକ୍ରନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 249 ଜଣ କ୍ବାରେଣ୍ଟାଇନରୁ 185 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ।

ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ 45, ବାଲେଶ୍ବରରେ 10, ବରଗଡରେ 23, ଭଦ୍ରକରେ 8, ବଲାଙ୍ଗୀରରେ 29, କଟକରେ 28, ଢେଙ୍କାନାଳରେ 2, ଗଞ୍ଜାମରେ 9, ଦେଓଗଡରେ 1, ଜଗତସିଂହପୁରରେ 9, ଖୋର୍ଦ୍ଧାରେ 54, ସୋନପୁରରେ 1, ଯାଜପୁରରେ 16, ଝରସୁଗୁଡ଼ାରେ 7, କଳାହାଣ୍ଡିରେ 8, କେନ୍ଦ୍ରାପଡାରେ 8, କେନ୍ଦୁଝରରେ 25, ମାଲକାନଗିରିରରେ 2, ମୟୂରଭଞ୍ଜରେ 27, ନବରଙ୍ଗପୁରରେ 2 ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ନୂଆପଡାରେ 30, ପୁରୀରେ 19, ରାୟଗଡାରେ 1, ସମ୍ବଲପୁରରେ 8, ସୁନ୍ଦରଗଡରେ 41 ଏବଂ ଷ୍ଟେଟ ପୋଲରୁ 11 ଜଣ ଚିହ୍ନଟ ହୋଇଛନ୍ତି ।

ସେପଟେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 3 ଲକ୍ଷ 20 ହାଜର 27, ସୁସ୍ଥ ହେଇଛନ୍ତି 3 ଲକ୍ଷ 13 ହଜାର 394 ଜଣ ଏବଂ 4 ହଜାର 815 ସକ୍ରିୟ ମାମଲା ରହିଛି । ତେବେ ରାଜ୍ୟରେ ଏବେ ପର୍ଯ୍ୟନ୍ତ 60,19,855 ଟେଷ୍ଟ ହୋଇସାରିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.