ETV Bharat / city

ରାଜ୍ୟରେ ଦିନକରେ 3631ଆକ୍ରାନ୍ତ ଚିହ୍ନଟ, ଗଞ୍ଜାମକୁ ମାତ୍ ଦେଲା ଖୋର୍ଦ୍ଧା - odisha corona update

ରାଜ୍ୟରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗୋଟିଏ ଦିନରେ 3631 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ । 8 ଜଣ ମୃତ । ଅଧିକ ପଢନ୍ତୁ...

ବେକାବୁ କୋରୋନା: ଆକ୍ରାନ୍ତ ସଂଖ୍ୟାରେ ଗଞ୍ଜାମକୁ ପଛରେ ପକାଇଲା ଖୋର୍ଦ୍ଧା

author img

By

Published : Sep 3, 2020, 10:57 AM IST

ଭୁବନେଶ୍ବର: ରାଜ୍ୟରେ ବେକାବୁ କୋରୋନା । ଗୋଟିଏ ଦିନରେ 3631 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ । 8 ଜଣ ମୃତ । 2214 କ୍ବାରେଣ୍ଟାଇନ ଓ 1417 ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତ ।

30 ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ 722 ଜଣ ରହିଛନ୍ତି । ଫଳରେ ଗଞ୍ଜାମରୁ ମୋଟ ଆକ୍ରାନ୍ତ ସଂଖ୍ୟା ପଛରେ ପକାଇ ଖୋର୍ଦ୍ଧା ଆଗକୁ ଯାଇଛି । ଗଞ୍ଜାମରେ 18,345 ଜଣ ସଂକ୍ରମିତ ହୋଇଥିବାବେଳେ ଖୋର୍ଦ୍ଧାରେ 18, 881 ଜଣ ରହିଛନ୍ତି ।

ସେହିପରି ଅନୁଗୋଳରୁ 41, ବାଲେଶ୍ବରରୁ 114, ବରଗଡରୁ 238, ଭଦ୍ରକରୁ 186, ବଲାଙ୍ଗୀରରୁ 39, ବୌଦ୍ଧରୁ 27, କଟକରୁ 370, ଦେବଗଡରୁ 11, ଢେଙ୍କାନାଳରୁ 56, ଗଜପତିରୁ 9, ଗଞ୍ଜାମରୁ 107, ଜଗତସିଂହପୁରରୁ 79, ଯାଜପୁରରୁ 127, ଝାରସୁଗୁଡାରୁ 80, କଳାହାଣ୍ଡିରୁ 27, କନ୍ଧମାଳରୁ 44, କେନ୍ଦ୍ରାପଡାରୁ 85, କେନ୍ଦୁଝରରୁ 80, ଖୋର୍ଦ୍ଧାରୁ 722, କୋରାପୁଟରୁ 93, ମାଲକାନଗିରିରୁ 55, ମୟୂରଭଞ୍ଜରୁ 365, ନବରଙ୍ଗପୁରରୁ 46, ନୟାଗଡରୁ 100, ନୂଆପଡାରୁ 49, ପୁରୀରୁ 157, ରାୟଗଡାରୁ 111, ସମ୍ବଲପୁରରୁ 68, ସୋନପୁରରୁ 50 ଓ ସୁନ୍ଦରଗଡରୁ 95 ରହିଛନ୍ତି ।

ସେପଟେ ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ 3, କଟକରୁ 2, ଭୁବନେଶ୍ବରରୁ ଜଣେ, ବାଲେଶ୍ବରରୁ ଜଣେ ଓ କନ୍ଧମାଳରୁ ଜଣେ ରହିଛନ୍ତି ।

ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1, 13,411 କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ସଂଖ୍ୟା 522ରେ ପହଞ୍ଚିଛି । ସେହିପରି 84,073 ଜଣ ସୁସ୍ଥ ହୋଇ ଘରକୁ ଫେରୁଥିବାବେଳେ 28,763 ଟି ସକ୍ରିୟ ମାମଲା ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.