ETV Bharat / city

ଗୋଷ୍ଠୀ ସଂକ୍ରମଣ ମୁହାଁ କୋରୋନା, ଦିନକରେ 1023 ସ୍ଥାନୀୟ ସଂକ୍ରମିତ ଚିହ୍ନଟ

author img

By

Published : Aug 21, 2020, 12:30 PM IST

ରାଜ୍ୟରେ ଦିନକରେ 2698 ଆକ୍ରାନ୍ତ ଚିହ୍ନଟ । 10 ମୃତ । 72 ହଜାର ଟପିଲା ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା । ଅଧିକ ପଢନ୍ତୁ...

ଗୋଷ୍ଠୀ ସଂକ୍ରମଣ ମୁହାଁ କୋରୋନା, ଦିନକରେ 1023 ସ୍ଥାନୀୟ ସଂକ୍ରମିତ ଚିହ୍ନଟ
ଗୋଷ୍ଠୀ ସଂକ୍ରମଣ ମୁହାଁ କୋରୋନା, ଦିନକରେ 1023 ସ୍ଥାନୀୟ ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ଆଡକୁ ମୁହାଁଉଛି କୋରୋନା । ଦିନକରେ ଚିହ୍ନଟ ହୋଇଥିବା 2698 ସଂକ୍ରମିତଙ୍କ ମଧ୍ୟରୁ 1023 ସ୍ଥାନୀୟ ସଂକ୍ରମିତ ଚିହ୍ନଟ । 1675 କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି । ଦିନକରେ ଯାଇଛି 10 ଜଣଙ୍କ ଜୀବନ ।

30 ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ 475 ଚିହ୍ନଟ ହୋଇଥିବାବେଳେ ଅନୁଗୋଳ 29, ବାଲେଶ୍ବରରେ 102, ବରଗଡରୁ 56, ଭଦ୍ରକରୁ 89, ବଲାଙ୍ଗୀରରୁ 71, ବୌଦ୍ଧରୁ 11, କଟକରୁ 107, ଦେବଗଡରୁ 2, ଢେଙ୍କାନାଳରୁ 27, ଗଞ୍ଜାମରୁ 162, ଗଜପତିରୁ 58, ଜଗତସିଂହପୁରରୁ 21, ଯାଜପୁରରୁ 80, ଝରସୁଗୁଡାରୁ 72, କଳାହାଣ୍ଡିରୁ 49, କନ୍ଧମାଳରୁ 81, କେନ୍ଦ୍ରାପଡାରୁ 89, କେନ୍ଦୁଝରରୁ 21, କୋରାପୁଟରୁ 146, ମାଲକାନଗିରିରୁ 81, ମୟୂରଭଞ୍ଜରୁ 128, ନବରଙ୍ଗପୁରରୁ 91, ନୟାଗଡରୁ 94, ନୂଆପଡାରୁ 3, ପୁରୀରୁ 87, ରାୟଗଡାରୁ 154, ସମ୍ବଲପୁରରୁ 78, ସୋନପୁରରୁ 31 ଓ ସୁନ୍ଦରଗଡରୁ 103 ଜଣ ରହିଛନ୍ତି ।

ସେପଟେ 10 ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ 4, ଭୁବନେଶ୍ବରରୁ 2, କୋରାପୁଟ, ନୟାଗଡ, ସୋନପୁର ଓ ଅନୁଗୋଳରୁ ଜଣେ ଲେଖାଏଁ ରହିଛନ୍ତି । ସେହିପରି ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 72718କୁ ବୃଦ୍ଧି ହୋଇଥିବାବେଳେ 48576 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମୃତକଙ୍କ ସଂଖ୍ୟା 390 କୁ ବୃଦ୍ଧି ପାଇଥିଲାବେଳେ 23,699ଟି ସକ୍ରିୟ ମାମଲା ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.